Posted inଜାତୀୟ

ଶିବସେନା ଆଗରେ ସର୍ତ୍ତ ବାଢ଼ିଲା ଏନ୍‌ସିପି : ଏନ୍‌ଡିଏରୁ ଓହରିଲେ ବିକଳ୍ପ ସରକାର

ମୁମ୍ବାଇ,୬ା୧୧ (ପି.ଟି./ଆଇଏଏନ୍‌ଏସ୍‌): ଭାଜପା ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏରୁ ଶିବସେନା ଓହରିଆସିଲେ ମହାରାଷ୍ଟ୍ରରେ ଏକ ରାଜନୈତିକ ବିକଳ୍ପକୁ କାର୍ଯ୍ୟକାରୀ କରାଯାଇପାରିବ। ନୂଆ ସରକାର ଗଠନ ନେଇ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟରା ଲାଗି ରହିଥିବାବେଳେ ମଙ୍ଗଳବାର ଏଭଳି ସର୍ତ୍ତ ବାଢ଼ିଛି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)। ଏହାସହ କେନ୍ଦ୍ର ସରକାରରୁ ଇସ୍ତଫା ଦେବା ପାଇଁ ଶିବସେନାର ଏକମାତ୍ର ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତଙ୍କୁ ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଦଳ ପରାମର୍ଶ ଦେଇଛି।
ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇଥିଲା, ଯାହାର ଫଳାଫଳ ୨୪ ତାରିଖରେ ଆସିଥିଲା। ୨୮୮ ଆସନ ବିଶିଷ୍ଟ ଗୃହରେ ଭାଜପାକୁ ୧୦୫, ଶିବସେନା ୫୬, ଏନ୍‌ସିପି ୫୪ ଓ କଂଗ୍ରେସକୁ ୪୪ ଆସନରେ ସଫଳତା ମିଳିଛି। କିନ୍ତୁ ଅଦ୍ୟାବଧି କୌଣସି ଦଳ କିମ୍ବା ମେଣ୍ଟ ସରକାର ଗଠନ ଦାବି ଜଣାଇନାହିଁ। ୫୦:୫୦ ସୂତ୍ରରେ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଦାବିରେ ଭାଜପାର ଅମାନିଆ ସହଯୋଗୀ ଶିବସେନା ଅଡିବସିଛି। ସେପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ନିଜ ପଦ ଛାଡ଼ିବାକୁ ନାରାଜ। ଏଭଳି ସମୟରେ ଅମରାବତୀ ଜିଲା ବଡ଼ନେରା ନିର୍ବାଚନମଣ୍ଡଳୀର ସ୍ବାଧୀନ ବିଧାୟକ ରବି ରାଣାଙ୍କ ମନ୍ତବ୍ୟ ଏହି କସରତକୁ ସରଗରମ କରିଛି। ରବି କହିଛନ୍ତି, ଭାଜପାକୁ ସମର୍ଥନ ନ କଲେ ଶିବସେନା ଭାଙ୍ଗିଯିବ। ଶିବସେନାର ୨୫ ବିଧାୟକ ଫଡ୍‌ନବିସଙ୍କୁ ସମର୍ଥନ କରୁଛନ୍ତି। ସେମାନେ ତାଙ୍କ ଯୋଗସୂତ୍ରରେ ଅଛନ୍ତି। ମୁଖପତ୍ର ‘ସାମ୍ନା’ କାର୍ଯ୍ୟନିର୍ବାହୀ ସମ୍ପାଦକ ସଞ୍ଜୟ ରାଉତ୍‌ ଶିବସେନାର ଏକ ଶୁଆ। ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲିକ୍‌ କହିଛନ୍ତି, ଭାଜପା ଯଦି ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ମନା କରୁଛି ତେବେ ଏକ ବିକଳ୍ପ ଅଛି। କିନ୍ତୁ ଭାଜପା ଏବଂ ଏନ୍‌ଡିଏ ସହ ଦଳ ନାହିଁ ବୋଲି ଶିବସେନା ପକ୍ଷରୁ ଘୋଷଣା କରାଯିବା ଉଚିତ। ତା’ପରେ ଆମେ ବିକଳ୍ପ ସରକାର ଗଠନ ନେଇ ସମର୍ଥନ ଦେବୁ। ଭାଜପା ଶିକାର ଆରମ୍ଭ କଲେ ସେହି ଦଳରେ ମାତ୍ର ୨୫ରୁ ୩୦ ବିଧାୟକ ରହିବେ ବୋଲି ମଲିକ୍‌ ଚେତାବନୀ ଦେଇଛନ୍ତି। ସେହିପରି ଭାଜପା-ଶିବସେନା ମେଣ୍ଟ ସରକାର ଗଠନରେ ବିଫଳ ହେଲେ ପାଓ୍ବାରଙ୍କ ଦଳ ବିକଳ୍ପ କଥା ଚିନ୍ତା କରିବ ବୋଲି ଏନ୍‌ସିପି ନେତା ଜୟନ୍ତ ପାଟିଲ କହିଛନ୍ତି। ଶିବସେନା ନେତୃତ୍ୱରେ ସରକାର ଗଠନ କରାଗଲେ ଏନ୍‌ସିପି ଏଥିରେ ଯୋଗଦେଇପାରେ ଓ କଂଗ୍ରେସ ବାହ୍ୟ ସମର୍ଥନ ଦେଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦିଲ୍ଲୀର ପ୍ରଦୂଷଣ ମହାରାଷ୍ଟ୍ରକୁ ଆସିବ ନାହିଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି। ସୋମବାର ଫଡ୍‌ନବିସ ଭାଜପା ମୁଖ୍ୟ ଅମିତ୍‌ ଶାହଙ୍କୁ ସାକ୍ଷାତ କରିଥିବାବେଳେ ସରକାର ଗଠନ ନିଷ୍ପତ୍ତି କେବଳ ମହାରାଷ୍ଟ୍ରରେ ହେବ ବୋଲି ରାଉତ୍‌ ବ୍ୟଙ୍ଗ କରି ସୂଚାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri