ଶିକ୍ଷକ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟରେ ଧାରଣା

ବଡ଼ସାହି,୩୦ା୮(ସ୍ବ.ପ୍ର)-ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଗୁରୁବାର ପୂର୍ବାହ୍ନରେ ବଡ଼ସାହି ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାଳଗାଁ ପଞ୍ଚାୟତର ପାଳପାଟଣା ଗ୍ରାମବାସୀ ଧାରଣା ଦେଇଥିଲେ। ଗ୍ରାମରେ ଥିବା କ୍ଷୀରଚୋରା ଗୋପୀନାଥ ନୋଡ଼ାଲ ଉପ୍ରା ସ୍କୁଲର ପରିଚାଳନା କମିଟିର ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟାସଦସ୍ୟ ଏବଂ ଅବିଭାବକଗଣ ଧାରଣା ଦେବା ସହିତ ଅଧିକାରୀ ଓ କର୍ମଚାରୀଙ୍କୁ ଭିତରକୁ ଛାଡ଼ି ନ ଥିଲେ। ଅଭିଯୋଗରୁ ପ୍ରକାଶ ଯେ, ଏହି ସ୍କୁଲରେ ୧ମରୁ ୮ମଶ୍ରେଣୀ ପର୍ଯ୍ୟନ୍ତ ୧୦୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ା ତେବେ ୪ଜଣ ଶିକ୍ଷକଙ୍କ ବଦଳରେ ବର୍ତ୍ତମାନ ୨ଜଣ ଅଛନ୍ତି। ଛୁଟିରେ ଥିବା ଶିକ୍ଷୟିତ୍ରୀଙ୍କର ୨୦୧୮ ଡ଼ିସେମ୍ବର ମାସରେ ଅକାଳ ମୃତ୍ୟୁ ଘଟିଥିବା ବେଳେ ଫେବୃଆରୀ ମାସରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅବସର ଗ୍ରହଣ କରିଥିଲେ। ଶିକ୍ଷାବିଭାଗ ପକ୍ଷରୁ ଏହି ସମୟରେ ଅନ୍ୟ ଜଣେ ଶିକ୍ଷକଙ୍କୁ ଉକ୍ତ ସ୍କୁଲରେ ନିଯୁକ୍ତ କରାଯାଇଥିଲା ା ତେବେ ଗ୍ରାମବାସୀ ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତ ଦାବି କରି ଉକ୍ତ ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଦେଇ ନ ଥିଲେ। ସେହିଦିନଠାରୁ ୨ଜଣ ଶିକ୍ଷକ ୮ଟି ଶ୍ରେଣୀରେ ପାଠ ପଢ଼ାଉଛନ୍ତି। ବିଜ୍ଞାନ ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରମାନେ ବିଜ୍ଞାନ ଓ ଗଣିତ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି। ଶିକ୍ଷକ ନିଯୁକ୍ତିରେ ଅହେତୁକ ବିଳମ୍ବ ହେବାରୁ ଧାରଣା ଦେବାକୁ ବାଧ୍ୟ ହୋଇଛୁ ବୋଲି ଅଭିଭାବକ ପରମାନନ୍ଦ ତରେଇ, ବିଜୟ କୁମାର ମାଝି, ହରିହର ଗିରି, ବଂଶୀଧର ଗିରି ଓ ରାଜେନ୍ଦ୍ର କୁମାର ଜେନା କହିଛନ୍ତି ା ଏ ସମ୍ପର୍କରେ ବିଆରସିସି ବାବାଜୀ ଚରଣ ବେହେରା କୁହନ୍ତି, ଘଟଣା ସମ୍ପର୍କରେ ସେ ଛୁଟିରେ ଥିବା ବିଇଓ ଦେବବ୍ରତ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ନୂତନ ଶିକ୍ଷକ ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ଡ଼େପୁଟେସନରେ କାର୍ଯ୍ୟ ତୁଲାଇବେ ବୋଲି ଧାରଣାକାରୀଙ୍କୁ ବିଇଓ ପ୍ରତିଶ୍ରୁତି ଦେବାରୁ ୧୧ଟା ୩୦ମିନିଟରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଚାଲିଗଲା ଏମ୍‌ପି ପ୍ରତିନିଧିଙ୍କ ଜୀବନ

ଦାରିଙ୍ଗବାଡ଼ି,୧୩ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ମୁକଚେରୀଠାରେ ଏକ ସଡ଼କ ଦୁର୍ଘଟଣାରେ କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ସ୍ଥାନୀୟ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ପ୍ରାଣହାନି ଘଟିଛି। ବ୍ରହ୍ମପୁର...

ହର୍ବାଲ ମେଳାରେ କବିରାଜଙ୍କ ଆୟୁର୍ବେଦ ଚିକିତ୍ସା

ବ୍ରହ୍ମପୁର ଅଫିସ,୨୦ା୩:ଓଡ଼ିଶା ଔଷଧ ବୃକ୍ଷ ପରିଷଦ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ୧୩ତମ ହର୍ବାଲ ମେଳା...

ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ

ଢେଙ୍କାନାଳ ଅଫିସ, ୨୩।୩ – ସରିଛି ପ୍ରଚାର। ପ୍ରତିଶ୍ରୁତି ଦେଇ ଭୋଟରଙ୍କ ନିକଟତର ହୋଇଛନ୍ତି ନେତା। ଏବେ ଅପେକ୍ଷା ୨୪ ତାରିଖରେ ହେବାକୁ ଥିବା ମତଦାନକୁ।...

ସରିଲା ଆସିକା ଲୋକ ସଭା, ୭ ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୫୨ ପ୍ରାର୍ଥୀଙ୍କ ଭାଗ୍ୟ

ବ୍ରହ୍ମପୁର ଅଫିସ,୧୯ା୪-ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆସିକା ଲୋକ ସଭା ଆସନ ଓ ଏହା ଅଧୀନ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି,...

ଆଇସ୍‌କ୍ରିମ କାଠିରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୫।୧୧: ଦୀର୍ଘ ୨୫ବର୍ଷ ପରେ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ୨୭ ତାରିଖରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଏଥର କରୋନା...

ଓ୍ବେବ୍‌ ପୋର୍ଟାଲ ଖବରଦାତା ଗିରଫ

ବାଣପୁର,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁର ବିିଜ୍ଞପିତ ଅଞ୍ଚଳ ପରିଷଦର ୯ନଂ. ଓ୍ବାର୍ଡ ମୁସଲିମ ସାହି କୋଭିଡ୍‌ ଟିକା କେନ୍ଦ୍ରରେ ଗଣ୍ଡଗୋଳ ସହ ଟିକା ପାଇଁ ଟଙ୍କା...

ବିସ୍ଫୋରଣରେ ଭୁଶୁଡ଼ିଲା ଛାତ: ନିଆଁ ଲାଗି ଜଣେ ଗୁରୁତର

ଚାନ୍ଦବାଲି,୨୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣସାହି ଗ୍ରାମରେ ରବିବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଏତେ ଶକ୍ତିଶାଳୀ ଥିଲା ଯେ, ଘର...

ପରଲୋକରେ ବିପ୍ଳବୀ କବି ରବି ସିଂ

କଟକ ଅଫିସ,୨।୨: ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଛି। କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।...

Advertisement
Archives

Model This Week