ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ ତା’ର ଶୁଣାଣି ହୋଇଛି। କୋର୍ଟ ଏହି ମାମଲାରଳ ଶୁଣାଣି କରି ଏୟାର ଏସିଆ ବିମାନ ଉପରେ ଦେଢ଼ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ସୂଚନାଯୋଗ୍ୟ, ଏହି ଘଟଣା ହେଉଛି ୨୦୧୮ ଅକ୍ଟୋବରର। ପଞ୍ଚକୁଲାରେ ରହୁଥିବା ବିଜୟ ତ୍ରେହାନ(୬୧) ଅମୃତଶରରୁ ମାଲେସିଆ କୁଆଲାଲୁମପୁରକୁ ଯିବା ଆସିବା ଟିକେଟ ଏୟାର ଏସିଆରେ ବୁକ୍‌ କରିଥିଲେ। ଅକ୍ଟୋବର ୭ରେ ସେମାନେ କୁଆଲାଲୁମପୁର ଯାଇଥିଲେ। ଗଲାବେଳେ କୌଣସି ସମସ୍ୟା ହୋଇ ନ ଥିବା ବେଳେ ଭାରତକୁ ଫେରିବା ବେଳେ ଉକ୍ତ ପରିବାର ବହୁ ସମସ୍ୟାର ସାମ୍ମୁଖୀନ ହୋଇଥିଲେ। ଭାରତ ଫେରିବା ପାଇଁ ଏୟାର ଏସିଆରେ ୧୩ ଅକ୍ଟୋବରରେ ଟିକେଟ ହୋଇଥିବା ବେଳେ ବିମାନ ଉଡାଣର ସମୟ ୭ଟା ୨୦ରେ ରହିଥିଲା। ତ୍ରେହାନ ପରିବାର ୫ଟା ୧୫ ସୁଦ୍ଧା ବର୍ଡିଂ ପାସ୍‌ ଲଗେଜ୍‌ କ୍ଲିଅରାନ୍ସ ଭଳି ଅନ୍ୟ ଔପଚାରିକତା ପୁରା କରିସାରିଥିଲେ। ଇମିଗ୍ରେସନ କାଉଣ୍ଟର ଓ ସିକ୍ୟୁରିଟି ଯାଞ୍ଚରେ ଭିଡ଼ ରହିଥିବାରୁ ସୋମାନଙ୍କୁ ବିଳମ୍ବ ହୋଇଥିଲା। ପରେ ତ୍ରେହାନ ପରିବାର ଟର୍ମିନାଲ ପାଖକୁ ଯିବା ପାଇଁ ବିଳମ୍ବ ହେବାରୁ ତାଙ୍କୁ ଆଉ ବିମାନରେ ଚଢ଼ିବାକୁ ଦିଆଯାଇ ନ ଥିଲା। ଏହାପରେ ସେ ୧୪ ଅକ୍ଟୋବର ପାଇଁ ପୁଣି ସେହି ବିମାନରେ ଟିକେଟ ବୁକ୍‌ କରିଥିଲେ। ହେଲେ ଏତିକିରେ ସେମାନଙ୍କ ସମସ୍ୟାର ସମାଧାନ ହୋଇ ନ ଥିଲା। ତ୍ରେହାନ ପରିବାର ଶାକାହାରୀ ଥିବା ବେଳେ ଏୟାର ଲାଇନ୍ସ ପକ୍ଷରୁ ତାଙ୍କୁ ଚିକେନ ସ୍ୟାଣ୍ଡଓ୍ବିଚ୍‌ ଦିଆଯାଇଥିଲା। ଭାରତ ଫେରିବା ପରେ ପରିବାର ପକ୍ଷରୁ ଏୟାର ଏସିଆ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। କନଜ୍ୟୁମର କୋର୍ଟ ଏହାର ଶୁଣାଣି କରି କହିଛନ୍ତି, ଶାକାହାରୀ ବ୍ୟକ୍ତିଙ୍କୁ ମାଂସାହାରୀ ଖାଦ୍ୟ ପରଷିବା ଧାର୍ମିକ ଭାବାନାକୁ ଆଘାତ ପହଞ୍ଚାଇବା ସହ ଏହା ଏକ ଅପରାଧ ମଧ୍ୟ। ତେଣୁ ତ୍ରେହାନ ପରିବାରକୁ ଖର୍ଚ୍ଚ କରିଥିବା ଟିକେଟ, ମାନସିକ ପ୍ରତାଡ଼ନା ଓ ମୋକଦ୍ଦମାରେ ହୋଇଥିବା ଖର୍ଚ୍ଚ ବାବଦରେ ଟଙ୍କା ଦେବାକୁ କୋର୍ଟ ଏୟାର ଏସିଆକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri