ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୦ା୧୧ :  ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଗୁରୁବାର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ଆଇନଜୀବୀ ଶରତ ରାୟଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ମଣ୍ଡଳ ଶିକ୍ଷାଧିକାରୀ ମମତା ମିଶ୍ର, ଉପଦେଷ୍ଟା ଶିକ୍ଷାବିତ୍‌ ରଘୁନାଥ ମହାପାତ୍ର, ସାମାଜିକ କର୍ମୀ ଚକ୍ରଧର ମହାପାତ୍ର, ଖବରଦାତା ଜଗନ୍ନାଥ ବସ୍ତିଆ, ପ୍ରଧାନ ଶିକ୍ଷକ ସୁଶିଳ କୁମାର ବ୍ରହ୍ମା, ଶିକ୍ଷାବିତ୍‌ ଶିବସୁନ୍ଦର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁଙ୍କ ସାମଗ୍ରିକ ବିକାଶରେ ମାତା ପିତା ଓ ଶିକ୍ଷକଙ୍କ ପ୍ରମୁଖ ଭୂମିକା ରହିଛି। ଶିଶୁଙ୍କ ସୁରକ୍ଷା, ବିକାଶ ଲାଗି ଶିଶୁ ଅଧିକାର, ଶିଶୁ ଶିକ୍ଷା ଆଇନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ସେମାନଙ୍କ ବିକାଶରେ କୌଣସି ପ୍ରଭାବ ପଡୁନାହିଁ। ଶିଶୁ ଆଜି ବି ବିଭିନ୍ନ ସ୍ଥାନରେ ଅବହେଳିତ ହେବା ସହ ଶିକ୍ଷା, ସ୍ବଚ୍ଛ ପରିବେଶରୁ ବଞ୍ଚତ୍ତ ହେଉଛନ୍ତି। ସରକାରୀ କାର୍ଯ୍ୟରେ ଶିକ୍ଷକଙ୍କ ନିୟୋଜନ ତଥା ରଥଯାତ୍ରାରେ ଦୁଇ ସପ୍ତାହ ବ୍ୟାପୀ ପୁରୀ ସହରସ୍ଥ କେତେକ ବିଦ୍ୟାଳୟକୁ ବନ୍ଦ କରିଦିଆଯାଉଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହାଦ୍ୱାରା ଶିଶୁ ଅଧିକାର କ୍ଷୂର୍ଣ୍ଣ ହେଉଛି। ଶିଶୁ ଅଧିକାରକୁ କାର୍ଯ୍ୟକାରୀ ଦିଗରେ ସମସ୍ତଙ୍କ ଉତ୍ତର ଦାୟିତ୍ୱ ରହିଛି ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ୍‌ କରିଛନ୍ତି। ଏଥିସହ ରାଜ୍ୟପାଳଙ୍କ ସହଧର୍ମିଣୀ ସୁଶୀଳା ଦେବୀଙ୍କ ପରଲୋକରେ ଗଭୀର...

୭୦ ଦିବ୍ୟାଙ୍ଗ ପାଇବେ କୃତ୍ରିମ ଅଙ୍ଗ

ପୁରୀ ଅଫିସ, ୪।୧୧: ପୁରୀ ଜିଲାର ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ଜିଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ‘ପ୍ରଫୁଲ୍ଲ ଯୋଜନା’।...

ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା 

ଭୁବନେଶ୍ୱର,୩।୫(ବ୍ୟୁରୋ): ଅକ୍ଷୟ ତୃତୀୟା ଅବସରରେ ମଙ୍ଗଳବାର ଚାଷୀଙ୍କୁ କାଳିଆ କିସ୍ତି ପ୍ରଦାନ କରାଯାଇଛି। ଓଡ଼ିଶାର ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୦୪ କୋଟି ଟଙ୍କା...

କାର୍ଯ୍ୟ ଦିବସ ନଷ୍ଟକଲେ ଭରଣା କରିବ

ଭୁବନେଶ୍ୱର,୧୫ା୯(ଅନିଲ ଦାସ):ରାଜ୍ୟର ବିଭିନ୍ନ ଜିଲାରେ ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ୩ ଦଫା ଦାବି ନେଇ ସେପ୍ଟେମ୍ବର ୮ରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

ବିଧାନସଭାରେ ଶେଷ ଦର୍ଶନ କଲେ ବାଚସ୍ପତି, ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର,୩୦ା୧(ବ୍ୟୁରୋ):କ୍ୟାପିଟାଲ ହସ୍ପିଟାଲରେ ରବିବାର ରାତିରେ ମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ସେଠାରୁ ପାର୍ଥିବ ଶରୀର ବିଧାନସଭା ଅଣାଯାଇଥିଲା। ସେଠାରେ ବାଚସ୍ପତିଙ୍କଠାରୁ ଆରମ୍ଭ...

ଡୋର୍‌-ଟୁ-ଡୋର୍‌ ଅଳିଆ ସଂଗ୍ରହ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୯।୫ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ଏକ ସ୍ବଚ୍ଛ ଓ ସୁନ୍ଦର ସହର କରି ଗଢି ତୋଳିବା ସହ ୧ନଂ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ...

ରାତିସାରା ହୋଟେଲରେ ଥିଲେ ମନୀଷ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସ (୩୦)ଙ୍କ ମୃତଦେହ ମିଳିବା...

ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

କଟକ ଅଫିସ, ୫।୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରି ଶନିବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ହାଇକୋର୍ଟର ବରିଷ୍ଠ ବିଚାରପତି...

Advertisement
Archives

Model This Week