ଶିଲାଙ୍କ ପରି ହ୍ୟାଟ୍ରିକ୍‌ ମାରିପାରନ୍ତି କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ଶାସନ କ୍ଷମତାର ଚାବି ପୁଣି ଆମ ଆଦମୀ ପାର୍ଟି(ଏଏପି) ହାତକୁ ଯାଉଥିବା ନେଇ ସୂଚନା ମିଳୁଛି। ଯଦି କେଜରିଓ୍ବାଲ ଚଳିତ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରନ୍ତି, ତେବେ କଂଗ୍ରେସର ବରିଷ୍ଠ ନେତ୍ରୀ ସ୍ବର୍ଗତା ଶିଲା ଦୀକ୍ଷିତଙ୍କ ଭଳି ସେ ହ୍ୟାଟ୍ରିକ୍‌ କରିବେ। କାରଣ ସେ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବେ। ସୂଚନାଯୋଗ୍ୟ, ୨୦୧୩ରେ ଦଳ ଗଠନ ହେବା ପରେ ଏଏପି ଜନତାଙ୍କ ବିଶ୍ୱାସ ଜିତିଥିଲା। ପ୍ରଥମଥର ତାଙ୍କୁ ବହୁମତ ମିଳି ନ ଥିବା ବେଳେ ଦ୍ୱିତୀୟ ଥର ନିର୍ବାଚନରେ ଏଏପି ୭୦ରୁ ୬୭ ଆସନରେ ବିଜୟ ଲାଭ କରିଥିଲା। ଯାହା ଏଏପି ପାଇଁ ଥିଲା ଏକ ରେକର୍ଡ। ଚଳିତ ଥର ମଧ୍ୟ କେଜରିଓ୍ବାଲ ବହୁମତ ହାସଲ କରିବା ଦିଗରେ ବଢ଼ୁଥିବା ଜଣାପଡୁଛି। ତାଙ୍କ ପୂର୍ବରୁ ଶିଲା ଦୀକ୍ଷିତ ମଧ୍ୟ ଏଭଳି ନେତ୍ରୀ ଥିଲେ ଯିଏ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦୀର୍ଘ ୧୫ ବର୍ଷ ଧରି ସେ ଦିଲ୍ଲୀର ଶାସନ କ୍ଷମତା ହାତେଇଥିଲେ। ୧୯୯୮ରେ ଭାଜପାକୁ ହରାଇ ଶିଲା ମୁଖ୍ୟମନ୍ତ୍ରୀ ଆସନରେ ବସି ୨୦୧୩ ପର୍ଯ୍ୟନ୍ତ ଶାସନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ସଡ଼କରେ ବାଘ: ଗାଡ଼ି ସାମ୍ନାରେ ବସି ରହିଲା

ଭୋପାଳ, ୧୪।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ବାଘର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବାଘଟି ମଝି ସଡ଼କରେ ଗାଡ଼ି ସାମ୍ନାରେ ବସି ରହିଥିବାର...

ଓସ୍କାର ଦୌଡରୁ ବାଦ୍‌ ପଡିଲା ‘ଗଲି ବୟ’

ନୂଆଦିଲ୍ଲୀ,୧୭।୧୨: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଷ୍ଟାରକାଷ୍ଟରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଗଲି ବୟ’ ଓସ୍କାର ଦୌଡରୁ ବାଦ୍‌ ପଡିଛି। ଭାରତ ପକ୍ଷରୁ ଏହାକୁ...

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ

ମୁମ୍ବାଇ,୨୪।୫: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ ବୁଧବାରକୁ ଆସିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବାରୁ ହୋଇଥିବା ନେଇ...

କେଜରିଓ୍ବାଲଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ନିର୍ଭୟାଙ୍କ ମା’!

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ଚାଲିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା...

କୋଭିଡ୍‌ ଭ୍ୟାକ୍‌ସିନକୁ ଦେଶରେ ଖୁବ ଶୀଘ୍ର ମିଳିବ ମଞ୍ଜୁରୀ, ୫୦ ନିୟୁତ ଡୋଜ ପ୍ରସ୍ତୁତ: ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୨୮ା୧୨: ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ୫୦ ନିୟୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଭାକ୍‌ସିନ ପ୍ରସ୍ତୁତ କରିସାରିଛି। ଏ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଆଦର ପୁନାଓ୍ବାଲା...

ସରକାରୀ ଟିକାକେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ସାବାଳକ

ନୂଆଦିଲ୍ଲୀ, ୨୫।୫: ଟିକାକରଣ ଲାଗି ୧୮ରୁ ୪୪ ବର୍ଷୀୟଙ୍କ ପାଇଁ କୋଓ୍ବିନ ପ୍ଲାଟ୍‌ଫର୍ମରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହି ବୟସ ବର୍ଗର ଯେଉଁ ହିତାଧିକାରୀମାନେ...

ଭାଜପାକୁ କଡା ଚ୍ୟାଲେଞ୍ଜ୍‌ ଦେଲେ ଦିଦି: ଦମ୍‌ ଅଛି ତ ୩୦ ଆସନ ଜିତି ଦେଖାଅ

କୋଲକତା,୨୯।୧୨: ପୁଣି ଭାଜପା ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୀରଭୂମରେ ମଙ୍ଗଳବାର ପଦଯାତ୍ରା ବାହାର କରି ଏକ ରାଲିରେ ସମ୍ବୋଧିତ କରିଥିଲେ। ମମତା...

ମାଦି ଶର୍ମା କିଏ

ନୂଆଦିଲ୍ଲୀ,୩୧ା୧୦: ଇୟୁ ପ୍ରତିନିଧି ଦଳ ପାଇଁ କଶ୍ମୀର ଗସ୍ତର ଆୟୋଜିକା ମାଦି ଶର୍ମାଙ୍କୁ ନେଇ ବିବାଦ ଉଠିଛି। ମାଦି ତାଙ୍କ ଟୁଇଟର ଆକାଉଣ୍ଟରେ ନିଜକୁ ଜଣେ...

Advertisement


Archives

Model This Week

Why Dharitri