Posted inଜାତୀୟ

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର

ଭୋପାଳ,୧୬।୮: ମଧ୍ୟପ୍ରଦେଶ ଦେପାଲପୁରର ପିର ପିପଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି। ଏଠାକାର ବାସିନ୍ଦା ହାବିଲଦାର ମୋହନ ସିଂ ସୁନେର ବିଏସ୍‌ଏଫ୍‌ ଯବାନ ଭାବେ ତ୍ରିପୁରାରେ କାର୍ଯ୍ୟରତ ଥିବା ସମୟରେ ଆତଙ୍କବାଦୀ ଆକ୍ରମଣରେ ସେ ଶହୀଦ ହୋଇଯାଇଥିଲେ। ମାତ୍ର ୨୭ ବର୍ଷ ବୟସରେ ଶହୀଦ ହୋଇଥିବା ମୋହନଙ୍କ ପରିବାର ଗାଁରେ ଅତି ଦୁଃଖକଷ୍ଟରେ ସମୟ କାଟୁଥିଲେ। ଏମିତିକି ସେମାନଙ୍କ ପାଖରେ ରହିବା ପାଇଁ ଘର ଖଣ୍ଡେ ନ ଥିଲା କି ଖାାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନ ଥିଲା। ଏଥିପାଇଁ ପରିବାର ଲୋକେ ମଜୁରୀ ଲାଗି ପେଟ ପୋଷୁଥିଲେ। ଶହୀଦ ପରିବାରଙ୍କ ଏପରି ଅବସ୍ଥା ଦେଖି ଗାଁ ଲୋକେ ଚାନ୍ଦା କରି ପାଖାପାଖି ୧୧ ଲକ୍ଷ ଟଙ୍କା ଯୋଗାଡ କରିବା ପରେ ଏବେ ମୋହନଙ୍କ ପରିବାର ପାଇଁ ଏକ ସୁନ୍ଦର ଘର ତିଆରି କରିଦେଇଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ଗାଁର ଯୁବକମାନେ ମିଶି ମୋହନଙ୍କ ସ୍ତ୍ରୀଙ୍କୁ ଘରର ଚାବି ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ ଗୁରୁବାର ରାଖୀ ପୂର୍ଣ୍ଣିମା ଦିନ ଗୃହ ପ୍ରବେଶ ସମୟରେ ଗାଁର ଯୁବକଙ୍କ ହାତ ଉପରେ ଚଢି ଶହୀଦଙ୍କ ସ୍ତ୍ରୀ ଗୃହ ପ୍ରବେଶ କରାଇଛନ୍ତି। ଆଉ ସେତେବେଳେର ସେହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଗାମୀ ଦିନରେ ଗାଁରେ ଶହୀଦ ମୋହନଙ୍କର ଏକ ପ୍ରତିମୂର୍ତ୍ତି ସହ ଗାଁ ସ୍କୁଲକୁ ତାଙ୍କ ନାମରେ ନାମିତ କରିବାର ଯୋଜନା ରଖିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ଅନୁଦାନ ସଂଶୋଧନ ବିଲ୍‌କୁ ଅନୁମୋଦନ

ନୂଆଦିଲ୍ଲୀ,୨୪।୯: ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍‌-୨୦୨୦ ରାଜ୍ୟ ସଭାରେ ବୁଧବାର ଗୃହୀତ ହୋଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାରୁ ଏହି ସଂଶୋଧନ...

‘ଷ୍ଟାନ୍‌ ସ୍ବାମୀଙ୍କୁ ହତ୍ୟା କରାଯାଇଛି’

ମୁମ୍ବାଇ, ୧୨।୭: ଆଦିବାସୀମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ୮୪ ବର୍ଷୀୟ ଫାଦର ଷ୍ଟାନ୍‌ ସ୍ବାମୀଙ୍କ ମୃତ୍ୟୁ ପାଇଁ ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କେନ୍ଦ୍ର...

୭ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

୪୮ ଘଣ୍ଟା ପରେ ବି ଏଏନ୍‌-୩୨ର ମିଳିନି ପତ୍ତା

ନୂଆଦିଲ୍ଲୀ,୫।୬: ନିଖୋଜ ଥିବା ବାୟୁସେନା ବିମାନ ଏଏନ୍‌-୩୨ ୪୮ ଘଣ୍ଟାରେ ବିତ୍ତିଯାଇଥିଲେ ମଧ୍ୟ ଏଯାଏଁ ପତ୍ତା ମିଳିପାର ନାହିଁ। ବିମାନ ନିଖୋଜ ହେବା ପରେ ଏହା...

ଶିବସେନାର ସମର୍ଥନ କଂଗ୍ରେସ ପାଇଁ ମାରାତ୍ମକ: ନିରୁପମ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସବୁ ଦଳ ଅଙ୍କ କଷିବାରେ ଲାଗିଛନ୍ତି। ଇତି ମଧ୍ୟରେ ମୁମ୍ବାଇର କଂଗ୍ରେସ ନେତା ସଞ୍ଜୟ ନିରୁପମ ମଧ୍ୟ ମେଣ୍ଟକୁ...

ପଞ୍ଜାବକୁ ଚଣ୍ଡିଗଡ଼ ହସ୍ତାନ୍ତର ଦାବି

ଚଣ୍ଡିଗଡ଼,୨ା୪: ଚଣ୍ଡିଗଡ଼ରେ ପଞ୍ଜାବ ସେବା ନିୟମ ପରିବର୍ତ୍ତେ କେନ୍ଦ୍ରୀୟ ସେବା ନିୟମାବଳୀ ଲାଗୁ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କିଛିଦିନ ପୂର୍ବରୁ ଘୋଷଣା କରିଥିଲେ।...

କର୍ନାଟକ ଉପନିର୍ବାଚନ ପାଇଁ ୧୩ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କଲା ଭାଜପା

ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍‌)ର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିଲେ। ଏହାପରେ...

ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ, ୨୫।୮: ବିଶିଷ୍ଟ ସାହିତି୍ୟକା ଯଶୋଧାରା ମିଶ୍ର ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ ପୁସ୍ତକ ପାଇଁ ୨୦୨୦ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ...

Advertisement
Archives

Model This Week