Posted inଖେଳ

ଶିମରୋନ ହିଟ୍‌ମେୟରଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ

ଚେନ୍ନାଇ,୧୫।୧୨: ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଶିମରୋନ ହିଟ୍‌ମେୟର ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ ରହିଛି। ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓ୍ବେଷ୍ଟଇଣ୍ଡିଜ୍‌ ୩୩ ଓଭରରେ ୧ ଉଇକେଟ ହରାଇ ୧୭୮ ରନ୍‌ ସଂଗ୍ରହ କରିଛି। ସାଇ ହୋପ ୫୮ ଏବଂ ଶିମରୋନ ହିଟ୍‌ମେୟର ୧୦୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ସୁନୀଲ ଅମ୍ବରୀଶ ମାତ୍ର ୧ ରନ୍‌ କରି ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଆଉଟ୍‌ ହୋଇଛନ୍ତି। ଏମ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜ କ୍ୟାପଟେନ କାଇରନ ପୋଲାର୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୮୭ ରନ କରିଛି। ଭାରତର ତିନି ଟପ ଅର୍ଡର ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା, ଲୋକେଶ ରାହୁଲ ଓ କ୍ୟାପଟେନ ବିରାଟ କୋହଲି ଫେଲ ମାରିଥିବା ବେଳେ ମଧ୍ୟକ୍ରମରେ ଶ୍ରେୟସ ଆୟର୍‌ ଓ ଋଷଭ ପନ୍ତ ଅର୍ଦ୍ଧଶତକ ମାରିଥିଲେ। ଏହାଛଡା କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ନିଜ ନିଜର ଦାୟିତ୍ୱକୁ ସୂଚାରୁରୂପେ ତୁଲାଇ ଭାରତକୁ ୩୦୦ ରନରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୭୧(୬୯ ବଲ, ୭ ଚୌକା, ୧ ଛକା) ଓ ଆୟର୍‌ ୭୦ (୮୮ ବଲ, ୫ ଚୌକା, ୧ ଛକା) ରନର ଇନିଂସ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟିଂ ବେଳେ ଛାତିରେ ଯନ୍ତ୍ରଣା, ହସ୍ପିଟାଲରେ ପାକିସ୍ତାନ ଓପନର

କରାଚୀ, ୨୧ା୧୨ (ପି.ଟି.)- କ୍ୱେଦ୍‌-ଇ-ଟ୍ରଫି ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ବ୍ୟାଟିଂ କରୁଥିବା ବେଳେ ପାକିସ୍ତାନ ଟେଷ୍ଟ ଓପନର ଆବିଦ ଅଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।...

ଦିଲ୍ଲୀ, ଚଣ୍ଡିଗଡ଼, ଅରୁଣାଚଳ ବିଜୟୀ

ରାଉରକେଲା ଅଫିସ,୨୦।୫: ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ୨ଷ୍ଟାଡିୟମରେ ଚାଲିଥିବା ୧୩ତମ ହକି ଇଣ୍ଡିଆ ପୁରୁଷ ସବ୍‌ଜୁନିୟର ଜାତୀୟ ଚାମ୍ପିୟନଶିପ୍‌ ୨୦୨୩ରେ ଦିଲ୍ଲୀ ହକି, ହକି...

ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ: ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

ଶାରଜା,୪।୧୦(ପି.ଟି.): ଅଧିନାୟକ ଶ୍ରେୟାସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନରେ କୋଲକାତା ନାଇଟ...

ଆଇପିଏଲ ନୁହେଁ, ସୁରକ୍ଷା ଚିନ୍ତାରେ ପଛଘୁଞ୍ଚା ଦେଇଛନ୍ତି ଶ୍ରୀଲଙ୍କା ଖେଳାଳି

ନୂଆଦିଲ୍ଲୀ,୧୧।୯: ଭାରତୀୟ କର୍ତ୍ତୃପକ୍ଷଙ୍କ ଚାପରେ ବଶବର୍ତ୍ତୀ ହୋଇ ୧୦ ଜଣ ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ଗସ୍ତରୁ ଓହରିଯାଇଥିବା ଏହି ଦେଶର ମନ୍ତ୍ରୀ ଫଓ୍ବାଦ ହୁସେନ ଅଭିଯୋଗ...

ପାକିସ୍ତାନରେ ଜନ୍ମ, ପାଇଲଟ୍‌ ଭାବେ ତାଲିମ ପ୍ରାପ୍ତ…ଫିଲ୍ମଠାରୁ କମ୍‌ ନୁହେଁ ଅଷ୍ଟ୍ରେଲିୟ କ୍ରିକେଟରଙ୍କ କାହାଣୀ…

ଅହମ୍ମଦାବାଦ,୧୦।୩: ଏଠାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଓପନର୍‌ ଉସ୍‌ମାନ ଖ୍ବାଜା।...

ଜୟପୁରରେ ଆରଆର-ଏସଆରଏଚ ଲଢ଼େଇ…

ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ...

ଆକର୍ଷଣର କେନ୍ଦ୍ରରେ ଦିଶା, ରଣବୀର

ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଅନୁଷ୍ଠିତ ହେବ। କଟକରେ ଅନୁଷ୍ଠିତ ହେବ ଏହାର...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ସେମିଫାଇନାଲ

ବେନୋଇ,୧।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ...

Advertisement
Archives

Model This Week