Posted inଜାତୀୟ

ଶିଶୁଙ୍କୁ ଯୌନ ନିର୍ଯାତନା ନେଇ କଠୋର ହେଲେ ସୁପ୍ରିମକୋର୍ଟ: ସବୁ ଜିଲାରେ ହେବ ପୋକ୍ସୋ କୋର୍ଟ

ନୂଆଦିଲ୍ଲୀ,୨୫ା୭(ପି.ଟି.)-  ଦେଶରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି। ଏପରି କି କେତେକ ଜିଲାରେ ଏଭଳି ଶତାଧିକ ମାମଲା ଗଡ଼ୁଛି। ସୁପ୍ରିମକୋର୍ଟ ଏହାକୁ ଦୃଷ୍ଟିରେ ରଖି ଶିଶୁଙ୍କୁ ଯୌନ ନିର୍ଯାତନାରୁ ମୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଅଧୀନରେ ସମସ୍ତ ଜିଲାରେ ୬୦ ଦିନ ମଧ୍ୟରେ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ୧୦୦ରୁ ଊର୍ଦ୍ଧ୍ୱ ପୋକ୍ସୋ ମାମଲା ବିଚାରାଧୀନ ଥିବା ଜିଲାଗୁଡ଼ିକରେ ପୀଡ଼ିତ ଶିଶୁଙ୍କୁ ନ୍ୟାୟ ପ୍ରଦାନ ପାଇଁ ୨ ମାସ ମଧ୍ୟରେ କେନ୍ଦ୍ର ସରକାର ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବେ। ଏହାସହ ଏପରି ମାମଲାଗୁଡ଼ିକର ପରିଚାଳନା ପାଇଁ ସରକାର ତାଲିମପ୍ରାପ୍ତ ତଥା ସମ୍ବେଦନଶୀଳ ଅଧିବ୍ୟକ୍ତା ଓ ସହାୟକଙ୍କୁ ନିଯୁକ୍ତ କରିବେ। କୋର୍ଟ ସ୍ଥାପନ ପାଇଁ ଆବଶ୍ୟକ ପାଣ୍ଠି କେନ୍ଦ୍ର ସରକାର ବହନ କରିବେ। ପୋକ୍ସୋ କୋର୍ଟ ପ୍ରତିଷ୍ଠା ଓ ସେଠାରେ ପ୍ରୋସିକ୍ୟୁଟର ନିଯୁକ୍ତି ସମ୍ପର୍କିତ ଯୋଜନା ନେଇ ସରକାର ୩୦ ଦିନ ମଧ୍ୟରେ ପ୍ରୋଗ୍ରେସ ରିପୋର୍ଟ ଦାଖଲ କରି ସୁପ୍ରିମକୋର୍ଟଙ୍କୁ ଅବଗତ କରିିବେ। ସେହିପରି ଏପରି ମାମଲାର ଫରେନ୍ସିକ୍‌ ରିପୋର୍ଟ ଉଚିତ ସମୟରେ ଦାଖଲ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବମାନେ ନିଶ୍ଚିତ କରିବେ ବୋଲି ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ବଳାତ୍କାର ଉପରେ ଦେଶବ୍ୟାପୀ ଅଧିକ ତଥ୍ୟ ସଂଗ୍ରହ ପୋକ୍ସୋ ଆଇନର କାର୍ଯ୍ୟକାରିତାକୁ ବିଳମ୍ବିତ କରିବ ବୋଲି ଖଣ୍ଡପୀଠ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୋକ୍ସୋ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ପ୍ରତ୍ୟେକ ଜିଲାରେ ଫରେନ୍ସିକ୍‌ ଲାବରେଟୋରି ପ୍ରତିଷ୍ଠା ଲାଗି ଆମିକସ୍‌ କ୍ୟୁରି (ଆଇନ ମିତ୍ର) ଭି. ଗିରିଙ୍କ ପ୍ରସ୍ତାବକୁ ପରେ ବିଚାର କରାଯାଇପାରେ। ତେବେ ଏଭଳି ମାମଲାଗୁଡ଼ିକର ତୁରନ୍ତ ବିଚାର ଲାଗି ଉଚିତ ସମୟରେ ଫରେନ୍ସିକ୍‌ ରିପୋର୍ଟ ଦାଖଲ କରାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୬ରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ପିଟିଥିବା ପ୍ରେମିକଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୨୫।୧୨: ମଧ୍ୟପ୍ରଦେଶର ରେୱା ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡକୁ ଅତି ନିର୍ମମ ଭାବେ ପିଟୁଥିବାର ଭିଡିଓ...

ମମତାଙ୍କ ପୁତୁରା ଅଭିଷେକଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାକୁ ନେଇ ୨ ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା,୩ା୮: ପଶ୍ଚିମବଙ୍ଗରେ ଦୁଇ ଜଣ ଭାଜପା କର୍ମୀଙ୍କୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ହତ୍ୟା କରିଛି। ମଙ୍ଗଳବାର ଏଭଳି ଗୁରୁତର ଅଭିଯୋଗ ଆଣିଛି ବିରୋଧୀ ଭାଜପା। ଦିନକ...

୭ ବର୍ଷରେ ଭାଜପା ସରକାର: ୭୩ ବର୍ଷ ମଧ୍ୟରେ କେନ୍ଦ୍ରରେ ରହିଛି ଦୁର୍ବଳ ସରକାରଙ୍କ ଶାସନ, କହିଲା କଂଗ୍ରେସ …

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ମଧ୍ୟରେ ଭାଜପା ସରକାର କେନ୍ଦ୍ରରେ ୭ ବର୍ଷ ପୂରଣ କରିଛନ୍ତି। କଂଗ୍ରେସ ପକ୍ଷରୁ ଭାଜପା ସରକାରଙ୍କୁ ଟାର୍ଗେଟ୍‌...

ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସାବରମତି ଆଶ୍ରମ ଗସ୍ତ କଲେ ବୋରିସ ଜନସନ

ଗାନ୍ଧିନଗର,୨୧ ।୪: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ଗୁଜରାଟରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ସେ...

ଭାରତର ପାକିସ୍ତାନ ଓ୍ବାଲି ଗଳିର ନାମ ପରିବର୍ତ୍ତନ ପାଇଁ ମୋଦିଙ୍କୁ ଚିଠି

ନୂଆଦିଲ୍ଲୀ,୩୧।୭: ଭାରତରେ ରହିଛି ପାକିସ୍ତାନ ଓ୍ବାଲି ଗଳି ନାମରେ ଏକ କଲୋନୀ। ଏହି କଲୋନୀ ଗ୍ରେଟର ନୋଏଡ଼ାଠାରେ ରହିଛି। ଏହାର ନାମ ନେଇ ସ୍ଥାନୀୟ ବାସିନ୍ଦାଙ୍କ...

ସ୍ତ୍ରୀଙ୍କୁ ପିଟୁଥିଲେ ଡିଜି: ନ୍ୟାୟ ମାଗିଲେ ପୁଅ

ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭୋପାଳରେ ଜଣେ ଡିଜି ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟୁଥିବା ଭିଡିଓ ସୋସିଆଲ ଭାଇରାଲ ହୋଇଛି। ଏହି ଭିଡିଓଟି ସ୍ପେଶାଲ ଡିଜି ପରୁଷୋତ୍ତମ ଶର୍ମାଙ୍କ...

ତ୍ରିପୁରା ଲୋକଙ୍କୁ ଚାନ୍ଦାରୁ ମିଳିଲା ମୁକ୍ତି: ମୋଦି

ନୂଆଦିଲ୍ଲୀ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିଛନ୍ତି । ତ୍ରିପୁରା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦିଙ୍କ ରାଲି ରାଜନୈତିକ...

ଖେଳାଳିଙ୍କ ପାଇଁ ପୁରସ୍କାରର ପେଡି ଖୋଲିଲେ ହରିୟାଣା ସରକାର, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ମିଳିବ ୬ କୋଟି

ଚଣ୍ଡିଗଡ଼,୬ ।୮: ହରିୟାଣା ସରକାର ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଛନ୍ତି । ସରକାର ଘୋଷଣା କରିଛନ୍ତି ଅଲିମ୍ପିକ୍ସରେ ଗୋଲ୍ଡ ବା ସ୍ୱର୍ଣ୍ଣ ପଦକ...

Advertisement
Archives

Model This Week