Posted inଜାତୀୟ

ଶହୀଦ ରତନଲାଲଙ୍କ ପରିବାରଙ୍କୁ ମିଳିବ ୧ କୋଟି, ଜଣେ ସଦସ୍ୟଙ୍କୁ ଚାକିରି: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୨୨ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆଉ କେତେକ ଲୋକ ଆହତ ହୋଇ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଅନ୍ୟପଟେ ହିଂସା ନିୟନ୍ତ୍ରଣ ସମୟରେ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଦିଲ୍ଲୀ ପୋଲିସର ହେଡ୍‌ କନଷ୍ଟେବଳ ରତନଲାଲଙ୍କ ପରିବାରଙ୍କୁ ଦିଲ୍ଲୀ ସରକାର ସହାୟତା ଘୋଷଣା କରିଛନ୍ତି। ଶହୀଦ ରତନଲାଲଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ଦିଆଯିବା ସହ ଘରର ଜଣେ ସଦସ୍ୟଙ୍କୁ ଚାକିରି ମଧ୍ୟ ଦିଆଯିବ। ଏନେଇ ବୁଧବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦେଶକୁ ରକ୍ଷା କରିବାକୁ ଯାଇ ରତନଲାଲ ଶହୀଦ ହୋଇଛନ୍ତି। ତାଙ୍କର ଏହି ଉଦ୍ୟମ ବ୍ୟର୍ଥ ଯିବ ନାହିଁ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

୧୦ ଦିନରେ ୫ ଟଙ୍କା ମହଙ୍ଗା ପେଟ୍ରୋଲ, ଡିଜେଲ

ଭାରତରେ ତୈଳ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ୧୦ ଦିନ ମଧ୍ୟରେ ୩ ଥର ବୃଦ୍ଧି କରିସାରିଲେଣି। ଶନିବାର ପେଟ୍ରୋଲ ଦର ଲିଟର ପିଚ୍ଛା…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri