ଶାରଳା ମନ୍ଦିରରେ ଏଜି ଅଡିଟ୍‌: ୨୮କର୍ମଚାରୀଙ୍କ ନିଯୁକ୍ତି ତଥ୍ୟ ମିଳୁନାହିଁ

ଜଗତ୍‌ସିଂହପୁର ଅଫିସ,୨୬ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବହୁ ତଥ୍ୟ ଲୋକଲୋଚନକୁ ଆସିଛି। ମନ୍ଦିର ପ୍ରଶାସନ ଅଧୀନରେ କାର୍ଯ୍ୟରତ ୨୮ଜଣ କର୍ମଚାରୀ କେବେ ନିଯୁକ୍ତି ପାଇଥିଲେ ସେ ସଂକ୍ରାନ୍ତୀୟ ତଥ୍ୟ ମିଳୁ ନାହିଁ। ଯେଉଁ କାରଣରୁ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ଅନେକ କାମ କରି ଚାଲିଛନ୍ତି। ସବୁଠାରୁ ବଡ଼ କଥା ହେଲା ୮୦/୮୨ ବର୍ଷର ଲୋକ ବି ମନ୍ଦିର କର୍ମଚାରୀଭାବେ କାର୍ଯ୍ୟ କରୁଛନ୍ତି। ଯେହେତୁ ସେମାନଙ୍କ ନିଯୁକ୍ତି ସଂକ୍ରାନ୍ତୀୟ କୌଣସି ତଥ୍ୟ ନାହିଁ, ତେଣୁ ସେମାନେ ଅବସର କେବେ ନେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସାଂଘାତିକ ତଥ୍ୟ ଜାଣିବାକୁ ମିଳିଛି ଏଜି ଅଡିଟ୍‌ ସମୟରେ। ସେହିପରି ପ୍ରତି କର୍ମଚାରୀଙ୍କୁ ଏଠାରେ ଦୈନିକ ୨ଟି ଲେଖାଏ ମିଲ୍‌ ପ୍ରଦାନ କରାଯାଉଛି। ସେମାନେ ଏହାକୁ ବିକ୍ରି କରିଦେଉଛନ୍ତି ବୋଲି ଅଡିଟରେ ଧରାପଡ଼ିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଏଜି(ଅଡିଟର୍‌ ଜେନେରାଲ)ଅଡିଟ୍‌ ଗତ ୧୦ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଅଡିଟ୍‌ ସମୟରେ ମନ୍ଦିରରେ ଅନେକ ଅନିୟମିତତାର ଗନ୍ଧ ବାରି ହୋଇଛି। ବିଶେଷକରି ମନ୍ଦିରରେ କାର୍ଯ୍ୟରତ ସ୍ଥାୟୀ, ଅସ୍ଥାୟୀ କର୍ମଚାରୀ ଓ ଦୈନନ୍ଦିନ ପାରିଶ୍ରମିକରେ କାମ କରୁଥିବା ପାଖାପାଖି ୨୮ଜଣ କେବେଠାରୁ ନିଯୁକ୍ତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନି। କିନ୍ତୁ ସେମାନେ ଜଣପିଛା ୪,୦୦୦ରୁ ୮,୦୦୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ପାଉଛନ୍ତି। ସରକାରୀ ନିଷ୍ପତ୍ତି ଅନୁଯାୟୀ କୌଣସି କର୍ମଚାରୀ ୬୦ବର୍ଷରୁ ଅଧିକ ସମୟ ଦାୟିତ୍ୱରେ ରହିବା କଥା ନୁହେଁ। ବାର୍ଦ୍ଧକ୍ୟ କାରଣରୁ କର୍ତ୍ତବ୍ୟରେ ଖିଲାପ ସାଙ୍ଗକୁ ଭୁଲ ଭଟକା ହେବାର ଭୟ ଯୋଗୁ ସରକାର ଅବସର ବୟସ ସୀମା ଧାର୍ଯ୍ୟ କରିଛନ୍ତି। କିନ୍ତୁ ଶାରଳା ମନ୍ଦିରରେ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। କର୍ମଚାରୀଙ୍କ ନିଯୁକ୍ତି ସଂକ୍ରାନ୍ତରେ କୌଣସି କାଗଜାତ ଦାଖଲ କରିବାରେ ମନ୍ଦିର ପ୍ରଶାସନ ବିଫଳ ହେବାରୁ ଅଡୁଆ ବଢିଛି। ଏହି କର୍ମଚାରୀ, ଠିକା ଶ୍ରମିକ ଓ ଅନ୍ୟମାନେ କେଉଁ ଆଧାରରେ ପାରିଶ୍ରମିକ ପାଉଛନ୍ତି ତା’ର କୌଣସି ତଥ୍ୟ ମିଳିନି। ତେବେ ମନ୍ଦିର ସମ୍ମୁଖ ବଜାରରେ ଝାଡୁ ମାରିବାଠାରୁ ଆରମ୍ଭ କରି ଆକାଉଣ୍ଟ ଆଦି ଦାୟିତ୍ୱରେ ସେମାନେ ଥିବା କୁହାଯାଇଛି। ହିସାବ ତ ଦୂରର କଥା କାଲ୍‌କୁଲେଟର୍‌ ଚଳାଇ ଜାଣି ନ ଥିବା ବ୍ୟକ୍ତି ମଧ୍ୟ ଆକାଉଣ୍ଟ କଥା ବୁଝୁଥିବା ଜଣାଯାଇଛି। ଯେଉଁ କାରଣରୁ ମନ୍ଦିର ହିସାବର କୌଣସି ତାଳ, ମେଳ ନାହିଁ। ବାର୍ଷିକ ପାଖାପାଖି ୨.୫ କୋଟି ଟଙ୍କା ରାଜସ୍ବ ଆସୁଥିବାବେଳେ ଏହାର ହିସାବ କିପରି ରହୁଥିବ ତାହା ଏଥିରୁ ସହଜେ ଅନୁମେୟ। ତେବେ କେଉଁ ଆଧାରରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଅନ୍ୟପଟେ ମନ୍ଦିର ନିର୍ବାହୀ ଅଧିକାରୀ ପଦବୀଟି ନିୟମିତ ରହିବା ପରିବର୍ତ୍ତେ କାମ ଚଳାରେ ଚାଲିଛି। ବର୍ତ୍ତମାନର ନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଧଳ ଲ୍ୟାଣ୍ଡ ଅଫିସର, ଗୋରଖନାଥ ଓ ଶାରଳା ମନ୍ଦିର ଦାୟିତ୍ୱରେ ଥିବାରୁ ସେ ଆଳ ନେଇ ଠିକ ଭାବେ ଦାୟିତ୍ୱ ସମ୍ପାଦନ କରୁନାହାନ୍ତି। ସପ୍ତାହରେ ଅତିବେଶିରେ ୨/୩ ଦିନ ଉପରଠାଉରିଆ ଭାବେ ଶାରଳା ମନ୍ଦିର ଯାଇ ଉପସ୍ଥାନ ଦର୍ଶାଉଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଆଇନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ୬୧ଟି ପ୍ରମୁଖ ମନ୍ଦିରର ବାର୍ଷିକ ଅଡିଟ୍‌ ଦାୟିତ୍ୱ ଏଜି ଉପରେ ନ୍ୟସ୍ତ କରାଯାଇଛି। ଏହି ଆଧାରରେ ଶାରଳା ମନ୍ଦିର ଅଡିଟ୍‌ ହୋଇଥିଲା। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଧଳଙ୍କୁ ପଚାରିବାରୁ ଅନିୟମିତା ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ଆଉ ୨୮ଜଣଙ୍କ ଯେଉଁ ନିଯୁକ୍ତି କଥା ଉଠୁଛି ତାହା ତାଙ୍କ ସମୟରେ ହୋଇ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୀରେ ଧୀରେ କମିଲାଣି ସୁସ୍ବାଦୁ ଜମିମାଛ

ନନ୍ଦାହାଣ୍ଡି,୧୫।୯ (ପ୍ରତୀପ କୁମାର ଦାଶ): ନବରଙ୍ଗପୁର ଜିଲାରେ ପ୍ରତିବର୍ଷ ସାଧାରଣତଃ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରବଳ ବର୍ଷା ହୁଏ। ଏହି ବର୍ଷାଜଳରେ ଚାଷ କାମ...

ଧାନ କିଣାରେ ଅନିୟମିତତା : ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ଖୁଣ୍ଟା, ୫।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡ଼ା ଲ୍ୟାମ୍ପରେ ଚାଷୀଙ୍କ ଠାରୁ ଧାନ କିଣାରେ ଅନିୟମିତତା କରାଯାଇଥିବା ନେଇ ଚାଷୀମାନେ ଜିଲାପାଳଙ୍କ ଠାରେ...

କୋବ୍ରା ବାଟାଲିୟନର ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ,୧୫।୫(ସ୍ବ.ପ୍ର.): କୋରାପୁଟସ୍ଥିତ ଆଞ୍ଚଳିକ ଆର୍ଟ ଗ୍ୟାଲେରିରେ ୨୦୨ କୋବ୍ରା ବାଟାଲିୟନ ପକ୍ଷରୁ ‘ଭାଇବ୍ରାଣ୍ଟ ଟ୍ରାଇବ’ ଉପରେ ଆଧାରିତ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି। ୨୦୨...

ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ

ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ...

୧.୨୯ କୋଟି ଲୁଟ୍‌: ଅଧଘଣ୍ଟାରେ ଲୁଟେରାଙ୍କୁ ଧରିଲା ପୋଲିସ

ଢେଙ୍କାନାଳ ଅଫିସ/ଆଠଗଡ଼,୧୧।୧୦(ଡି.ଏନ୍‌.ଏ.): ଏଟିଏମ୍‌ କ୍ୟାସ ଭ୍ୟାନରୁ ଟଙ୍କା ଲୁଟି କରି ଫେରାର ହେଉଥିବା ୩ ଲୁଟେରାଙ୍କୁ ପୋଲିସ ଘଟଣାର ଅଧଘଣ୍ଟା ମଧ୍ୟରେ ଧରିବାରେ ସଫଳ ହୋଇଛି।...

କୋରାପୁଟରେ ପ୍ରବଳ ବର୍ଷା: ୨୬ ନଂ ଜାତୀୟ ରାଜପଥରେ ୨ ଫୁଟର ପାଣି

କୋରାପୁଟ,୧୧ା୯(ସ୍ବ.ପ୍ର.): ଲଘୁଚାପ ଯୋଗୁ କୋରାପୁଟରେ ରବିବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ବର୍ଷା ଜାରି...

ନନ୍ଦନକାନନରେ ବଢୁଛି ପର୍ଯ୍ୟଟକ ସଂଖ୍ୟା

ବାରଙ୍ଗ,୧୧।୯(ଡି.ଏନ୍‌.ଏ.): କୋଭିଡ କଟକଣା କୋହଳ ହେବାପରେ ନନ୍ଦନକାନନରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଗଣେଶ ପୂଜାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଲିଛନ୍ତି...

ବଡ଼ଦାଣ୍ଡରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା

ପୁରୀ ଅଫିସ,୩୧ା୧୨: ସ୍ଥାନୀୟ ଭୋଳାନାଥ ବିଦ୍ୟାପୀଠ ପରିସରରେ ଶ୍ରୀରାମ ସୁନ୍ଦର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ରସ ମହୋତ୍ସବ ଚାଲିଛି। ସୋମବାର ପଞ୍ଚମ ଦିବସରେ...

Advertisement
Archives

Model This Week