Posted inଜାତୀୟ

ଶିରିଡି ବନ୍ଦ: ସୋମବାର ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୧୯।୧: ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବୟାନକୁ ବିରୋଧ କରି ରବିବାର ଶିରିଡି ବନ୍ଦ ପାଳନ କରାଯାଇଥିଲା। ଶିରିଡି ରାସ୍ତାରେ ନା ଚାଲିଥିବା ଗାଡି ମଟର ନା ଖୋଲା ଥିଲା ଦୋକାନ ବଜାର। ବନ୍ଦ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା ଖବର ଆସିଛି। ଏବେ ଏହାକୁ ନେଇ ଉଦ୍ଧବ ଠାକରେ ୟୁଟର୍ଣ୍ଣ ନେଇଥିବା ଜଣାପଡିଛି। ବନ୍ଦ ପାଳନକୁ ଦେଖି ଠାକରେ ଆସନ୍ତା କାଲି ଅର୍ଥାତ୍‌ ସୋମବାର ଏକ ବୈଠକ ଡାକିଛନ୍ତି। ସୂଚନାଯୋଗ୍ୟ, ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ନୁହେଁ ବରଂ ପାଥ୍ରୀ ବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ ଠାକରେ। ଏହାସହ ପାଥ୍ରୀର ବିକାଶ ପାଇଁ ଶହେକୋଟି ଟଙ୍କା ମଧ୍ୟ ସେ ମଞ୍ଜୁର କରିଥିଲେ। ପରେ ଠାକରେଙ୍କ ଏହି ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଶ୍ରଦ୍ଧାଳୁ। ଏହାକୁ ନେଇ ରବିବାର ଶିରିଡି ବନ୍ଦଥିବା ବେଳେ ଭକ୍ତମାନେ କିନ୍ତୁ ବାବାଙ୍କ ଦର୍ଶନ କରିବାରେ କୌଣସି ସମସ୍ୟା ଉପୁଜି ନାହିଁ। ମନ୍ଦିର ଖୋଲା ରହିବା ସହ ପ୍ରସାଦାୟଳ ମଧ୍ୟ ଖୋଲା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଫେରନ୍ତା କୋଭିଡ୍‌ ପଜିଟିଭ୍‌

ଆଗ୍ରା, ୨୬।୧୨: ଚାଇନାରୁ ଉତ୍ତର ପ୍ରଦେଶ ଫେରିଥିବା ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କୋଭିଡ୍‌-୧୯ ଆକ୍ରାନ୍ତ ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ସଙ୍ଗରୋଧରେ ରଖାଯାଇଥିବା...

ଲାବ୍‌ରୁ ଗ୍ୟାସ୍‌ ଲିକ୍‌: ୨୦୦ ମହିଳା ଅସୁସ୍ଥ

ବିଶାଖାପାଟଣା,୪।୬ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏକ ରାସାୟନିକ ଲାବରେଟୋରିରୁ ଶୁକ୍ରବାର ଆମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ନିକଟସ୍ଥ ଏକ ପୋଷାକ କାରଖାନାରେ କାମ କରୁଥିବା...

କୁଲଗାମରେ ଜୈଶର ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୨୪।୪: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ମିରହମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ...

ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ ଅଭିନନ୍ଦନ

ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏଫ୍‌-୧୬ ବିମାନକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏବେ ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ...

ଅଟା ଦାମ ବୃଦ୍ଧି ନେଇ ଭାରତର ବଢ଼ିଲା ଚିନ୍ତା: ଗୋଟିଏ ବର୍ଷରେ ୪୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୩୦।୧ : ପଡୋଶୀ ଦେଶ ପାକିସ୍ତାନରେ ଅଟା ସଙ୍କଟ ମଧ୍ୟରେ ଏହାର ମୂଲ୍ୟ ଭାରତରେ ମଧ୍ୟ ଆକାଶଛୁଆଁ ହେବା ଆରମ୍ଭ କରିଛି। ଜାନୁୟାରୀ ମାସରେ ଅଟାର...

ବିରୋଧୀ ଦଳ ନେତାଙ୍କ ସହ: ଆଜି ଶ୍ରୀନଗର ଯିବେ ରାହୁଲ

ନୂଆଦିଲ୍ଲୀ,୨୪।୮(ପି.ଟି.): ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଗସ୍ତ କରିବେ। ଉପତ୍ୟକାବାସୀଙ୍କୁ ଭେଟିବା ଲାଗି...

ପ୍ରଧାନମନ୍ତ୍ରୀଙ୍କୁ ହାତ ଯୋଡି ନିବେଦନ କଲେ କେଜ୍‌ରିୱାଲ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିରାଟ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ...

ତିହାର ଜେଲ୍‌ ଗଲେ ସେନଗର: ୭ ଅଗଷ୍ଟରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୫।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ହାଜର...

Advertisement
Archives

Model This Week