ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୩୦ା୧୧(ବ୍ୟୁରୋ): ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ସଂସ୍ଥାର ନିର୍ଦ୍ଦେଶକ ବାଲାରାଜୁ ମଲିକାର୍ଜୁନ ରାଜୁ(୫୪)ଙ୍କୁ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) ଶୁକ୍ରବାର ଗିରଫ କରିଛି। ଇଓଡବ୍ଲ୍ୟୁର ଏକ ଟିମ୍‌ ଆନ୍ଧ୍ରପ୍ରଦେଶସ୍ଥିତ ତାଙ୍କ ଘରୁ ତାଙ୍କୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ଏହାପରେ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣିଥିବା ଜଣାପଡ଼ିିଛି। ତାଙ୍କ ବିରୋଧରେ ଇଓଡବ୍ଲ୍ୟୁ କେସ୍‌ ନଂ-୧୬/୧୧ରେ ଆଇପିସି ଦଫା ୪୬୭, ୪୬୮, ୪୭୧, ୪୨୦, ୪୦୬, ୧୨୦(ବି) ଆଦି ରୁଜୁ କରାଯାଇ ତାଙ୍କୁ ବାଲେଶ୍ୱର ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ନାମକ ଏକ ସଂସ୍ଥାର ମୁଖ୍ୟ ଅଫିସ ଆନ୍ଧ୍ରପ୍ରଦେଶ ହୋଇଥିବାବେଳେ ୨୦୦୯ରେ ଓଡ଼ିିଶାର ବାଲେଶ୍ୱର, ବାରିପଦା ସମେତ ଅନେକ ସ୍ଥାନରେ ଏହାର ଶାଖା ଅଫିସ ଖୋଲିଥିଲା। ସ୍ବଳ୍ପ ଟଙ୍କା ସଞ୍ଚୟରେ ଅଧିକ ସୁଧ ଦେବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା ଏହି ସଂସ୍ଥା। ଏପରି କି ଟଙ୍କା ଦ୍ୱିଗୁଣିତ କରିଦେବାକୁ ବିଭିନ୍ନ ସ୍କିମ୍‌ କରି ବିଜ୍ଞାପନ ମାଧ୍ୟମରେ ଜମାକାରୀଙ୍କୁ ଲୋଭ ଦେଖାଇଥିଲା। ସାଧାରଣ ଲୋକେ ବିଜ୍ଞାପନ ଦେଖି ଅଧିକ ସୁଧ ଆଶାରେ ୨୦୦୯ରୁ ୨୦୧୦ ମଧ୍ୟରେ କୋଟି କୋଟି ଟଙ୍କା ଜମା କରିଥିଲେ। ହେଲେ ଜମାକାରୀଙ୍କ ଟଙ୍କା ମାଚ୍ୟୁଅର ହେବା ପରେ ସଂସ୍ଥାର କର୍ମକର୍ତ୍ତାମାନେ ସେମାନଙ୍କୁ ଟଙ୍କା ଦେବା ପରିବର୍ତ୍ତେ ଅଫିସରେ ତାଲା ପକାଇ ଫେରାର ହୋଇଯାଇଥିଲେ। ଉକ୍ତ ସଂସ୍ଥା ଏଭଳି ଭାବେ ଓଡ଼ିିଶାରୁ ୨୮କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଟଙ୍କା ନ ପାଇ ଠକେଇର ଶିକାର ହୋଇଥିବା ବାରିପଦା ଟାଉନ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ବାରିକ ଏ ନେଇ ଇଓଡବ୍ଲ୍ୟୁରେ ୨୦୧୧ ମେ ୨୧ରେ ଏକ ଅଭିଯୋଗ କରିଥିଲେ। ଏହି ଆଧାରରେ ଇଓଡବ୍ଲ୍ୟୁ କେସ୍‌ ନଂ-୧୬/୧୧ରେ ଏକ ମାମଲା ରୁଜୁକରି ତଦନ୍ତ କରିଥିଲା। ପ୍ରଥମେ ସଂସ୍ଥାର ୪ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ମ୍ୟାନେଜିଂ ଡାଇରେକ୍ଟର ଭି. ସମ୍ପଥ, ବାରିପଦା ବ୍ରାଞ୍ଚ ଅଫିସର ପ୍ରାର୍ଥସାରଥି ଜେନା, ତପନ ବାରିକ ଏବଂ ସଦାଶିବ ନାୟକ। ଏହି ମାମଲାରେ ନିର୍ଦ୍ଦେଶକ ରାଜୁ ଫେରାର ରହିଥିଲେ। ସେ ଆନ୍ଧ୍ରପ୍ରଦେଶସ୍ଥିତ ନିଜ ଘରେ ରହୁଥିବା ଖବର ପାଇ ଇଓଡବ୍ଲ୍ୟୁ ସେଠାରେ ଚଢାଉ କରି ତାଙ୍କୁ ଗିରଫ କରିଛି। ତାଙ୍କ ଘରୁ ଏକାଧିକ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ଧରିଲେ ସ୍କୁଲ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର,୧୧।୭(ଅଭିଜିତ ଦାସ):ବର୍ଷା ଆରମ୍ଭରୁ ଡେଙ୍ଗୁ ଭଳି ଆଖିଧରା ରୋଗ ଆଉ ଏକ ଚିନ୍ତା ଆଣିଛି। ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ପ୍ରତି ୧୦ଜଣଙ୍କ ମଧ୍ୟରୁ ୩ରୁ...

ପୁଣି ବୋଟ୍‌ରେ ଆସିଲେ ୩୩ ମତ୍ସ୍ୟଜୀବୀ

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଯୋଗୁ ଚେନ୍ନାଇରେ ଫସି ରହିଥିବା ମତ୍ସ୍ୟଜୀବୀ ଓ ଶ୍ରମିକମାନେ ନିଜ ଉଦ୍ୟମରେ ବୋଟ୍‌ କିଣି ସମୁଦ୍ର ପଥରେ ଗଞ୍ଜାମ ଫେରିବାରେ ଲାଗିଛନ୍ତି। କରୋନା...

କେନ୍ଦ୍ର ସବ୍‌ସିଡି ବନ୍ଦ

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସହ ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସଅଳ ଓ ଅଧିକ ଉତ୍ପାଦନକ୍ଷମ ବିହନ ଉପରେ ଚାଷୀମାନେ...

ଜୁଏଲଙ୍କୁ କରୋନା

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଭାଜପାର ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏ ନେଇ ଟୁଇଟ୍‌ କରି ସୂଚନା...

ଡାକ୍ତର ନାଁରେ ସାଇବର ଠକେଇ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଏବେ...

ଶ୍ରୀକ୍ଷେତ୍ରରେ ସୁଡ଼ଙ୍ଗ

ଶ୍ରୀକ୍ଷେତ୍ରରେ ଗଜପତିମାନେ ପୂର୍ବରୁ ରହୁଥିବା ସ୍ଥାନ ବାଲି ନଅର ଭାବରେ ପରିଚିତ ଥିଲା। ଏହି ନଅରକୁ କେନ୍ଦ୍ର କରି ବିଭିନ୍ନ ଦିଗରୁ ରହିଥିଲା ଅନେକ ସୁଡ଼ଙ୍ଗ...

ସତ୍ୟବାଦୀର ଗୋପୀନାଥ ହସ୍ପିଟାଲ ସିଲ୍‌

ପୁରୀ ଅଫିସ/ସାକ୍ଷୀଗୋପାଳ/ପିପିଲି,୧୧।୭(ଡି.ଏନ.ଏ./ସ୍ବ.ପ୍ର.): କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସତ୍ୟବାଦୀ ବ୍ଲକ ଛକ ନିକଟରେ ଥିବା ଗୋପୀନାଥ ହସ୍ପିଟାଲକୁ ଶୁକ୍ରବାର ସିଲ୍‌ କରିଦିଆଯାଇଛି। ଜିଲା ଜନ ସ୍ବାସ୍ଥ୍ୟ...

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶର,୧।୪(ବ୍ୟୁରୋ): ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଚାଉଳ। ଏ ନେଇ ଶୁକ୍ରବାର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week