ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର: ସଂସ୍ପର୍ଶରେ ଆସି ବାପା, ବଡ଼ ପୁଅ ମୃତ, ସାନ ଗୁରୁତର

ଅମରପାଲି, ୧୮।୧୦(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ପିତାମହୁଲ ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାପା ଓ ବଡ଼ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ପୁଅ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବାପା ସହଦେବ ସାହୁ(୫୭) ଓ ବଡ଼ ପୁଅ ଦେବାନନ୍ଦ(୩୮)। ଗୁରୁତର ସାନ ପୁଅ ହେଲେ ଅରୁପାନନ୍ଦ ସାହୁ(୨୫)।
ପ୍ରକାଶ ଯେ, ଯନ୍ତୁ ଶିକାର ପାଇଁ ପିତାମହୁଲ ଗାଁ ବାଉରିଜୋର ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍‌ ତାର ବିଛାଯାଇଥିଲା। ଗୁରୁବାର ରାତିରେ ବାପା ସହଦେବ ଦୁଇ ପୁଅ ଦେବାନନ୍ଦ ଓ ଅରୁପାନନ୍ଦଙ୍କ ସହ କୌଣସି କାମରେ ସେଠାକୁ ଯାଇଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ସହଦେବ ଓ ବଡ଼ ପୁଅ ଦେବାନନ୍ଦଙ୍କ ମୃତ୍ୟୁ ଘଟିଛି। ସାନପୁଅ ଅରୁପାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋନପୁର ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ସାମ୍ବାଦିକତା ପରୀକ୍ଷା ଦେଲେ ଅଭିଯୁକ୍ତ ପୁଞ୍ଜିଲାଲ୍‌

ବଲାଙ୍ଗୀର ଅଫିସ,୧୨।୩: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେର ବଲାଙ୍ଗୀର ଜିଲା କାରାଗାରରେ ଶନିବାର ଗଣମାଧ୍ୟମ ଓ ଗଣଯୋଗାଯୋଗ ବିଷୟରେ...

ବନ ବିଭାଗର ଚଢ଼ାଉ: କାଠ ମାଫିଆ ଫେରାର; କାଠ ଗଣ୍ଡି, ୭ ସାଇକେଲ, ୧୦ କଟୁରୀ ଜବତ

ଓଡଗାଁ, ୧୩।୪(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁ ରେଞ୍ଜ ଓ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରୁ କାଠ ମାଫିଆମାନେ ସୋମବାର କାଠ କାଟି...

ବନ୍ଧ୍ୟାକରଣ ବାଟବଣା

ଭୁବନ, ୩୦।୭(ଡି.ଏନ୍‌.ଏ.) ମୁଣ୍ଡବ୍ୟଥା ବଢ଼ାଇଛନ୍ତି ବୁଲାକୁକୁର। ଗଳିକନ୍ଦିରେ ପଲପଲ ହୋଇ ବୁଲୁଛନ୍ତି। ରାଜରାସ୍ତାକୁ ଅକ୍ତିଆରକୁ ନେଉଛନ୍ତି। ଏକଲା ମଣିଷ ଦେଖିଲେ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ସେମାନଙ୍କ ଦୌରାତ୍ମ୍ୟରେ...

ଡାକ୍ତରଖାନାରୁ ଚିକିତ୍ସାଧୀନ କଏଦୀ ଫେରାର ଘଟଣା: ୨ କର୍ମଚାରୀ ନିଲମ୍ବିତ

ବରଗଡ଼ ଅଫିସ,୨୩।୮: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସାଧୀନ କଏଦୀ ଫେରାର ଘଟଣାରେ ଶନିବାର ୨ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ, ବରଗଡ଼ ସବ୍‌ଜେଲରେ...

କେନ୍ଦୁଝର ଗସ୍ତରେ ଯିବେ ରାଜ୍ୟପାଳ

କେନ୍ଦୁଝର,୫।୧(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର କେନ୍ଦୁଝର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ବାହାରି ଯୋଡା ଟିସ୍କୋ...

ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ ଅଫିସ, ୩।୪: ଶ୍ରୀମନ୍ଦିର ରୋଷ ଘରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ରୋଷ ଘରେ ୧୦୦...

ଭଦ୍ରକରେ ଆଜି ୩୦ ନୂଆ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଲା

ଭଦ୍ରକ ଅଫିସ,୨୩ା୭: ଗୁରୁବାର ଭଦ୍ରକ ଜିଲାରେ ୩୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଥିବା ଜିଲା ପ୍ରଶାସନ...

୧୩ରୁ ଜିଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ‘କୋଶମ୍ବ’

ବାଲେଶ୍ୱର ଅଫିସ, ୭।୧: ବାଲେଶ୍ୱର ଜିଲା ପ୍ରଶାସନ ଓ ଓରମାସ୍‌ ପକ୍ଷରୁ ଚଳିତମାସ ୧୩ତରିଖରୁ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ତଥା କୋଶମ୍ବ-୨୦୨୩ ସହରସ୍ଥିତ...

Advertisement
Archives

Model This Week