ଶହୀଦନଗର ବିଏମ୍‌ସି, ଓଏସ୍‌ଆର୍‌ଟିସିରେ ଖୋଲିବ କ୍ୟାମ୍ପ ଅଫିସ : ସୁବିଧାରେ ମିଳିବ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ସାଧାରଣ ଲୋକଙ୍କୁ ଲର୍ନିଂ ଲାଇସେନ୍ସ ସୁବିଧାର ମିଳିବା ପାଇଁ ସରକାରଙ୍କ ପକ୍ଷରୁ ଆହୁରି ସରଳୀକରଣ କରାଯାଇଛି। ଏଣିକି କୌଣସି ବ୍ୟକ୍ତିବିଶେଷଙ୍କୁ ଆରଟିଓ ଅଫିସର ଧଅଁା ଦୌଡ କରିବାକୁ ପଡିବ ନାହିଁ। ସେମାନେ ଆରଟିଓ ପକ୍ଷରୁ ଖୋଲାଯାଉଥିବା କ୍ୟାମ୍ପ ଅଫିସରେ ସହଜରେ ଲର୍ନିଂ ଲାଇସେନ୍ସ ପାଇପାରିବେ। ସୋମବାର ଠାରୁ ଆରଟିଓଙ୍କ ପକ୍ଷରୁ ଶହୀଦନଗର ବିଏମ୍‌ସି କାର୍ଯ୍ୟାଳୟ ଏବଂ ଓଏସ୍‌ଆରଟିସି କାର୍ଯ୍ୟାଳୟରେ କ୍ୟାମ୍ପ ଅଫିସ ଖୋଲିବ। ଏଥିପାଇଁ ଦୁଇଟି କ୍ୟାମ୍ପ ଅଫିସରେ ୫ଜଣରୁ ଊର୍ଦ୍ଧ୍ୱ କର୍ମଚାରୀ ରହିବ ବୋଲି ଆରଟିଓ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୪ ଯାଏ ଏହି କାର୍ଯ୍ୟାଳୟ ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି କ୍ୟାମ୍ପ ଅଫିସରେ ଲୋକଙ୍କ ସହଯୋଗ କରିବା ପାଇଁ ଏକ ହେଲ୍ପ ଡେସ୍କ ଖୋଲାଯିବ ବୋଲି ଜଣାପଡିଛି। ୭ ଦିନ ପୂର୍ବରୁ ଆରଟିଓ-୧ ପକ୍ଷରୁ ଶହୀଦନଗର ବିଏମ୍‌ସି ଅଫିସ ଏବଂ କଳ୍ପନା ମୁଖ୍ୟ ବିଏମ୍‌ସି ଅଫିସରେ ଶାଖା କାର୍ଯ୍ୟାଳୟ ଖୋଲାଯାଇଥିଲା। ସେହିପରି ଆରଟିଓ-୨ ପକ୍ଷରୁ ନାଲକୋ ଛକ ନିକଟ ବିଏମ୍‌ସି ଅଫିସରେ ଖୋଲାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୨ା୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri