ଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

ଜଗତ୍‌ସିଂହପୁର ଅଫିସ୍‌/ତିର୍ତ୍ତୋଲ,୨୦ା(ଡି.ଏନ.ଏ.): କନକପୁରସ୍ଥିତ ମା’ଶାରଳା ମନ୍ଦିରରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କନକପୁର ଦେଉଳୀ ଗ୍ରାମର ତ୍ରିଲୋଚନ ରାଉଳ(ଗୁଲା)ନାମକ ସେବାୟତଙ୍କୁ ୩ଜଣ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେମାନେ ହେଲେ ତିର୍ତ୍ତୋଲ ଥାନା ଓକଲାର ସୁଶାନ୍ତ ରାଉଳ, କନକପୁର ଶାସନର ପ୍ରଶାନ୍ତ ରାଉଳ ଓ କୁଟିଲୋ ଗ୍ରାମ ଦୟାନ୍ଦପୁରର ରାକେଶ ନାୟକ (ଶଙ୍କରା)। ସୌଭାଗ୍ୟ ତ୍ରିଲୋଚନ ଜୀବନ ବିକଳରେ ଧାଇଁ ଯାଇ କନକପୁର ଫାଣ୍ଡିରେ ପହଞ୍ଚତ୍ ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାପରେ ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ୍‌ ପଡ଼ିବା ସହ ଚିକିତ୍ସା କରାଯାଇଥିଲା। ଏନେଇ ତ୍ରିଲୋଚନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦଫା ୩୪୧/୩୨୩/୩୨୪/୨୯୪/୩୨୫/୫୦୬/୩୪ ଆଇପିସିରେ ମାମଲା ସଂଖ୍ୟା ୨୨/୨୦ ରୁଜୁ କରିଛି। ଏଥିସହ ପ୍ରଶାନ୍ତ ଗିରଫ ହୋଇଥିବା ଆଇଆଇସି କୃଷ୍ଣପ୍ରସାଦ ମିଶ୍ର କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପାୟ ୫ଟା୨୦ରେ ଶୌଚ ହେବା ପାଇଁ ତ୍ରିଲୋଚନ ମନ୍ଦିର ପରିସର ଭୋଗ ଦୋକାନ ପଛ ପଟକୁ ଯାଇଥିଲେ। ଏହି ସମୟରେ ସୁଶାନ୍ତ, ପ୍ରଶାନ୍ତ ଓ ରାକେଶ ମିଳିତଭାବେ ତାଙ୍କ ନିକଟରେ ପହଞ୍ଚତ୍ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ସୁଶାନ୍ତଙ୍କ ହାତରେ ଏକ ଭୁଜାଲି, ପ୍ରଶାନ୍ତଙ୍କ ହାତରେ ବଟକରା ଓ ରାକେଶଙ୍କ ହାତରେ ଏକ ଠେଙ୍ଗା ଥିଲା। ତିନିହେଁ ଗାଳିଗୁଲଜ କରିବା ସହ ଜୁଆ ଖେଳୁଥିବା କଥା ପୋଲିସକୁ କହିଥିବାରୁ ପରିଣତି କ’ଣ ହେଉଛି ଦେଖ୍‌ ବୋଲି କହିଥିଲେ। ପ୍ରଥମେ ସୁଶାନ୍ତ ଭୂଜାଲିରେ ତ୍ରିଲୋଚନଙ୍କ ମୁଣ୍ଡକୁ ଏକ ଚୋଟ ମାରିଥିଲେ। ଏହି ସମୟରେ ତ୍ରିଲୋଚନ ତଳେ ପଡି ଚିତ୍କାର କରିବା ସହ ଛଟ ଛଟ ହେଉଥିବା ବେଳେ ଅନ୍ୟ ୨ ସହଯୋଗୀ ବଟକରା ଓ ଠେଙ୍ଗାରେ ପିଟିଥିଲେ। ତ୍ରିଲୋଚନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବନ ବିକଳରେ ନିକଟସ୍ଥ ଫାଣ୍ଡିକୁ ଧାଇଁଥିଲେ। ଏହି ଖବର ତ୍ରିଲୋଚନଙ୍କ ବଡ ଭାଇ ନିରଞ୍ଜନ ପାଇ ସେଠାରେ ପହଞ୍ଚତ୍ଥିଲେ ସୁଦ୍ଧା ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଛାଡି ନ ଥିଲେ। କିନ୍ତୁ ଉପସ୍ଥିତ ଫାଣ୍ଡି ଅଧିକାରୀଙ୍କ ଯୋଗୁ ଉଭୟ ତ୍ରିଲୋଚନ ଓ ତାଙ୍କ ଭାଇ ସମ୍ଭାବ୍ୟ ପରିସ୍ଥିତିରୁ ମୁକୁଳି ଯାଇଥିଲେ। ସୂଚନାଯୋଗ୍ୟ, ମନ୍ଦିର ପରିସରରେ ଭୋଗ ଦୋକାନ କରିଥିବା ରମେଶ ରାଉଳଙ୍କ ସମେତ ପ୍ରଶାନ୍ତ ଓ ସୁଶାନ୍ତ କିଛି ଦିନ ପୂର୍ବରୁ ଶାରଳା ହାଟରେ ଜୁଆ ଖେଳୁଥିବା ବେଳେ ତିର୍ତ୍ତୋଲ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତ୍ରିଲୋଚନ ପୋଲିସକୁ ଖବର କରି ସେମାନଙ୍କୁ ଧରାଇ ଦେଇଥିବା ସନ୍ଦେହ କରି ଅଭିଯୁକ୍ତମାନେ ଏଭଳି ଘଟାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଘାତକ ଆକ୍ରମଣ ମାମଲା: ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚାରିଲେ ଏଏସ୍‌ପି

ବ୍ରହ୍ମପୁର ଅଫିସ , ୪ା୬ – ସଦରଥାନା ଅନ୍ତର୍ଗତ ରୋହିଗାଁରେ ଗତମାସ ୯ ତାରିଖରେ ଏକ ହତ୍ୟା ମାମଲାର ସାକ୍ଷୀଥିବା ପୂର୍ଣ୍ଣ ଜେନାଙ୍କୁ ସଂଘବଦ୍ଧ ଆକ୍ରମଣ...

ନୂଆରୂପ ନେବ ଅସୁରଖୋଲ ଜଳପ୍ରପାତ : ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଭାଗୀୟ ଅଧିକାରୀ

କେନ୍ଦୁଝର,୨।୧୧(ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ନିକଟସ୍ଥ କୁଡ଼ିଆଘରା ଜଙ୍ଗଲରେ ଥିବା ମନୋରମ ଜଳପ୍ରପାତ ଅସୁରଖୋଲ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ପର୍ଯ୍ୟଟନ...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ ଖବରଦାତାଙ୍କୁ ଶହୀଦ ମାନ୍ୟତା ଦାବି

ନବରଙ୍ଗପୁର, ୯।୨(ବି.ପ୍ର.) ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୫ ତାରିଖରେ ପ୍ରାଣ ହରାଇଥିବା କଳାହାଣ୍ଡି ଜିଲା ମୋହିନିଗିରିର ଖବରଦାତା ରୋହିତ ବିଶ୍ୱାଳଙ୍କୁ ଶହୀଦ ମାନ୍ୟତା ଦେବାକୁ ଦାବି...

ଗର୍ଭବତୀ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା

ସମ୍ବଲପୁର,୨୧।୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଗଇଲଗୁଡି ଗ୍ରାମର ମଙ୍ଗଳୁ ଶବର ନିଜ ଗର୍ଭବତୀ ସ୍ତ୍ରୀ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ମାମଲାକୁ ଚପାଇଦେବାକୁ...

କରୋନା ସଚେତନତା କଲେ ମହିଳା

ବରଗଡ଼ ଅଫିସ,୨୭।୩: ବରଗଡ଼ ପୌର ପରିଷଦ ଅଧୀନ ଓ୍ବର୍ଡ ନଂ.୧୬ ବ୍ରହ୍ମଚାରୀରେ ସ୍ଥାନୀୟ ଏସ୍‌ଏଚଜି ମହିଳାମାନେ କରୋନା ପ୍ରତିହତ ପାଇଁ ସଚେତନ କରିଛନ୍ତି । ପୂର୍ବତନ...

ସମନ୍ବୟ ଅଭାବରୁ ୨ ଆସନ ହାତରୁ ଖସିଥିଲା

ଖୋର୍ଦ୍ଧା ଅଫିସ,୨୪।୭: ସମନ୍ବୟ ଅଭାବରୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଭୁବନେଶ୍ୱର ଏମ୍‌ପି ଏବଂ ଜଟଣୀ ବିଧାୟକ ଆସନ ହରାଇବାକୁ ପଡ଼ିଥିଲା। ଏଭଳି ଅଭିଯୋଗ ଆଣିଛନ୍ତି...

ବଡ଼ସାହିରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ବଡ଼ସାହି,୮।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ଭାରତ ବନ୍ଦ ଡାକରାର ମିଶ୍ରିତ ପ୍ରଭାବ ଦେଖାଦେଇଛି। ବ୍ଲକ କଂଗ୍ରେସର ବଡ଼ସାହି ଜୋନ୍‌ ସଭାପତି ଶଶାଙ୍କ ଶେଖର...

ପୁତୁରାକୁ ଛୁରି ଭୁସି ହତ୍ୟା, ମଉସା ଗିରଫ

ପୁରୀ,୧୦।୮(ଅଜିତ ମହାନ୍ତି)ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ ଘଟିଛି। ମଉସା ଛୁରିରେ ଆକ୍ରମଣ କରିବାରୁ ପୁତୁରାଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ଘର ଲୋକ...

Advertisement
Archives

Model This Week