Posted inଜାତୀୟ

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ କିଛି ସ୍ଥିର ହୋଇ ପାରି ନ ଥିବା ବେଳେ ଏବେ ଭାଜପା ସରକାର ଗଠନ ପାଇଁ ଉଦ୍ୟମ କରୁଛି। ଏପେଟେ ରବିବାର ଶିବସେନା ମୁଖ୍ୟ ଉଦ୍ଦବ ଠାକରେଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କିଛି ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା। ଏଥର ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ପ୍ରସ୍ତାବ ଆସିଥିଲା। ଏହା ପୂର୍ବରୁ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଯେଉଁ କଥା ଉଠିଥିଲା ଏବେ ତା’ର ବିପରିତ ଦେଖିବାକୁ ମିଳିଛି। ରବିବାର ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ସାମ୍ନାରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପୋଷ୍ଟର ମଧ୍ୟ ଲାଗିଥିଲା। ଏବେ ମହାରାଷ୍ଟ୍ର ରାଜନୀତି ବେଳକୁ ବେଳ ରୋଚକ ପରିସ୍ଥିତି ଆଡକୁ ଗତି କରୁଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି କ୍ଷେତ୍ର ପାଇଁ ମିଳିବ ୮୬, ୬୦୦ କୋଟିର ଋଣ

ନୂଆଦିଲ୍ଲୀ, ୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତର ଅଧିନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜରେ...

ସ୍ବାମୀଙ୍କ ସହ ମୋବାଇଲରେ କଥା ହୋଇ ସାପ ଉପରେ ବସିପଡିଲେ ମହିଳା

ଗୋରଖପୁର,୮।୯: ହରିୟାଣା ଗୋରଖପୁର ରିୟାବ ଗାଁର ଗୀତା ନାମକ ଜଣେ ମହିଳା ମୋବାଇଲ ଫୋନରେ କଥା ହୋଇ ସାପ ଉପରେ ବସି ପଡିବା ଏବେ ଚର୍ଚ୍ଚାର...

ସିତ୍ରାଙ୍ଗ ପ୍ରଭାବ: ଭୁଶୁଡିଲା ମା’ଙ୍କ ତୋରଣ

କୋଲକାତା,୨୪।୧୦: ପଶ୍ଚିମବଙ୍ଗର କୋଚ ବେହାରଠାରେ କାଳୀ ପୂଜା ପାଇଁ ସ୍ଥାପିତ ହୋଇଥିବା ପୂଜା ତୋରଣ ପ୍ରବଳ ପବନ ଯୋଗୁଁ ଭୁଶୁଡି ପଡିଛି। ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ...

ଗାଇଡ୍‌ଲାଇନ୍‌ ପାଇଁ ବିମାନବନ୍ଦରରେ ଅସମ୍ଭାଳ ଭିଡ଼

ନୂଆଦିଲ୍ଲୀ, ୬।୧୨: ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ବିଶୃଙ୍ଖଳିତ ସ୍ଥିତିକୁ ନେଇ ଯାତ୍ରୀମାନେ ଆପତ୍ତି ଉଠାଇବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ...

ଜୁଲାଇ ୧୮ରେ କୁମାରସ୍ବାମୀ ସରକାରଙ୍କ ଶକ୍ତିପରୀକ୍ଷା

ବେଙ୍ଗାଲୁରୁ,୧୫।୭: କର୍ନାଟକ ରାଜନୀତି ପୁଣି ରୋଚକ ମୋଡରେ ପହଞ୍ଚିଛି। ସୋମବାର ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥାପ୍ରସ୍ତାବ ଆଗତ କରିବା ପରେ...

ହାଥରସ ଗଣବଳାତ୍କାର ଘଟଣା: ଆସିଲା ମେଡିକାଲ ରିପୋର୍ଟ, ହୋଇନି ବଳାତ୍କାର, ଜାଣନ୍ତୁ କ’ଣ ରହିଛି କାରଣ

ଲକ୍ଷ୍ନୌ,୧ା୧୦: ହାଥରସ ଯୁବତୀ ବଳାତ୍କାର ଘଟଣାର ମେଡିକାଲ ରିପୋର୍ଟ ଆସିଛି। ଏହି ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଆସିଛି। ରିପୋର୍ଟରେ ଯୁବତୀଙ୍କୁ ଗଣବଳାତ୍କାର ହୋଇ...

ମାଉଣ୍ଟ ତ୍ରିଶୁଳ ଆରୋହଣ ସମୟରେ ହିମସ୍ଖଳନ ଯୋଗୁଁ ଫସିଗଲେ ନୌସେନା ଦଳ

ଉତ୍ତରକାଶୀ,୧ ।୧୦: ଉତ୍ତରାଖଣ୍ଡର ମାଉଣ୍ଟ ତ୍ରିଶୁଳ ଆରୋହଣ ପାଇଁ ଯାଇଥିବା ନୌସେନାର ଦଳ ହିମସ୍ଖଳକ ମଧ୍ୟରେ ଫସି ଯାଇଛନ୍ତି । ତେବେ ହିମସ୍ଖଳନ ଫଳରେ ୧୦...

ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ୨ ଯୁବତୀ

ଚଣ୍ଡିଗଡ଼,୬।୭: ନ୍ୟାୟ ପାଇଁ ପଞ୍ଜାବର ୨ ଜଣ ଯୁବତୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ରକ୍ତରେ ଚିଠି ଲେଖିଛନ୍ତି। ସ୍ଥାନୀୟ ମୋଗା ସହରରେ ବାସ କରୁଥିବା...

Advertisement
Archives

Model This Week