ଶିଶୁଙ୍କ ଜଳଖିଆରେ ପୋକ ଘଟଣା: ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ରୂପ୍‌ସା, ୧୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି। ଗତ ୭ତାରିଖରେ ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ମଙ୍ଗଳବାର ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଗ୍ରାମର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାଞ୍ଚ ଓ ମଦର୍ସ କମିଟି ତରଫରୁ ଦୁର୍ଗାବତୀ ମିଶ୍ର, ସସ୍ମିତା ଦାସ, ସଙ୍ଗୀତା ଗିରି, ରୀତା ଦାସ, ତରୁଣ କୁମାର ଦାସ, ବିଶ୍ୱରଞ୍ଜନ ଦାସ ଓ ସତ୍ୟବତୀ ଗିରି ପ୍ରମୁଖ ଜଳଖିଆ ଦାୟିତ୍ୱରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ ଓ କେନ୍ଦ୍ରର ସହାୟିକାଙ୍କ ବହିଷ୍କାର ଦାବି କରିଛନ୍ତି। ଅପରପକ୍ଷରେ ମଙ୍ଗଳବାର ଶିଶୁଙ୍କ ଜଳଖିଆ ଓ ମଧ୍ୟାହ୍ନଭୋଜନ ଦିଆଯାଇ ନ ଥିବାରୁ କର୍ମୀଙ୍କୁ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ମାତୃଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ଏହି କେନ୍ଦ୍ରରେ ଶିଶୁଙ୍କୁ ଜଳଖିଆ ଦେବା ଦାୟିତ୍ୱ ନେଇଛି। ଗୋଷ୍ଠୀର ସଭାନେତ୍ରୀ ମୌସୁମୀ ମଲିକ ଗତ ୭ ତାରିଖରେ ଶିଶୁଙ୍କୁ ମୁଢ଼ିମୁହାଁ ଜଳଖିଆ ଦେଇଥିଲେ। ଏହି ଜଳଖିଆକୁ ଜଣେ ଗ୍ରାମବାସୀ ନେଇ ସେଥିରୁ ପୋକ ସାଲୁବାଲୁ ହେଉଥିବା ଦେଖିଥିଲେ। ଅପରପକ୍ଷରେ ଅଜାଣତରେ ଏହି ମୁଢ଼ିମୁହାଁ ଖାଇ ୨ରୁ ୩ଜଣ ଶିଶୁ ବାନ୍ତି କରିବାରୁ ସେମାନଙ୍କୁ ଘରୋଇ ଡାକ୍ତରଙ୍କ ଚିକିତ୍ସା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ନିମ୍ନମାନର ଜଳଖିଆ ଦିଆଯାଉଥିବା ପ୍ରତିବାଦରେ ଗ୍ରାମର ମହିଳା, ପୁରୁଷ କେନ୍ଦ୍ରରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଅଙ୍ଗନୱାଡ଼ି କର୍ମୀ ଜଳଖିଆର ମାନ ତଦାରଖ ନ କରି ଶିଶୁଙ୍କୁ କାହଁିକି ଖାଇବାକୁ ଦେଲେ ବୋଲି ଗ୍ରାମବାସୀ ପଚାରିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଡ଼ିଓ, ତହସିଲଦାରଙ୍କୁ ଅବଗତ କରାଯାଇଥିଲା। ହେଲେ ଏ ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷେ ମଙ୍ଗଳବାର ଶିଶୁଙ୍କ ଜଳଖିଆ ଓ ମଧ୍ୟାହ୍ନଭୋଜନ ଦିଆ ନ ଯିବାରୁ କର୍ମୀଙ୍କୁ ଗ୍ରାମବାସୀ ଘେରାଉ କରିଥିଲେ। ତୁରନ୍ତ ଗାଁରେ ବୈଠକ ଡକାଯାଇ ଅଙ୍ଗନୱାଡ଼ି କେନ୍ଦ୍ରରେ ଚାଲିଥିବା ମନମୁଖୀ କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ରାଧାମରି ଦାସ, ମନୋରମା ଦାସ, ଜୁଲି ଦାସ, ତାରାମଣୀ ଦାସ ଓ ପାର୍ବତୀ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବ ଡ୍ରୋନ୍‌

କଟକ ଅଫିସ,୧୯।୬: ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଟିକା ଯୋଗାଇବ ଡେଲଟା ୪୦୦ ଡ୍ରୋନ୍‌। ଏହି ଡ୍ରୋନ୍‌କୁ କଟକ ଖପୁରିଆ ଆଇଟିଆଇର ଛାତ୍ରୀଛାତ୍ର ତିଆରି କରିଛନ୍ତି। ଆଇଜି...

ଲଗାଣ ବର୍ଷାରେ ଭୁଶୁଡ଼ିଲା କୋଷ୍ଟ କେନାଲ ସେତୁ

ବାଲେଶ୍ୱର ଅଫିସ ୧୦।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ କଳାମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ସେତୁ ଲଗାଣ ବର୍ଷାରେ...

ଫେରିଯାଉଛି ମୌସୁମୀ

ଭୁବନେଶ୍ବର,୧୧।୧୦(ବ୍ୟୁରୋ): ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଏବଂ ନୂଆପଡ଼ା ଜିଲାରୁ ମୌସୁମୀ...

ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ

ବୌଦ୍ଧ,୫।୧୦(ସ୍ବ.ପ୍ର.): ବୋଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ...

୩୮.୮ ଡିଗ୍ରୀରେ ତାଳଚେର

ଭୁବନେଶ୍ୱର, ୬ା୩(ବ୍ୟୁରୋ):ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ରବିବାର ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ପାରଦ ୩୮ ଡିଗ୍ରୀ ଟପିଥିଲା। ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ...

ଅବସରପ୍ରାପ୍ତ ଜିଲା ଜଜ୍‌ଙ୍କ ତଦନ୍ତ ରିପୋର୍ଟ ଦାଖଲ

କଟକ ଅଫିସ, ୯।୧୧: ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଚିକିତ୍ସା ଅବହେଳା ନେଇ ଆଗତ...

କୁଶଭଦ୍ରା ଗଣ୍ଡରେ ବୁଡ଼ିଗଲେ ୩ କଲେଜ ଛାତ୍ର: ନିମାପଡ଼ାରେ ପ୍ରବଳ ଉତ୍ତେଜନା, ରାସ୍ତାରୋକୋ

ନିମାପଡ଼ା,୧୭।୪(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ କୁଶଭଦ୍ରା ନଦୀର ଧୀରପୁର ବାଲିଘାଟ ଗଣ୍ଡରେ ଗାଧୋଉଥିବାବେଳେ ୩ଜଣ କଲେଜ ଛାତ୍ର ବୁଡି ଯାଇଛନ୍ତି। ମଙ୍ଗଳବାର ଅପରାହ୍ନରେ...

ଭଙ୍ଗାଘରେ ଜୀବନ ବିତାଉଛନ୍ତି ନିଃସହାୟ ସୋଲି

ଶେରଗଡ଼,୧୧ା୬(ଡି.ଏନ୍‌.ଏ.)- ଶେରଗଡ଼ ଗ୍ରାମ କୈବର୍ତ୍ତ ସାହିର ସୋଲି ବେହେରା (୨୪)। ବିବାହର କିଛିବର୍ଷ ପରେ ସ୍ବାମୀ କେଉଁଆଡେ ଚାଲିଯିବାରୁ ସେ ବାପଘରକୁ ଫେରି ଆସିଥିଲେ। ମାତ୍ର...

Advertisement
Archives

Model This Week