ଶସ୍ତା ହେବ ଏସି ଚେୟାରକାର, ଏକଜିକ୍ୟୁଟିଭ୍‌ ଟିକେଟ

ନୂଆଦିଲ୍ଲୀ, ୨୯-୮: ଆସନ୍ତା ମାସରୁ ରେଳ ମନ୍ତ୍ରଣାଳୟ ଭଡାରେ ରିହାତି ଯୋଜନା ଆରମ୍ଭ କରିବ। ଏହା ଦ୍ୱାରା ଏସି ଚେୟାରକାର ଏବଂ ଏକଜିକ୍ୟୁଟିଭ ଟିକେଟ ଶସ୍ତା ହେବ ବୋଲି ଜଣାପଡିଛି। ଶତାଦ୍ଦୀ, ଗତିମାନ, ତେଜସ, ଡବଲ ଡେକର, ଇଣ୍ଟରସିଟି ଭଳି ଟ୍ରେନଗୁଡିକରେ ଏହି ଯୋଜନା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ରେଳ ଭଡାରେ ରିହାତି ପ୍ରଦାନ କରିବା ଅଧିକାରକୁ କ୍ଷେତ୍ରୀୟ ରେଲଓ୍ବେର ପ୍ରଧାନ ମୁଖ୍ୟ ବାଣିଜି୍ୟକ ପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି। ଗତ ବର୍ଷ ମାସିକ ୫୦%ରୁ କମ୍‌ ସିଟ୍‌ ସଂରକ୍ଷିତ ହୋଇଥିବା ରେଳଗାଡିରେ ଏହି ରିହାତି ବ୍ୟବସ୍ଥା କରାଯିବ। ରେଳ ଟିକେଟରେ ଏହି ରିହାତି ମୂଳ ଭଡା ଉପରେ ୨୫% ପର୍ଯ୍ୟନ୍ତ ରହିବ। ସଂରକ୍ଷିତ ଶୁଳ୍କ, ସୁପରଫାଷ୍ଟ ଶୁଳ୍କ ଏବଂ ଜିଏସ୍‌ଟି ଇତ୍ୟାଦି ଅଲଗା ଭାବେ ଲାଗୁ କରାଯିବ। ଯାତ୍ରାର ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟ ଲାଗି ରିହାତି ଲାଗୁ କରାଯାଇ ପାରିବ। ଏହାବାଦ ଯାତ୍ରାର ମଧ୍ୟବର୍ତ୍ତୀ କାଳ କିମ୍ବା ସମ୍ପୂର୍ଣ୍ଣ ଯାତ୍ରା ପାଇଁ ଏହାକୁ ପ୍ରାପ୍ତ କରିହେବ। ସାପ୍ତାହିକ, ସାପ୍ତାହାନ୍ତ, ମାସିକ, ଋତୁକାଳୀନ, ବର୍ଷର ଏକ ଭାଗ କିମ୍ବା ବାର୍ଷିକ ପ୍ରାପ୍ତ କରାଯାଇ ପାରିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୪୦ହଜାର କୋଟି

ନୂଆଦିଲ୍ଲୀ,୫-୬: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୦ ହଜାର କୋଟି ଟଙ୍କା ପୁନଃପୁଞ୍ଜିକରଣ ବାବଦରେ ଦେଇପାରେ। ଋଣ ବିତରଣକୁ ଅଧିକ...

୧୦୦ରୁ ଊର୍ଦ୍ଧ୍ୱ ଟିସିଏସ୍‌ କର୍ମଚାରୀ କୋଟିପତି

ବେଙ୍ଗାଲୁରୁ,୧୪-୬: ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ରେ କୋଟିପତି କର୍ମଚାରୀଙ୍କ ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ କର୍ମଚାରୀ ନିଜ କ୍ୟାରିୟର ଏହି...

ପାଇକାରୀ ମୁଦ୍ରାସ୍ଫୀତି ୦.୩୩%

ନୂଆଦିଲ୍ଲୀ,୧୫-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ପାଇକାରି ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି(ଡବ୍ଲ୍ୟୁପିଆଇ) ୦.୩୩% ସ୍ତରରେ ରହିଛି। ଏହା ଅଗଷ୍ଟରେ ୧.୦୮% ରହିଥିବା ସୋମବାର ସରକାରୀ ଡାଟାରୁ ଜଣାପଡିଛି।...

ବିଶ୍ୱ ସ୍ତରରେ ବଢିବେ ୨୫ ଲକ୍ଷ ବେକାରୀ

ଜାତିସଂଘ,୨୨-୧: ସାରା ବିଶ୍ୱରେ ବେକାରୀ ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରୀ ହାର ବଢିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ...

୮ ମାସରେ ସୁଧୁରିପାରେ ଏମ୍‌ଏସ୍‌ଏମ୍‌ଇ ସ୍ଥିତି

ନୂଆଦିଲ୍ଲୀ,୧୨।୮: କୋଭିଡ୍‌ ଯୋଗୁ ବର୍ତ୍ତମାନ ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କ୍ଷୁଦ୍ରଶିଳ୍ପର ସ୍ଥିତିରେ ସୁଧାର ଆସିବା ଲାଗି ଅନ୍ତତଃ...

ସ୍ବଦେଶୀ ଆପ୍‌ ‘ସନ୍ଦେଶ’ ପ୍ରତି ଆକର୍ଷଣ ବଢୁଛି

ନୂଆଦିଲ୍ଲୀ: ସରକାର ପ୍ରଥମେ ବିଭିନ୍ନ ଚାଇନା ଆପକୁ ବ୍ୟାନ କଲେ। ଦେଶର ସୁରକ୍ଷା ଓ ସମ୍ପ୍ରଦାୟିକ ଘଟଣାରୁ ବିରୋଧୀ ଗୋଷ୍ଟୀଙ୍କ କବଳରୁ ଦେଶକୁ ରକ୍ଷା କରିବା ପାଇଁ...

ବ୍ୟାଙ୍କ ସିଇଓଙ୍କୁ ଆଜି ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୪-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ। ଅର୍ଥନୀତିରେ ସୁଧାର ଆଣିବା ଲାଗି ବ୍ୟାଙ୍କଗୁଡ଼ିକର କାର୍ଯ୍ୟଧାରାକୁ ସେ ସମୀକ୍ଷା କରିବାର କାର୍ଯ୍ୟକ୍ରମ...

୪.୯% ରହିପାରେ ଭାରତର ବିକାଶ ହାର: ମୁଡିସ୍‌

ମୁମ୍ବାଇ,୫-୨: ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଢାଞ୍ଚାଗତ ଏବଂ ଚକ୍ରୀୟ ଚ୍ୟାଲେଞ୍ଜ ଦେଇ ଗତି କରୁଛି। ଏଭଳି ସମୟରେ ନିକଟରେ ଉପସ୍ଥାପନ ହୋଇଥିବା ଦେଶର ସାଧାରଣ...

Advertisement


Archives

Model This Week

Why Dharitri