Posted inଜାତୀୟ

ଶହୀଦ ପିତାଙ୍କୁ ମୁଖାଗ୍ନି ଦେଲେ ୩ମାସର ଝିଅ

ଚଣ୍ଡିଗଡ଼,୧୭।୧: ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲାର ଉରି ସେକ୍ଟରରେ ମୁତୟନ ହୋଇଥିବା ୪୫ରାଷ୍ଟ୍ରୀୟ ରାଇଫଲ ଗ୍ରେନେଡିୟର ରଣଜୀତ ସିଂହ ଶହୀଦ ହୋଇଛନ୍ତି। ନିକଟରେ ବରଫ ଝଡ଼ରେ ଚାପି ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ତାଙ୍କର ମର ଶରୀର ଗୁରୁଦାସପୁରସ୍ଥିତ ଦିନାନଗର କସବେର ସିଦ୍ଧପୁର ଗାଁରେ ପହଞ୍ଚିଥିଲା। ଶହୀଦଙ୍କ ମର ଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଥିଲା। ତାଙ୍କ ଅନ୍ତିମ ଦର୍ଶନ ପାଇଁ ଗାଁଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି ଦିଆଯାଇଥିଲା। ଶହୀଦଙ୍କ ୩ମାସର ଝିଅ ପିତାଙ୍କୁ ମୁଖାଗ୍ନି ଦେବା ବେଳେ ସେଠାରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ପିତା କ’ଣ ବୁଝିବା ପୂର୍ବରୁ ୩ ମାସ ଝିଅର ମୁଖାଗ୍ନି ଦେବାର ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା।

ଅପରପକ୍ଷେ ଶହୀଦଙ୍କ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଡେପୁଟି କମିଶନର କହିଛନ୍ତି। ସେହିପରି ପଞ୍ଜାବ ସରକାର ମଧ୍ୟ ସହାୟତା ଯୋଗାଇ ଦେବା ସହ ଶହୀଦ ରଣଜୀତ ସିଂହଙ୍କ ଏକ ସ୍ମାରକ ତିଆରି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଶହୀଦ ରଣଜୀତ ଘରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ତାଙ୍କ ପରିବାରର ପ୍ରତିପୋଷଣ ପାଇଁ ତାଙ୍କ ଘରର ଜଣଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ତାଙ୍କ ବାପା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଚଳ ପ୍ରଦେଶରେ କଂଗ୍ରେସକୁ ଘାରିଛି ଅପରେଶନ ଲୋଟସ ଭୟ, ବିଧାୟକ ଯିବେ ରାଜସ୍ଥାନ…

ଶିମଲା,୮।୧୨ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୬୮ ବିଧାନସଭା ଆସନ ମଧ୍ୟରୁ ଭାଜପା ୨୭ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୮...

ନୂଆବର୍ଷ ପାଳନ ଫିକା, ବହୁ ରାଜ୍ୟରେ କଟକଣା ଜାରି …

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ୧୯ ରାଜ୍ୟରେ...

ଅସଦାଚରଣ ପୀଡ଼ିତାଙ୍କଠାରୁ ରାଖୀ ବାନ୍ଧିଲେ ମିଳିବ ଜାମିନ

ଭୋପାଳ, ୩।୮: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜାମିନ ଲାଗି ଆବେଦନ କରିଥିବା ଜଣେ...

ସହଜରେ ବୁଝିହେବା ଭଳି ରାୟ ଦିଅ

ନୂଆଦିଲ୍ଲୀ,୯।୯: ଗୋଟିଏ ରାୟରୁ ବିଚାରପତିଙ୍କ ବ୍ୟକ୍ତିତ୍ୱ ପ୍ରତିଫଳିତ ହୋଇଥାଏ। ରାୟ ଲେଖିବା ଏକ କଳା, ଯହିଁରେ ଆଇନ ଓ ଯୁକ୍ତିର ନିପୁଣ ବ୍ୟବହାର ଜରୁରୀ। ତେଣୁ...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢିବ ନାହିଁ ଜେଜେପି

ଚଣ୍ଡିଗଡ଼,୨୧।୧: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଲଢିବ...

ଯାଞ୍ଚ କରିବାକୁ ପଡିବ ରାମଦେବଙ୍କ କରୋନା ଔଷଧ: ଆୟୁଷ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ମଙ୍ଗଳବାର କରୋନା ସଂକ୍ରମଣ ଠିକ୍‌ କରିବାକୁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଥିଲା। ଏହାପରେ ଏହି କରୋନା...

‘ ଭଗବାନଙ୍କ ଭରସାରେ ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟସେବା ’

ପ୍ରୟାଗରାଜ, ୧୮।୫ : ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ବାସ୍ଥ୍ୟ ସେବା ଭଗବାନ ରାମଙ୍କ ଭରସାରେ। କୋଭିଡ୍‌ କେୟାର ଉପରେ ଦାଖଲ ହୋଇଥିବା ଏକ...

ଶରଦ ପାଓ୍ବାରଙ୍କୁ ଦିଆଯାଉଛି ଧମକ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି ନାଁରେ ଏକ ବଡ ଅଭିଯୋଗ ଆଣିଛନ୍ତି। ରାଉତ...

Advertisement
Archives

Model This Week