Posted inଜାତୀୟ

ଶିବସେନା ନେତା ହେବେ ମୁଖ୍ୟମନ୍ତ୍ରୀ: କଂଗ୍ରେସ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ର ରାଜନୀତି ଏବେ ନୂଆ ମୋଡ ନେବାକୁ ଯାଉଛି। ଅର୍ଥାତ୍‌ ରାଷ୍ଟ୍ରପତି ଶାାସନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହେଲାଣି। କିନ୍ତୁ ଇତିମଧ୍ୟରେ ମହାରାଷ୍ଟ୍ରର କଂଗ୍ରେସ ନେତା କେସି ପଦଭି କହିଛନ୍ତି ଶେଷ ଫଳାଫଳ ସକରାତ୍ମକ ହେବ ଓ ଶିବସେନା ନେତା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ। ସେ ତାଙ୍କର ନିଜସ୍ବ ମତ ଦେଇ କହିଛନ୍ତି ୩ ଦଳ(ଶିବସେନା, ଏନ୍‌ସିପି ଓ କଂଗ୍ରେସ)ମେଣ୍ଟରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ଓ ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିବ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ଫଳଫଳ ଅନୁଯାୟୀ, କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ପ୍ରଥମେ ଅଧିକ ଆସନରେ ବିଜୟ ଲାଭ କରିଥିବା ଭାଜପାକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। ହେଲେ ଏକାକି ଭାଜପା ସରକାର ଗଠନ ନ କରିପାରିବାରୁ ଏଥିରୁ ଓହରି ଯାଇଥିଲା। ଏହାପରେ ଶିବସେନାର ପାଳି ପଡିଥିଲା। ହେଲେ ଏପର୍ଯ୍ୟନ୍ତ ଶିବସେନା ମେଣ୍ଟ କରି ନ ପାରିବାରୁ ସେ ବି ସରକାର ଗଠନ ପାଇଁ ସକ୍ଷମ ହୋଇ ପାରୁନାହିଁ। ଏପଟେ ଏବେ ରାଜ୍ୟପାଳ ସରକାର ଗଠନ ପାଇଁ ଏନ୍‌ସିପିକୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ତେଣୁ ଫଳାଫଳ ଏବେବି ଅସ୍ପଷ୍ଟ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେମ୍‌ଚୁକ୍‌ରେ ଚାଇନା ସୈନ୍ୟ

ଶ୍ରୀନଗର, ୧୩।୭: ଲଦାଖର ଡେମଚୁକ୍‌ ଅଞ୍ଚଳ ଅନ୍ତର୍ଗତ ସିନ୍ଧୁନଦୀ ଅପରପାର୍ଶ୍ୱରେ ଅବସ୍ଥିତ କେତେକ ଭାରତୀୟ ଗ୍ରାମରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ କରାଯାଉଥିବାବେଳେ ଚାଇନା...

୧୦୦ ସରକାରୀ ଅଫିସରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୨୦।୩: ସିବିଆଇ ଶୁକ୍ରବାର ୧୫ ରାଜ୍ୟରେ ଥିବା ପାଖାପାଖି କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରିଛି। ଏହିସବୁ ଅଫିସ୍‌ରେ ଦୁର୍ନୀତି ସମ୍ଭାବନା ରହିଥିବା ଜଣେ...

କଡ଼କଡ଼ଡ଼ୋମା କୋର୍ଟରେ ପୋଲିସଙ୍କୁ ପିଟିଲେ ଆଇନଜୀବୀ

ନୂଆଦିଲ୍ଲୀ,୪।୧୧: ତିସ୍‌ ହଜାରୀ କୋର୍ଟରେ ପୋଲିସ ଏବଂ ଆଇଜୀବୀଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ସୋମବାର ଆଇନଜୀବୀମାନେ ହରତାଳ କରିଛନ୍ତି। ସ୍ଥାନୀୟ କଡ଼କଡ଼ଡ଼ୋମା କୋର୍ଟରେ କେତେକ ଆଇନଜୀବୀ...

ଡି. ରାଜା ହେବେ ସିପିଆଇ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ, ୨୧ା୭(ପି.ଟି.): ରାଜ୍ୟ ସଭା ଏମ୍‌ପି ଡି. ରାଜା ସିପିଆଇର ସାଧାରଣ ସମ୍ପାଦକ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ଏହି ପଦରେ ଥିବା ଏସ୍‌. ସୁଧାକର...

ଚିକିତ୍ସା କରୁଥିବା ଡାକ୍ତର କରୋନାରେ ସଂକ୍ରମିତ

ଲକ୍ଷ୍ନୌ,୧୮।୩: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌କୁ ରୋକିବା ପାଇଁ ସବୁ ଦେଶ ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସରକାର...

ପାକିସ୍ତାନ ପଳାଇବାକୁ ଚେଷ୍ଟା କରୁଛନ୍ତି କମଲେଶଙ୍କ ହତ୍ୟାକାରୀ

ଲକ୍ଷ୍ନୌ,୨୧।୧୦: ହିନ୍ଦୁ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲେଶ ତିଓ୍ବାରୀଙ୍କ ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ଏବେବି ପୋଲିସ ଆଖିରେ ଧୂଳିଦେଇ ଫେରାର ଅଛନ୍ତି। ଶେଖ...

କରୋନା ଆପ୍‌ ମାଧ୍ୟମରେ ଅଧିକାଂଶ ଲୋକେ ଖୋଜୁଛନ୍ତି ବେଡ୍‌

ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍‌ର ଅଭାବ ଥିବା ଅଭିଯୋଗ ଆସିବା...

ନଭେମ୍ବର ୧୬ରୁ ଏହି ରାଜ୍ୟରେ ଖୋଲିବ ବିଶ୍ୱବିଦ୍ୟାଳୟ

ଚଣ୍ଡିଗଡ଼,୩।୧୧: ମହାମାରୀ କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଗତ କିଛି ମାସରୁ ସ୍କୁଲ, କଲେଜ ବନ୍ଦ ରହିଛି। ବର୍ତ୍ତମାନ ଦେଶରେ ଅନ୍‌ଲକ୍‌-୬.୦ ଜାରି ରହିଥିବା...

Advertisement


Archives

Model This Week