ଶୀଘ୍ର ଅଭିବୃଦ୍ଧି ପଥକୁ ଫେରିବ ଭାରତ

ଡାଭୋସ,୨୫-୧ : ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଶୁକ୍ରବାର ଆଶ୍ୱସ୍ତି ଭରା ଖବର ଆଣିଛି। ଭାରତରେ ଲାଗି ରହିଥିବା ମାନ୍ଦାବସ୍ଥା ଅସ୍ଥାୟୀ। ଶୀଘ୍ର ଘରୋଇ ଅର୍ଥ ବ୍ୟବସ୍ଥା ଅଭିବୃଦ୍ଧି ପଥକୁ ଫେରିବ। ସୁଇଜରଲାଣ୍ଡର ଡାଭୋସଠାରେ ଚାଲିଥିବା ଓ୍ବାର୍ଲଡ ଇକୋନୋମିକ ଫୋରମ (ଡବ୍ଳ୍ୟୁଇଏଫ)ର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଆଇଏମ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଓ୍ବା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବିଶ୍ୱ ଆର୍ଥତ୍କ ସ୍ଥିତିକୁ ନେଇ ଆଇଏମ୍‌ଏଫ୍‌ ୨୦୧୯ ଅକ୍ଟୋବରରେ ଯେଉଁ ପୂର୍ବାନୁମାନ କରିଥିଲା ସେହି ତୁଳନାରେ ୨୦୨୦ ଜାନୁୟାରୀରେ ବିଶ୍ୱର ଅର୍ଥ ବ୍ୟବସ୍ଥା ଉନ୍ନତ ସ୍ଥିତିରେ ରହିଛି। ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଭାରତର ବିକାଶ ହାର ୪.୫%କୁ ଖସିଛି। ଏହା ସାଢେ ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର। ଏଭଳି ସ୍ଥିତିରେ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ୩.୩% ବିକାଶ ହାର ଆଖିଦୃଶିଆ ନୁହେଁ। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକ ଏବେ ଅଗ୍ରଗତି କରୁଥିବା ସେ ମତ ରଖିଛନ୍ତି। ମାତ୍ର ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଏବେ ବି ଲାଗିରହିଛି। ବିତ୍ତୀୟ ନୀତି ଏବଂ ଢାଞ୍ଚାଗତ ସୁଧାର ଉପରେ ଦେଶଗୁଡିକ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଆଗାମି ଦିନଗୁଡିକରେ ଭାରତୀୟ ଅର୍ଥ ବ୍ୟବସ୍ଥା ତ୍ୱରିତ ହେବା ନେଇ ଆଶାବାଦୀ ଥିବା ସେ ମତ ରଖିଛନ୍ତି। ଇଣ୍ଡୋନେସିଆ ଏବଂ ଭିଏତନାମ ଭଳି ଦେଶର ବିକାଶ ହାର ଚମକିବା ସ୍ଥିତିକୁ ଫେରିଛି। କିଛି ଆଫ୍ରିକୀୟ ଦେଶ ଭଲ ପ୍ରଦର୍ଶନ କରୁଥିବା ବେଳେ ମେକ୍ସିକୋ ଭଳି ଦେଶର ବିକାଶ ହାରରେ କୌଣସି ସୁଧାର ଆସିନାହିଁ। ଏବେ ବିଶ୍ୱର ବିଭିନ୍ନ ଦେଶ ଆର୍ଥତ୍କ ଚ୍ୟାଲେଞ୍ଜ ସ୍ଥିତି ଆଡକୁ ଗତି କରୁଛନ୍ତି। ସୂଚନା ଯୋଗ୍ୟ ଚଳିତ ଆର୍ଥତ୍କବର୍ଷ ଲାଗି ଭାରତର ବିକାଶ ହାର ୫% କିମ୍ବା ଏହାର ନିକଟବର୍ତ୍ତୀ ରହିବ ବୋଲି ଅନେକ ଅନ୍ତର୍ଜାତୀୟ ଏଜେନ୍ସି କହିଛନ୍ତି। ଏହା ମଧ୍ୟରେ ଆଇଏମ୍‌ଏଫ୍‌, ଜାତିସଂଘ, ଫିଚ୍‌ ସହ ଅନ୍ୟ କେତେକ ଏଜେନ୍ସି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଆଇସିର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’: ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ମିଳିବ…

ନୂଆଦିଲ୍ଲୀ,୧।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମର...

୨ୟ ତ୍ରୈମାସକରେ ଜିଡିପି ଅଭିବୃଦ୍ଧି ୭.୬%

ନୂଆଦିଲ୍ଲୀ,୧।୧୨ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସକ (ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକ)ରେ ଦେଶର ଆର୍ଥିକ ଅଭିବୃଦ୍ଧି (ଜିଡିପି) ୭.୬% ରହିଛି। ଏପରିକି ଗତ...

ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ହିମାଳୟାନ ଉନ୍ମୋଚିତ: ଆକର୍ଷଣୀୟ ଡିଜାଇନିଂ ସହ ରହିଛି…

ନୂଆଦିଲ୍ଲୀ,୧।୧୨: ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ହିମାଳୟାନ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଅଧିକ ପାୱାର...

ପୁଣି ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୧୨: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିଲା ଏବଂ ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ...

Tata Tech IPO Listing: ନିବେଶକ ହେଲେ ମାଲାମାଲ, ୧୪୦% ପ୍ରିମିୟମ ସହ ଲିଷ୍ଟିଂ ଟାଟା ଟେକ୍ନୋଲୋଜି

ମୁମ୍ବାଇ,୩୦ା୧୧: ଦେଶର ଅନ୍ୟତମ ସମ୍ମାନଜନକ ବ୍ୟବସାୟ ଗୋଷ୍ଠୀ ଟାଟା ଗ୍ରୁପର ଆଇପିଓ ଗୁରୁବାର ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦...

ଗୋଲ୍ଡ ଇଜ୍‌ ଓଲ୍ଡ! ବିବାହ ଋତୁରେ ଚାଲିଛି ପ୍ଲାଟିନମର କ୍ରେଜ୍‌

ନୂଆଦିଲ୍ଲୀ,୩୦।୧୧: ଦେଶରେ ଆରମ୍ଭ ହୋଇଛି ବିବାହ ଋତୁ। ବିବାହ ସିଜନକୁ ଦେଖି ସୁନା-ରୁପା ଅଳଙ୍କାରରେ ରେକର୍ଡସ୍ତରୀୟ ବ୍ୟବସାୟ ଦେଖିବାକୁ ମିଳୁଛି। ମାର୍କେଟରେ ସୁନା ଦର ୪୨ହଜାର...

ଏଆଇବିଇଏର ତ୍ରୈବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବ୍ୟାଙ୍କ ଶିଳ୍ପରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଦବୀ ପୂରଣ ପାଇଁ ଦାବି କରାଯିବା ସହ ଠିକା ବା ଆଉଟସୋର୍ସିଂରେ ନିଯୁକ୍ତି ପ୍ରଦାନକୁ ନିଖିଳ...

ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୩୦।୧୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ କଟକର ବହୁ ପ୍ରତୀକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri