ଶିଳ୍ପ ଜଗତର କୋଭିଡ୍‌-୧୯ ବିରୋଧୀ ଲଢ଼େଇ

ନୂଆଦିଲ୍ଲୀ, ୨।୪: କୋଭିଡ୍‌-୧୯ ପ୍ରଭାବରେ ସାରା ଦେଶରେ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। ବର୍ତ୍ତମାନର ସଙ୍କଟ ସ୍ଥିତି ବିରୋଧରେ ଲଢେଇ ଜାରି ରଖିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। ଏଭଳି ସମୟରେ ଦେଶର ଶିଳ୍ପ ଜଗତ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ମଧ୍ୟ ଯୋଗଦାନ ରଖୁଛନ୍ତି। ବିଭିନ୍ନ କମ୍ପାନୀ ସେମାନଙ୍କ ଯୋଜନା ମୁତାବକ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ, ପିଏମ୍‌ କେୟାର୍ସ ଏବଂ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଭଳି ଅନ୍ୟାନ୍ୟ ପଦକ୍ଷେପ ହାତକୁ ନେଉଛନ୍ତି। ବିଭିନ୍ନ କମ୍ପାନୀ ଏ ଦିଗରେ ଗ୍ରହଣ କରୁଥିବା କାର୍ଯ୍ୟକ୍ରମ…
ହିରୋ ଗ୍ରୁପ- କରୋନା ବିରୋଧରେ ଲଢିବା ଲାଗି ହିରୋ ଗ୍ରୁପ ପକ୍ଷରୁ ୧୦୦ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରିଛି। ଏହା ମଧ୍ୟରେ ୫୦ କୋଟି ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ରିଲିଫ କାର୍ଯ୍ୟରେ କମ୍ପାନୀ ୫୦ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ହିରୋ ମୋଟୋକର୍ପ, ହିରୋଫିନ୍‌କର୍ପ, ହିରୋ ଫ୍ୟୁଚର ଏନର୍ଜି, ରକ୍‌ମ୍ୟାନ ଇଣ୍ଡଷ୍ଟ୍ରିଜ, ହିରୋ ଇଲେକଟ୍ରୋନିକ୍ସ ଭଳି କମ୍ପାନୀ ଗ୍ରୁପ ମଧ୍ୟରେ ସାମିଲ ଅଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ସମସ୍ତେ ଏକାଠି ହୋଇ ଲଢିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ଦାନ କରିବା ନେଇ କମ୍ପାନୀ ପକ୍ଷରୁ ଡ.ପଓ୍ବନ ମୁଞ୍ଜଲ ନିବେଦନ କରିଛନ୍ତି। କମ୍ପାନୀ ଗ୍ରାମାଞ୍ଚଳରେ ଟୁହ୍ବିଲର୍ସ ଆମ୍ବୁଲାନ୍ସ, ମାସ୍କ, ସାନିଟାଇଜର, ଗ୍ଳୋଭସ, ୧୦୦ ଭେଣ୍ଟିଲେଟର ଏବଂ ୧୦ ହଜାର ମିଲ୍‌ ପ୍ରଦାନ କରିଥିବା କହିଛି।
ଇଭି ଇଣ୍ଡିଆ- ଓଡିଶା ଭିତ୍ତିକ ଇ-ଯାନ ନିର୍ମାତା କମ୍ପାନୀ ଇଭି ଇଣ୍ଡିଆ ପକ୍ଷରୁ କୋଭିଡ-୧୯ ବିରୋଧରେ ଲଢେଇ ଜାରି ରହିଛି। କମ୍ପାନୀ ସମାଜର ନିଷ୍ପେସିତ ବର୍ଗର ଲୋକଙ୍କ ଲାଗି ବର୍ତ୍ତମାନର ଲକ୍‌ଡାଉନ ସମୟରେ ଖାଦ୍ୟ ଯୋଗାଣ ବ୍ୟବସ୍ଥା କରିଛି। କମ୍ପାନୀର ନିର୍ଦ୍ଦେଶକ ହର୍ଷବର୍ଦ୍ଧନ ଦିଦଓ୍ବାନିଆ କହିଛନ୍ତି ଯେ, ବର୍ତ୍ତମାନର ସଙ୍କଟ ସମୟରେ ଗରିବ ଲୋକଙ୍କୁ ସହାୟତା କରିବାର ଆବଶ୍ୟକତା ରହିଛି। କମ୍ପାନୀ ଏହି ପଦକ୍ଷେପ ସରକାରଙ୍କ ବଡ ଲଢେଇର ଏକ ଅଂଶ ବିଶେଷ। କମ୍ପାନୀ ଭୁବନେଶ୍ୱରରେ ଖାଇବା ପ୍ୟାକେଟ ବଣ୍ଟନ କରୁଥିବା ବେଳେ ଏହା ଆଗାମୀ ୭ ଦିନ ଧରି ଚାଲିବ। ସ୍ଥିତିକୁ ବିଚାର କରି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଏଲ୍‌ଆଇସି- ପିଏମ୍‌ କେୟାର୍ସ ପାଣ୍ଠିକୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ୧୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ମୋଟ୍‌ ଅର୍ଥ ମଧ୍ୟରୁ ଏଲ୍‌ଆଇସି ଗୋଲଡେନ ଜୁବୁଲି ଫଣ୍ଡରୁ ୫ କୋଟି ଟଙ୍କା ଦିଆଯାଇଛି। ବର୍ତ୍ତମାନ ଭାରତ ଏକ ଚ୍ୟାଲେଞ୍ଜିଂ ସ୍ଥିତି ଦେଇ ଗତି କରୁଥିବାରୁ ଲୋକଙ୍କ ମଙ୍ଗଳଲାଗି ଏଲ୍‌ଆଇସି ଯୋଗଦାନ ରଖିଛି ବୋଲି ଏହାର ଅଧ୍ୟକ୍ଷ ଏମ୍‌.ଆର୍‌. କୁମାର ସୂଚନା ଦେଇଛନ୍ତି। ପ୍ରଭାବିତ ଲୋକଙ୍କ ସହାୟତା ଲାଗି କମ୍ପାନୀ ଏହାର ଯୋଗଦାନ ଜାରି ରଖିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ହୋଣ୍ଡା ଇଣ୍ଡିଆ ଫାଉଣ୍ଡେଶନ- ଭାରତରେ ହୋଣ୍ଡା ଗ୍ରୁପର ଥିବା ସମସ୍ତ କମ୍ପାନୀଗୁଡିକର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଶାଖା ହୋଣ୍ଡା ଇଣ୍ଡିଆ ଫାଉଣ୍ଡେଶନ ପକ୍ଷରୁ କୋଭିଡ-୧୯ ପ୍ରତିରୋଧ ଲାଗି ପଦକ୍ଷେପ ନିଆଯାଇଛି। କମ୍ପାନୀ ପକ୍ଷରୁ ରିଲିଫ ଓ ପ୍ରତିଷେଧମୂଳକ ପଦକ୍ଷେପ ନିମନ୍ତେ ୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିଭିନ୍ନ ସରକାରୀ ଏଜେନ୍ସିଗୁଡିକୁ ୨୦୦୦ ୟୁନିଟ ହୋଣ୍ଡା ହୋଣ୍ଡା ଇଞ୍ଜିନଯୁକ୍ତ ବ୍ୟାକ୍‌ପ୍ୟାକ ସ୍ପ୍ରେୟର ପ୍ରଦାନ କରାଯାଇଛି। ଏଗୁଡିକ ହସ୍ପିଟାଲ, ପବ୍ଲିକ ଟ୍ରାନ୍ସପୋର୍ଟ, ରେଳ ଷ୍ଟେଶନ, ପବ୍ଲିକ କ୍ୟାଣ୍ଟିନ ଏବଂ ସାଧାରଣ ସ୍ଥାନଗୁଡିକରେ ବ୍ୟବହାର କରାଯାଉଛି। ଏହାବାଦ ହୋଣ୍ଡା ପକ୍ଷରୁ ଉତ୍ତରପ୍ରଦେଶ, ହରିୟାଣା, କର୍ନାଟକ, ଗୁଜରାଟ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଇଛି। କୋଭିଡ-୧୯ ବିରୋଧି ଲଢେଇରେ ସରକାରଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଛୁ ବୋଲି ହୋଣ୍ଡା ଇଣ୍ଡିଆ ଫାଉଣ୍ଡେଶନ ଅଧ୍ୟକ୍ଷ ମିନୋରୋ କାଟୋ ସୂଚନା ଦେଇଛନ୍ତି।
ଏସ୍‌ବିଆଇ କର୍ମଚାରୀ- ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ର ୨.୫୬ ଲକ୍ଷ କର୍ମଚାରୀ ସେମାନଙ୍କ ୨ ଦିନର ବେତନ ବାବଦ ୧୦୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ପ୍ରଦାନ ନେଇ ଘୋଷଣା କରିଛନ୍ତି। ଗତ ସପ୍ତାହରେ ଏସ୍‌ବିଆଇ ଏହାର ବାର୍ଷିକ ଲାଭର ୦.୨୫% କୋଭିଡ ଲଢେଇ ଲାଗି ସିଏସ୍‌ଆର୍‌ ବାବଦ ଖର୍ଚ୍ଚ କରିବାକୁ ଯୋଜନା ରଖିଛି। ପିଏମ୍‌ କେୟାର୍ସ ପାଣ୍ଠିକୁ ଦାନ କରିବା ଏକ ଗର୍ବର ବିଷୟ ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ସୂଚନା ଦେଇଛନ୍ତି।
ଅନ୍ୟ କମ୍ପାନୀଙ୍କ ଯୋଗଦାନ
– ଆଇଆଇଏଫ୍‌ଏଲ୍‌ – ୫ କୋଟି
– ଭାରତୀ ଏଣ୍ଟରପ୍ରାଇଜେସ- ୧୦୦ କୋଟି
– ମ୍ୟାନକାଇଣ୍ଡ ଫାର୍ମା-୫୧ କୋଟି
– ପାଓ୍ବାର ଫାଇନାନ୍ସ କର୍ପୋରେଶନ-୨୦୦ କୋଟି
– ଡାଲମିଆ ଭାରତ-୨୫ କୋଟି
– ଇଫ୍‌କୋ-୨୫ କୋଟି
– ଜିନ୍ଦଲ ଆଲୁମିନିୟମ-୫ କୋଟି
– ଲକ୍ଷ୍ମୀ ମିତ୍ତଲ- ୧୦୦ – କୋଟି
-ଜୁଏଲେରୀ ରପ୍ତାନି ପ୍ରୋତ୍ସାହନ କାଉନସିଲ -୨୧ କୋଟି
-ବିଏଚ୍‌ଇଏଲ୍‌- ୧୫.୭୨ କୋଟି


Enter your email to get our daily news in your inbox.

All Right Reserved By Dharitri.Com

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?