ଶିକ୍ଷା ପାଇଁ ଶୋଇବା ସମୟ କମୁଛି

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ଓଡ଼ିଶା ଅଭିବାଭକ ମହାସଂଘ ପକ୍ଷରୁ ‘ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଶିଶୁ ସ୍ବାସ୍ଥ୍ୟ’ ଶୀର୍ଷକ କର୍ମଶାଳା ଶୁକ୍ରବାର ଇମେଜ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅତିଥିଭାବେ ଯୋଗଦେଇ କହିଥିଲେ, ବେସରକାରୀ ବିଦ୍ୟାଳୟମାନେ ସକାଳ ୬ଟାରୁ ସ୍କୁଲ ଖୋଲୁଛନ୍ତି। ଏହା ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବିକାଶ କରିବା ପାଇଁ ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତିି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଶିକ୍ଷାର ବିଭିନ୍ନ ଦିଗ ଉପରେ ବର୍ଣ୍ଣନା କରିଥିଲେ। ଆଜିକାଲି ପିଲାମାନେ ଶିକ୍ଷା ପଛରେ ଧାଇଁ ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁନାହାନ୍ତି। ଠିକ୍‌ ସମୟରେ ଓ ପର୍ଯ୍ୟାପ୍ତ ପରିମାଣରେ ନ ଶୋଇଲେ ଶିଶୁଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ଓ ସର୍ବସମ୍ପନ୍ନ ବିକାଶ ଠିକ୍‌ ଭାବେ ହୋଇପାରିବ ନାହିଁ। ତେଣୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କର୍ମଶାଳାରେ ମତପ୍ରକାଶ ପାଇଛି। ଏଥିରେ ପ୍ରାୟ ୩୦୦ ବ୍ୟକ୍ତିବିଶେଷ ଯୋଗଦେଇ ନିଜ ନିଜର ମତାମତ ଓ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନା କରିଥିଲେ। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଓଏସ୍‌ସିପିସିଆର୍‌ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପରାମର୍ଶଦାତା ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ମନୋଜ ଜେନା ଧନ୍ୟବାଦ ଦେଇଥିଲେ। ମହାସଂଘର ସହଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମୁନି କରୋନା ମୃତ୍ୟୁ ହାର: ରାଜ୍ୟରେ ୧୫ଶହ ଟପିଲା ସଂଖ୍ୟା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଶହ ଟପିଯାଇଛି।...

ପରୀକ୍ଷା କେନ୍ଦ୍ରରେ କ୍ୟାମେରା ଲଗେଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର,୯।୩(ବ୍ୟୁରୋ): ଆସନ୍ତା ଏପ୍ରିଲରେ ଯୁକ୍ତ ଦୁଇ କଳା, ବାଣିଜ୍ୟ,ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।...

ସାଧାରଣରେ ପରିଣତ ହେଲାଣି କରୋନା କଟକଣା ଉଲ୍ଲଂଘନ: ରାଶନ ବଣ୍ଟନ ସମୟରେ ରହୁନି ସାମାଜିକ ଦୂରତ୍ୱ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ବରଗଡ଼ ଅଫିସ୍‌,୧୦।୪: କରୋନା(କୋଭିଡ୍‌-୧୯) ଭୂତାଣୁକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ...

ବଦଳିଲେ ୨୮ ମେଡିକାଲ ଅଫିସର

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ୨୮ ମେଡିକାଲ ଅଫିସରଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୨୯ା୮(ଡି.ଏନ.ଏ.): ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଓ କର୍ମକର୍ତ୍ତା ବୁଧବାର କୁହୁଡ଼ିରେ ଚଢ଼ାଉ କରି ୪କେଜି ୭ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ...

୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚୋରା କେନ୍ଦୁପତ୍ର ଜବତ

ମାଧପୁର,୧୭ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଟୁସର ପଞ୍ଚାୟତର ଉରଡ଼ା ଗ୍ରାମ ନିକଟରୁ ବୁଧବାର ରାତିରେ ମାଧପୁର ବନବିଭାଗ ଏବଂ ବାମୁର ବନବିଭାଗର...

ଇସ୍ପାତ ଓ ଖଣି ବିଭାଗର ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୭ା୧୨(ବ୍ୟୁରୋ):ରାଜ୍ୟରୁ କରୋନା କଟକଣା ଏକ ପ୍ରକାର କୋହଳ ହୋଇସାରିଛି। ହେଲେ କିଛିଦିନ ହେବ ସ୍କୁଲ ଶିକ୍ଷକ ଏବଂ ଚାତ୍ରୀଛାତ୍ରମାନେ କେତେଗୁଡିଏ ସ୍ଥାନରେ କରୋନା ପଜେଟିଭ...

ରାଜପଥରେ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ ଗୁରୁତର

ମାର୍ଶାଘାଇ, ୧୯।୨(ଡି.ଏନ.ଏ.): ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର(କ) ଜାତୀୟ ରାଜପଥ ଯଦୁପୁର ଛକ ନିକଟରେ ଦୁର୍ବୃତ୍ତମାନେ କେତେକ ଟ୍ରକ ମାଲିକଙ୍କୁ ମରଣାନ୍ତକ ଆକ୍ରମଣକରି ଟଙ୍କା...

Advertisement
Archives

Model This Week