ଶିକ୍ଷକ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟରେ ଧାରଣା

ବଡ଼ସାହି,୩୦ା୮(ସ୍ବ.ପ୍ର)-ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଗୁରୁବାର ପୂର୍ବାହ୍ନରେ ବଡ଼ସାହି ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାଳଗାଁ ପଞ୍ଚାୟତର ପାଳପାଟଣା ଗ୍ରାମବାସୀ ଧାରଣା ଦେଇଥିଲେ। ଗ୍ରାମରେ ଥିବା କ୍ଷୀରଚୋରା ଗୋପୀନାଥ ନୋଡ଼ାଲ ଉପ୍ରା ସ୍କୁଲର ପରିଚାଳନା କମିଟିର ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟାସଦସ୍ୟ ଏବଂ ଅବିଭାବକଗଣ ଧାରଣା ଦେବା ସହିତ ଅଧିକାରୀ ଓ କର୍ମଚାରୀଙ୍କୁ ଭିତରକୁ ଛାଡ଼ି ନ ଥିଲେ। ଅଭିଯୋଗରୁ ପ୍ରକାଶ ଯେ, ଏହି ସ୍କୁଲରେ ୧ମରୁ ୮ମଶ୍ରେଣୀ ପର୍ଯ୍ୟନ୍ତ ୧୦୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ା ତେବେ ୪ଜଣ ଶିକ୍ଷକଙ୍କ ବଦଳରେ ବର୍ତ୍ତମାନ ୨ଜଣ ଅଛନ୍ତି। ଛୁଟିରେ ଥିବା ଶିକ୍ଷୟିତ୍ରୀଙ୍କର ୨୦୧୮ ଡ଼ିସେମ୍ବର ମାସରେ ଅକାଳ ମୃତ୍ୟୁ ଘଟିଥିବା ବେଳେ ଫେବୃଆରୀ ମାସରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅବସର ଗ୍ରହଣ କରିଥିଲେ। ଶିକ୍ଷାବିଭାଗ ପକ୍ଷରୁ ଏହି ସମୟରେ ଅନ୍ୟ ଜଣେ ଶିକ୍ଷକଙ୍କୁ ଉକ୍ତ ସ୍କୁଲରେ ନିଯୁକ୍ତ କରାଯାଇଥିଲା ା ତେବେ ଗ୍ରାମବାସୀ ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତ ଦାବି କରି ଉକ୍ତ ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଦେଇ ନ ଥିଲେ। ସେହିଦିନଠାରୁ ୨ଜଣ ଶିକ୍ଷକ ୮ଟି ଶ୍ରେଣୀରେ ପାଠ ପଢ଼ାଉଛନ୍ତି। ବିଜ୍ଞାନ ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ରମାନେ ବିଜ୍ଞାନ ଓ ଗଣିତ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି। ଶିକ୍ଷକ ନିଯୁକ୍ତିରେ ଅହେତୁକ ବିଳମ୍ବ ହେବାରୁ ଧାରଣା ଦେବାକୁ ବାଧ୍ୟ ହୋଇଛୁ ବୋଲି ଅଭିଭାବକ ପରମାନନ୍ଦ ତରେଇ, ବିଜୟ କୁମାର ମାଝି, ହରିହର ଗିରି, ବଂଶୀଧର ଗିରି ଓ ରାଜେନ୍ଦ୍ର କୁମାର ଜେନା କହିଛନ୍ତି ା ଏ ସମ୍ପର୍କରେ ବିଆରସିସି ବାବାଜୀ ଚରଣ ବେହେରା କୁହନ୍ତି, ଘଟଣା ସମ୍ପର୍କରେ ସେ ଛୁଟିରେ ଥିବା ବିଇଓ ଦେବବ୍ରତ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ନୂତନ ଶିକ୍ଷକ ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ଡ଼େପୁଟେସନରେ କାର୍ଯ୍ୟ ତୁଲାଇବେ ବୋଲି ଧାରଣାକାରୀଙ୍କୁ ବିଇଓ ପ୍ରତିଶ୍ରୁତି ଦେବାରୁ ୧୧ଟା ୩୦ମିନିଟରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ପୁରୀରେ ପୁଣି ହତ୍ୟାକାଣ୍ଡ

ପୁରୀ, ୨୬।୮ (ଅଜିତ୍ କୁମାର ମହାନ୍ତି): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ପୁରୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ଏହାକୁ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri