ଶିଶୁ ନିର୍ଯାତନା ବିରୋଧରେ କାମ କରିବି

୨୦୧୩ରୁ ସମ୍ବଲପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଭାବେ କାର୍ଯ୍ୟରତ ଶୁଚିସ୍ମିତା ପଟ୍ଟନାୟକ ଅନାଥ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଲାଗି ଉଦ୍ୟମ ଜାରି ରଖିଛନ୍ତି। ସୁନ୍ଦରଗଡ, ଭବାନୀପାଟଣାରେ ନିଜର ସ୍କୁଲ ଜୀବନ କାଟିଥିବା ଶୁଚିସ୍ମିତାଙ୍କ କଲେଜ ଜୀବନ ନୟାଗଡରୁ ଆରମ୍ଭ ହୋଇ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଶେଷ ହୋଇଥିଲା। ପିଲାଟି ଦିନରୁ ପୋଲିସ ହେବାକୁ ଲକ୍ଷ୍ୟ ରଖିଥିଲେ ସେ। ସମୟର ପରିବର୍ତ୍ତନ ସହ ତାଙ୍କ ଲକ୍ଷ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ସେ ଏବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟକରି ଖୁସି ଅନୁଭବ କରୁଛନ୍ତି। ଏଥର ନିଜକଥା ସ୍ତମ୍ଭରେ ଶୁଚିସ୍ମିତାଙ୍କ କଥା…।

ପ୍ରଥମ ଦରମା କିପରି ଖର୍ଚ୍ଚ କଲେ ?
*ପ୍ରଥମ ଦରମା ପାଇବା ପରେ ଖୁସିରେ ମୋ ପାଦ ତଳେ ଲାଗି ନ ଥିଲା। ଅଫିସ ଛୁଟି ପରେ ଘରକୁ ଯାଇ ସିଧା ବାପାଙ୍କ ହାତରେ ଦରମାତକ ଧରାଇ ଦେଇ ପ୍ରଣାମ କଲି। ସନ୍ଧ୍ୟାରେ ବାପାଙ୍କ ସହ ଆମେ ଚାରି ଭାଇ ଭଉଣୀ ମିଶି ବଜାରକୁ ଗଲୁ। ସେହି ଟଙ୍କାରେ ସମସ୍ତଙ୍କ ପାଇଁ ନୂଆ ଡ୍ରେସ କିଣା ଯାଇଥିଲା।
ଅବସର ସମୟ କିପରି କାଟନ୍ତି ?
*ଅବସର ସମୟ ତ ଖୁବ୍‌ କମ୍‌ ମିଳିଥାଏ। ରବିବାରରେ କାମ କରିବାକୁ ପଡେ। ଯେଉଁ ରବିବାରରେ କୌଣସି କାର୍ଯ୍ୟକ୍ରମ ନ ଥାଏ ପରିବାର ସଦସ୍ୟଙ୍କ ସହ ସମୟ କାଟେ। ଅଧିକ ସମୟ ମିଳିଲେ ସମ୍ବଲପୁରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରେ।
କେଉଁ ରଙ୍ଗ ପ୍ରତି ଦୁର୍ବଳତା ରହିଛି ?
*ପିଙ୍କ୍‌ ରଙ୍ଗ ପ୍ରତି ମୋର ଦୁର୍ବଳତା ରହିଛି। ସେହି ରଙ୍ଗର ପୋଷାକ ପିନ୍ଧିବାକୁ ଭଲ ପାଇଥାଏ। ଏବେ ବି ସମ୍ବଲପୁରୀ ଡ୍ରେସରେ ପିଙ୍କ୍‌ ଖୋଜୁଛି।
ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି ?
*ଓଡ଼ିଆ ଓ ହିନ୍ଦୀ ସିନେମା ସମୟ ପାଇଲେ ଦେଖେ। ପ୍ରତିଦିନ ସକାଳୁ ଭିକାରୀ ବଳଙ୍କ ଭଜନ ଶୁଣେ। ସନ୍ଧ୍ୟାରେ ଲତା ମଙ୍ଗେସକରଙ୍କ ଗୀତ ଶୁଣିବାକୁ ଭଲପାଏ।
ଈଶ୍ୱର ବିଶ୍ୱାସୀ କି ?
*ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଓ ସମଲେଇଙ୍କୁ ପୂଜାର୍ଚ୍ଚନା କରିଥାଏ।
ସ୍ବାମୀଙ୍କ କେଉଁ ଗୁଣ ଭଲ ଲାଗେ ?
*ପ୍ରତି କାମକୁ ସେ ଗୁରୁତ୍ୱ ଦେଇଥାନ୍ତି। କାମ ପ୍ରତି ଅବହେଳା କରନ୍ତି ନାହିଁ। ସ୍ବାମୀ ସ୍ବପ୍ନଜିତ୍‌ ପଟ୍ଟନାୟକଙ୍କ ଏହି ଗୁଣ ମୋତେ ପ୍ରେରଣା ଦେଇଥାଏ ।
ଆଗକୁ କ’ଣ ଲକ୍ଷ୍ୟ ରଖିଛନ୍ତିି ?
*ପୂର୍ବ ବର୍ଷ ଅପେକ୍ଷା ଧୀରେ ଧୀରେ ଶିଶୁ ନିର୍ଯାତନା କମୁଛି। ଏହା ଯେପରି ସମାଜରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବ ସେଥିପାଇଁ କାମ କରିବାକୁ ସ୍ଥିର କରିଛି।
କିଛି ଅଭୁଲା ସ୍ମୃତି ?
*ମା’ବାପାଙ୍କୁ ହରାଇବା ପରେ ମନରେ ଅନେକ ଦୁଃଖ ଓ କୋହ ଥିଲା। ୨୦୧୩ରେ ଡିସିପିଓ ଭାବେ ଯୋଗଦେଲି। ପ୍ରଥମେ ସମ୍ବଲପୁର ଛଚାନପାଲିସ୍ଥିତ ରୁକ୍ମିଣୀ ଲାଠ ବାଳ ନିକେତନ ବୁଲିବାକୁ ଯାଇଥିଲି। ସେଠାରେ ସେହି ପିଲାମାନଙ୍କ ମୁହଁରେ ମୋର ମାଆଙ୍କ ଚେହେରା ଅନୁଭବ କରିଥିଲି। ମା’ ବାପାଙ୍କ ସ୍ନେହ ନ ପାଇ କେମିତି ସେମାନେ ଚଳୁଛନ୍ତି ସେ କଥା ମୋର ମନକୁ ବାରମ୍ବାର ଆନ୍ଦୋଳିତ କରିଥିଲା। ସେଦିନଟି ମୋ ପାଇଁ ଅଭୁଲା ସ୍ମୃତି ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯୦ କୋଟି ଟଙ୍କାର ଲଟେରି ଜିତିଥିଲେ ମହିଳା, ଏହି ଭୁଲ ପାଇଁ ମିଳିଲାନି ଟଙ୍କା, ଜାଣିଲେ…

ଲଟେରି ଏମିତି ଏକ ଖେଳ ଯେଉଁଥିରେ କାହାର ଭାଗ୍ୟ ରାତାରାତି ବଦଳି ଯାଏ ତ ଆଉ କାହାର ସର୍ବସ୍ବ ହାନି ହୋଇଥାଏ। ଏମିତି ଏକ ଦୁର୍ଭାଗ୍ୟଜନକ...

ଅହିଂସା ପୂଜାରୀଙ୍କ ସମ୍ପର୍କରେ ଅନେକ କଥା…

ଜାତିର ପିତା ମହାମତ୍ା ଗାନ୍ଧୀ ଭାରତର ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ନେତା ଥିଲେ ଓ ଅହିଂସା ମାର୍ଗରେ ଆନ୍ଦୋଳନ କରି ଦେଶକୁ ସ୍ବାଧୀନତା ଦେବାରେ ମୁଖ୍ୟ...

ଗର୍ଭବତୀ ସ୍ତ୍ରୀଙ୍କ ପରୀକ୍ଷା ପାଇଁ ୧୧୭୬ କିମି ସ୍କୁଟି ଚଲାଇଲେ ସ୍ବାମୀ

ଗ୍ବାଲିଅର, ୩।୯: ଯଦି ଦୃଢ଼ ଇଚ୍ଛାଶକ୍ତି ଥାଏ ତେବେ ଅସମ୍ଭବ ବି ସମ୍ଭବପର ହୋଇଥାଏ। ଯାହାକୁ ଝାଡ଼ଖଣ୍ଡର ଧନଞ୍ଜୟ ମାଝି କରି ଦେଖାଇଛନ୍ତି। ଧନଞ୍ଜୟ ଝାଡ଼ଖଣ୍ଡରେ...

ଯବାନଙ୍କ ଜନ୍ମଦିନ ପାଳନର ଇମୋଶନାଲ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ସେନା ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଯେ କେହି ଭାବୁକ ହୋଇଯିବ ଏଥିରେ ସନ୍ଦେହ ନାହିଁ।...

ଆକାଶବାଣୀ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜ

ଦିନଥିଲା ଯେତେବେଳେ ସକାଳୁ ସକାଳୁ ଆକାଶବାଣୀ କଟକ କେନ୍ଦ୍ରରୁ ବନ୍ଦନା କାର୍ଯ୍ୟକ୍ରମ ପରେ ପରେ ଏକ ସୁମଧୁର ଧୂନ୍‌ ବାଜିଉଠୁଥିଲା ତା’ପରେ ଆନାଉନ୍‌ସର କହୁଥିଲେ-ଏଥର ଶୁଣନ୍ତୁ...

୯୪ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବିଭିନ୍ନ ସମୟରେ ନିଜ ଟୁଇଟରରେ ଲୋକଙ୍କୁ ପ୍ରେରଣା ଦେବା ଭଳି କାହାଣୀ ଶେୟାର କରିଥାନ୍ତି। ଏବେ ସେ ଚଣ୍ଡିଗଡ...

ଛପନ ଭୋଗରେ ଭାରତୀୟ ସଂସ୍କୃତିର ଝଲକ

ସମଗ୍ର ଭାରତରେ ଶୁକବ୍ରାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହେଉଛି। ରାଜ୍ୟର ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଓ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ...

କେବେ ସ୍କୁଲର ମୁହଁ ଦେଖିନାହାନ୍ତି କିନ୍ତୁ ୩ଟି ବହି ଲେଖିଛନ୍ତି, ଜାଣନ୍ତୁ କିଏ ଏହି ବୃଦ୍ଧା

ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହେବେ ସମସ୍ତ ଅସମ୍ଭବ ସମ୍ଭବ ହୋଇଯିବ। ଏମିତି କିଛି ଅସମ୍ଭବ ସମ୍ଭବ ହୋଇଛି ଶାରଦା ଦେବୀଙ୍କ କ୍ଷେତ୍ରରେ। ଯିଏ କି ଆଦୌ...

Advertisement
Archives

Model This Week