Posted inଜାତୀୟ

ଶରୀରକୁ ସୁସ୍ଥ, ମନକୁ ଶାନ୍ତ ରଖେ ଯୋଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଅଭ୍ୟାସ କରିଛନ୍ତି। ଯୋଗ ଯେ ମଣିଷର ଶରୀରକୁ ସୁସ୍ଥ ରଖିବା ସହ ମନକୁ ଶାନ୍ତ ରଖିଥାଏ ଏହା କହିଛନ୍ତି ରାଷ୍ଟ୍ରପତି। ଆଧୁନିକ ଯୁଗରେ ବି ଲୋକେ ଯୋଗକୁ ଆପଣେଇ ପାରିଛନ୍ତି ଯାହା ଖୁବ୍‌ ଖୁସିର କଥା। ଅନ୍ୟପଟେ ବିଶ୍ୱରେ କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାସହ ଲଢିବାକୁ ଯୋଗ ବି ସହାୟକ ହେବ ବୋଲି ସେ କହିଛନ୍ତି। ଯୋଗ ହେଉଛି ବିଶ୍ୱକୁ ଭାରତର ଏକ ବଡ ଉପହାର। ଟୁଇଟ୍‌ କରି ରାଷ୍ଟ୍ରପତି କୋବିନ୍ଦ ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ସେପ୍ଟେମ୍ବର ୨୭ରେ ୟୁନାଇଟେଡ ନେଶନ୍ସ ଜେନରାଲ ଆସେମ୍ଲି(ୟୁଏନ୍‌ଜିଏ)ରେ ଅଭିଭାଷଣ ଦେବା ସମୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷାମନ୍ତ୍ରୀ, କହିଲେ ବ୍ଲକ୍‌ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ

ଭୁବନେଶ୍ୱର,୧୦ା୭: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ପ୍ରଫେଶନାଲ ଓ ସେଲ୍ଫ ଫାଇନାନ୍ସିଂ କୋର୍ସକୁ…

Sunil Gavaskar Love Story: ଅଟୋଗ୍ରାଫ ନେବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଯାଇଥିଲେ ସୁନୀଲ ଗାଭାସ୍କର, ଜାଣନ୍ତୁ ‘ଲିଟିଲ ମାଷ୍ଟର’ଙ୍କ ଲଭ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଜି ତାଙ୍କର 77ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ଶେୟାର କରିବା,…

ଭାଜପା ରାଜ୍ୟ ସଭାପତିଙ୍କ କେସିଙ୍ଗା ଗସ୍ତ, କର୍ମୀଙ୍କ ଏକାଠି କରି…

କେସିଙ୍ଗା,୧୦ା୭(ତୁମେଶ୍ୱର ସାହୁ): ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର କେସିଙ୍ଗା ଗସ୍ତ କରି କର୍ମୀମାନଙ୍କୁ ନେଇ ଏକ ସାଙ୍ଗଠାନିକ କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ଜଣେ…

IND vs ENG 5th T20I Playing-11: ବୈଭବ ସୂର୍ଯ୍ୟବଂଶୀ ଆଉଟ, ସଞ୍ଜୁ ସାମସନ ଇନ୍‌… ଇଜ୍ଜତ ବଞ୍ଚାଇବାକୁ ଗମ୍ଭୀର ଖେଳିବେ ଶେଷ ଗଣିତ

ନୂଆଦିଲ୍ଲୀ,୧୦।୭: ଗୁରୁବାର ରାତିରେ ବ୍ରିଷ୍ଟଲରେ ଭାରତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ଦେଖାଯାଇଥିଲା, ଯାହା ଫଳରେ ମ୍ୟାଚ ଏବଂ ସିରିଜ ଉଭୟ ହାରିଯାଇଥିଲା ଟିମ୍‌।…

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ରୋଷେଇ ଘରୁ ବାହାରିଲା ୮ ଫୁଟ୍‌ ଅହିରାଜ, ଉଦ୍ଧାର ବେଳେ ପାଟିରୁ ବାହାରିଲା ଢମଣା ସାପ, ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଜୟନଗର ଗ୍ରାମର ସିମାଞ୍ଚଳ ସ୍ବାଇଁଙ୍କ ଘରୁ ଏକ ୮ ଫୁଟ୍‌ ଲମ୍ବର କିଙ୍ଗକୋବ୍ରା…

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ…

ମୋ ବିଶ୍ୱାସ ଭାଙ୍ଗିଦେଇଥିଲା ପୋଲିସ: ଜାଣନ୍ତୁ କାହିଁକି ଏମିତି କହିଲେ ବିଜୟ

ନୂଆଦିଲ୍ଲୀ,୧୦।୭: ୨୦୨୫ରେ କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ଉପରେ ଗଭୀର ଦୁଃଖ ପ୍ରକାଶ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଗଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri