ଶିଳ୍ପସଂସ୍ଥାରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା: ଦଳମତ ନିର୍ବିଶେଷରେ ବିଧାୟକଙ୍କ ଅଭିଯୋଗ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରାଜ୍ୟର ଜମି, ଜଳ, ଜଙ୍ଗଲକୁ ବ୍ୟବହାର କରି ସଂଖ୍ୟାଧିକ କମ୍ପାନୀ ଶିଳ୍ପ ସମୃଦ୍ଧ ହୋଇଛନ୍ତି। ହେଲେ ସେହି ପରିମାଣରେ ରାଜ୍ୟର ମାନବ ସମ୍ବଳକୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି। ଦଳମତ ନିର୍ବିଶେଷରେ ବିଧାୟକମାନେ ଶୂନ୍ୟକାଳରେ ବୁଧବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ।
ଶିଳ୍ପସଂସ୍ଥାରେ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ୯୦ ପ୍ରତିଶତ ନିଯୁକ୍ତି ନେଇ ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ ଏହାକୁ ସଂପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏପରି କି ରାଜ୍ୟ ସରକାର ସ୍ଥାନୀୟ ନିଯୁକ୍ତି ସମ୍ପର୍କରେ ସ୍ପଷ୍ଟୀକରଣ ପାଇଁ ମଧ୍ୟ କେତେକ ସଦସ୍ୟ ଦାବି କରିଥିଲେ। ସରକାରୀ ଦଳରୁ କିଶୋର ମହାନ୍ତି, ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଏମ୍‌ସିଏଲ୍‌କୁ ଟାର୍ଗେଟ କରିଥିଲେ। ସେହିପରି ଭାଜପା ବିଧାୟିକା କୁସୁମ ଟେଟେ ଏନ୍‌ଟିପିସିକୁ ଟାର୍ଗେଟ କରିଥିଲେ। ଯଦି ଏହି ସ୍ଥାନୀୟ ନିଯୁକ୍ତି ସମସ୍ୟାର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଝାରସୁଗୁଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା କିଶୋର ମହାନ୍ତି ଚେତାବନୀ ଦେଇଛନ୍ତି। ଗତ ନଭେମ୍ବର ୨୪ରେ ୨୩୭୩ ଜଣ ଏମ୍‌ସିଏଲ୍‌ ପକ୍ଷରୁ ନିଯୁକ୍ତି ପାଇଛନ୍ତି, ତନ୍ମଧ୍ୟରୁ ମାତ୍ର ୧୦ ଜଣ ଓଡ଼ିଶାର। ଯେଉଁମାନେ ଏମ୍‌ସିଏଲ୍‌ ପାଇଁ ଜମି ହରାଇଛନ୍ତି, ସେମାନେ ନିଯୁକ୍ତିରୁ ବଞ୍ଚିତ ହେବା ଦୁର୍ଭାଗ୍ୟଜନକ ବୋଲି କିଶୋର କହିଛନ୍ତି। ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ ଏ ପ୍ରସଙ୍ଗରେ ବାଚସ୍ପତି ଏକ ରୁଲିଂ ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଏହି ଘଟଣାରେ ଖଣି ବିଭାଗ ଅନୁଧ୍ୟାନ କରୁ ବୋଲି ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଡ୍‌କୋର ଟାଟା ପ୍ରୀତି

ଭୁବନେଶ୍ୱର, ୧୫ା୪: ଓଡ଼ିଶାରେ ଶିଳ୍ପାୟନ କରାଯାଇ ନିଯୁକ୍ତି ପରିମାଣରେ ବୃ୍‌ଦ୍ଧି କରାଯିବ ବୋଲି ସରକାର ଅନେକ ବର୍ଷ ଧରି କହି ଆସୁଛନ୍ତି । ସେହି ଲକ୍ଷ୍ୟକୁ...

ବଚସା ହେଲା କାଳ: ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କେସିଙ୍ଗା,୨୬।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବ୍ରାହ୍ମଣୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବକ ଟାଙ୍ଗିଆରେ ହାଣି ତାଙ୍କ ସ୍ତ୍ରୀଙ୍କୁ...

ପୁଅକୁ ଟାଙ୍ଗିଆରେ ହାଣିଲା ବାପା

ବଡଗାଁ,୧।୧(ଡି.ଏନ୍‌.ଏ.): ନୂତନ ବର୍ଷ ନେଇ ସବୁଠି ଉତ୍ସାହ ଭରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ରନଗାଁ ଗ୍ରାମରେ ଶୁକ୍ରବାର ଘଟିଛି ଏକ...

ଓ୍ବେବ୍‌ ପୋର୍ଟାଲ ମୁଖ୍ୟଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୩୦।୮(ଡି.ଏନ.ଏ.): ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ଅମାନୁଷିକ ନିର୍ଯାତନା ଘଟଣାରେ ନନ୍ଦନକାନନ ଥାନା ପୋଲିସ ଶନିବାର ଲାଇଭ୍‌ କଳିଙ୍ଗ ୱେବ୍‌ ପୋର୍ଟାଲର ସମ୍ପାଦିକାଙ୍କ ସମେତ...

ଯୁବକଂଗ୍ରେସକୁ କ୍ରିୟାଶୀଳ କରିବାକୁ ଉଦ୍ୟମ:୧୨ରେ ମତାମତ ରଖିବେ ଯୁବନେତା

ଭୁବନେଶ୍ୱର,୮।୧(ବ୍ୟୁରୋ):ଯୁବ କଂଗ୍ରେସ ସଙ୍ଗଠନକୁ ପୁନଃଗଠିତ, ଅଧିକ କ୍ରିୟାଶୀଳ ଓ ସଶକ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଉକ୍ତ କମିଟିରେ କଂଗ୍ରେସ ରାଜ୍ୟ...

ଦ୍ୱିତୀୟ ଡୋଜ୍‌ ହିତାଧିକାରୀଙ୍କୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜ୍ୟରେ ଟିକା ଅଭାବ ଯୋଗୁ ଦ୍ୱିତୀୟ ଡୋଜ୍‌ ନେବାକୁ ଥିବା ହିତାଧିକାରୀ ଟିକାକରଣରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଏବେ ଦ୍ୱିତୀୟ ଡୋଜ୍‌ ହିତାଧିକାରୀଙ୍କୁ...

କରୋନାକୁ ହରାଇଲେ ୧୩ ମାସର ଶିଶୁ

କୋରୁକୋଣ୍ଡା,୬ା୮(ଡି.ଏନ.ଏ)-ମାଲକାନଗିରି ଜିଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ତେବେ ପ୍ରଥମ କରି ଏକ ୧୩ ମାସର ଛୁଆ କରୋନାରୁ ସୁସ୍ଥ ହୋଇଥିବା ଖବର...

ସତ୍ୟ ଜାଣିବାର ଶକ୍ତି ରାଧାନାଥଙ୍କର ଥିଲା: ତଥାଗତ

କଟକ ଅଫିସ, ୭।୧୨: କେଉଁଟା ସତ କେଉଁଟା ମିଛ ତାହା ଜାଣିବାର ଶକ୍ତି ରାଧାନାଥ ରଥଙ୍କ ପାଖରେ ଥିଲା। ସେ ଜଣେ ବ୍ୟକ୍ତି ନ ଥିଲେ,...

Advertisement


Archives

Model This Week