ଶୀତଦିନେ ଖାଆନ୍ତୁ ବାଦାମ, ମିଳିବ ଏସବୁ ଫାଇଦା

ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁ ସାଧାରଣତଃ ଶରୀରର ରୋଗପ୍ରତିରୋଧକ ଶକ୍ତି କମ ହୋଇଯାଏ। ଫଳରେ ଥଣ୍ଡା, କାଶ ଭଳି ଅନେକ ପ୍ରକାର ରୋଗ ଶରୀରକୁ ମାଡି ବସେ। ଶୀତଦିନେ ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟରେ ଚିନାବାଦାମ ସାମିଲ କରନ୍ତୁ। ଆୟୁର୍ବେଦନୁଯାୟୀ ଚିନାବାଦାମରେ ସଠିକ ମାତ୍ରାରେ ପ୍ରୋଟିନ, ଆଇରନ୍‌, କ୍ୟାଲସିୟମ ରହିଥାଏ, ଯାହା ଆମ ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ବାଦାମରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ। ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ବାଦାମ ଖାଇବା ଲାଭକାରୀ ହୋଇଥାଏ। ଏଥିରେ ଫୋଲେଟ ନାମକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଶରୀରରେ କୋଷିକାଗୁଡିକୁ ବିଭାଜନ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଫୋଲେଟ ଗର୍ଭ ଭିତରେ ଶିଶୁକୁ ମସ୍ତିଷ୍କ ସମ୍ବନ୍ଧିୟ ସମସ୍ୟାରୁ ଦୂରରେ ରଖିଥାଏ। ବାଦାମ ଶରୀରରେ ପୋଷକ ତତ୍ତ୍ବ ପହଞ୍ଚାଇବା ସହ ହୃଦରୋଗ କମ କରିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍‌ ରୋଗୀମାନଙ୍କ ପାଇଁ ଚିନାବାଦାମ ଲାଭକାରୀ ହୋଇଥାଏ। କାରଣ ବାଦାମ ଶରୀରରେ ସୁଗାର ସ୍ତରକୁ ଠିକ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅବସାଦ ଦୂର କରେ ଶାସ୍ତ୍ରୀୟ ସଙ୍ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ...

ଘରେ ଥିବା ଏହି ୮ ଜିନିଷ କରିଦେବ କାଙ୍ଗାଳ; ଯେତେଶୀଘ୍ର ପାରୁଛନ୍ତି କରନ୍ତୁ ଏପରି…

ଗ୍ରହର ଆମ ଜୀବନରେ ମହତ୍ୱ ଅଧିକ। କାରଣ ଏହାର ଚଳନ ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ଦଶା ଠିକ୍‌ ନ ରହିଲେ ହେଉଥିବା...

ମଧୁମେହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଅଟାର ରୁଟି: ଖାଇଲେ ନିୟନ୍ତ୍ରଣରେ ରହିବ ସୁଗାର

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଉକ୍ତ କାରଣରୁ ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ,...

ଶୀତଦିନେ ଖାଆନ୍ତୁ ମକାରେ ତିଆରି ରୁଟି

ମକା ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ରହିଛି ଫାଇବର, ଭିଟାମିନ୍ସ ଓ ପୋଷକ ତତ୍ତ୍ୱ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା...

ଆଣ୍ଠୁଗଣ୍ଠି ରୋଗ ଉପଶମ କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି,...

ହାତ କୁଣ୍ଡାଇ ହେବାଠାରୁ ପେଚା ଦେଖିବା ଯାଏ; ଜାଣନ୍ତୁ ଧନପ୍ରାପ୍ତିକୁ ନେଇ ଏହି ୧୦ ସଙ୍କେତ

ଟଙ୍କାପଇସାରେ ଅଭାବ ହେବାକୁ କିଏ ବା ଚାହେଁ। ଏହି କ୍ରମରେ ମନୁଷ୍ୟକୁ ଧନପ୍ରାପ୍ତିକୁ ନେଇ ଅନେକ ସଙ୍କେତ ମିଳିଥାଏ। ଆଜିର ଆଲୋଚନାରେ ସେଭଳି କିଛି ସଙ୍କେତ...

ସୁନା ବିନା ମନ ବୁଝେନା

ଗହଣାପ୍ରିୟ ନାରୀ। ସେଥିପାଇଁ ତ ସୁନା ପ୍ରତି ତା’ର ସ୍ବତନ୍ତ୍ର ଆକର୍ଷଣ। ସୁନା ଗହଣାରେ ସଜେଇ ହୋଇ ନାରୀଟିଏ ନିଜକୁ ବେଶ୍‌ ସମ୍ଭ୍ରାନ୍ତ ମନେକରେ। ହେଲେ...

ବଢ଼ାନ୍ତୁ ପିଲାଙ୍କ ଇମ୍ୟୁନିଟି

କରୋନାର ଦ୍ୱିତୀୟ ଲହର ଏବେ ପିଲାମାନଙ୍କ ପାଇଁ ବେଶି କ୍ଷତିକାରକ ବୋଲି ଜଣାପଡ଼ିଛି। କମ୍‌ ଇମ୍ୟୁନିଟି ଥିବା ପିଲାମାନେ ଖୁବ୍‌ଶୀଘ୍ର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ...

Advertisement
Archives

Model This Week