ଶୀଘ୍ର ହୋଇପାରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

ଓ୍ବାଶିଂଟନ,୫-୧: ଭାରତ ଏବଂ ଆମେରିକା ଶୀଘ୍ର ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର କରିପାରନ୍ତି। ଦୁଇ ଦେଶ ଏହି ଚୁକ୍ତିରେ ସାମିଲ ହେବା ନେଇ ନିକଟତର ହୋଇଛନ୍ତି। ଚୁକ୍ତି ସ୍ବାକ୍ଷରିତ ହେଲେ ଦୁଇ ମଧ୍ୟରେ ବ୍ୟବସାୟ ସୁଗମ ହେବା ନେଇ ଆଶା କରାଯାଉଛି। ଭାରତ ପକ୍ଷରୁ ଆମେରିକାରେ ଅବସ୍ଥାପିତ ରାଷ୍ଟ୍ରଦୂତ ହର୍ଷ ବର୍ଦ୍ଧନ ଶୃଙ୍ଗଲା ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି। ଭାରତୀୟ ଆମେରିକୀୟ ଉଦ୍ୟୋଗୀଙ୍କ ଏକ ଫୋରମ ଟାଇଡିସିର ଏକ କାର୍ଯ୍ୟକ୍ରମରେ ଶ୍ରୀଙ୍ଗଲା କହିଛନ୍ତି ଯେ, ଚୁକ୍ତି ଦ୍ୱାରା ଭାରତ ଆମେରିକା ଉଭୟେ ଉଭୟଙ୍କୁ ପରିବର୍ଦ୍ଧିତ ବଜାର ସୁବିଧା ପ୍ରଦାନ କରିବେ। ଚୁକ୍ତି କେବେ ସୁଦ୍ଧା ସ୍ବାକ୍ଷର ହେବ ସେ ନେଇ ଶ୍ରୀଙ୍ଗଲା କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ତାଙ୍କୁ ବର୍ତ୍ତମାନ ଭାରତର ବୈଦେଶିକ ସଚିବ ଭାବେ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି।
ବାଣିଜ୍ୟ ଚୁକ୍ତି ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସେପ୍ଟେମ୍ବରରେ ପ୍ରଥମେ ଆଭାଷ ଦେଇଥିଲେ। ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ବେଳେ ଟ୍ରମ୍ପ ଏହି ସୂଚନା ଦେଇଥିଲେ। ଦୁଇ ଦେଶର ବୃହତ୍ତର ଆର୍ଥତ୍କ ସ୍ବାର୍ଥକୁ ନଜରରେ ରଖି ଏଭଳି ଚୁକ୍ତି ସ୍ବାକ୍ଷର ହେବ। ଏହା ଦ୍ୱାରା ଉଭୟ ଦେଶର କମ୍ପାନୀ ଲାଭବାନ ହେବେ ବୋଲି ଶ୍ରୀଙ୍ଗଲା ମତ ଦେଇଛନ୍ତି। ସୂଚନା ଯୋଗ୍ୟ ଗତ ୧୦ ବର୍ଷରେ ଭାରତ ଆମେରିକା ମଧ୍ୟରେ ବାଣିଜ୍ୟରେ ବେଶ ଉନ୍ନତି ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ୧୬୦ ବିଲିୟନ ଡଲାର ଟପିବା ନେଇ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପରମାଣୁ କାର୍ଯ୍ୟକ୍ରମକୁ ନେଇ ନେଲା ୟୁଟର୍ନ

ତେହରାନ,୨୩।୬: ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଆଗକୁ ବଢୁଛି, ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ୟୁ-ଟର୍ନ ନେଇଛି। ଏହା ଚୁକ୍ତିନାମା…

ଅଟୋ ରାଲି ଶୁଭାରମ୍ଭରେ ତ୍ରିରଙ୍ଗା ଉଡାଇଲେ ବିଧାୟକ, ଭିଡିଓ ଭାଇରାଲ ପରେ…

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘ ରବିବାର ସଂଘର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଥିଲା। ଏହି ଅବସରରେ ସକାଳ ପ୍ରାୟ ୮ଟାରେ ବରଗଡ଼…

ବିକ୍ରି ନ ହୋଇ ଖୋଲା ଆକାଶ ତଳେ ପଡିରହିଛି ଧାନ: ମାଡ଼ି ଆସିଲା ବର୍ଷା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିବା ସମୟ ଆସି ଯାଇଛି। ହେଲେ ଟୋକନ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ରବିରେ ଅମଳ ଧାନକୁ ଅନେକ ଚାଷୀ ବିକ୍ରି…

କାତାରରେ ବିସ୍ଫୋରଣ: ୧୨ ଭାରତୀୟଙ୍କ ସମେତ ୧୩ ମୃତ

ଦୁବାଇ,୨୩ା୬(ପି.ଟି.): କାତାରର ରାସ୍‌ ଲାଫାନ୍‌ ଶିଳ୍ପାଞ୍ଚଳ ସହରରେ ଥିବା ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୧୨ ଭାରତୀୟଙ୍କ ସମେତ ୧୩ ଜଣ ପ୍ରାଣ ହରାଇଛନ୍ତି। ରବିବାର ସନ୍ଧ୍ୟାରେ ଶିଳ୍ପାଞ୍ଚଳ…

ଦିଲ୍ଲୀ ବନ୍ୟା ମୁକାବିଲାରେ ସାହାଯ୍ୟ କରୁଛି ‘ଆରାବଳୀ’

ନୂଆଦିଲ୍ଲୀ,୨୩ା୬: ଦେଶର ରାଜଧାନୀ ଦିଲ୍ଲୀରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ସହରକୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ରକ୍ଷା କରିବା ପାଇଁ ଆରାବଳୀ ବାୟୋଡାଇଭର୍ସିଟି ପାର୍କ…

ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି…

ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି…

ଦାଦନ ଖଟିବାକୁ ଯାଇଥିଲେ ଗୋଆ, ୪ ମହଲା କୋଠାରୁ ଖସି ପଡ଼ି ଚାଲିଗଲା ଗଣେଶଙ୍କ ଜୀବନ

ମୋହନା, ୨୩।୬( ମନ୍ମଥ ମିଶ୍ର ): ଦାଦନ ଖଟିବାକୁ ଯାଇଥିଲେ ଗୋଆ । ହେଲେ ୪ ମହଲା ଅଟ୍ଟାଳିକାରୁ ତଳକୁ ଖସି ପଡ଼ିବାରୁ ଦାଦନ ଶ୍ରମିକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri