Posted inଜାତୀୟ

ଶରୀରକୁ ସୁସ୍ଥ, ମନକୁ ଶାନ୍ତ ରଖେ ଯୋଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଅଭ୍ୟାସ କରିଛନ୍ତି। ଯୋଗ ଯେ ମଣିଷର ଶରୀରକୁ ସୁସ୍ଥ ରଖିବା ସହ ମନକୁ ଶାନ୍ତ ରଖିଥାଏ ଏହା କହିଛନ୍ତି ରାଷ୍ଟ୍ରପତି। ଆଧୁନିକ ଯୁଗରେ ବି ଲୋକେ ଯୋଗକୁ ଆପଣେଇ ପାରିଛନ୍ତି ଯାହା ଖୁବ୍‌ ଖୁସିର କଥା। ଅନ୍ୟପଟେ ବିଶ୍ୱରେ କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାସହ ଲଢିବାକୁ ଯୋଗ ବି ସହାୟକ ହେବ ବୋଲି ସେ କହିଛନ୍ତି। ଯୋଗ ହେଉଛି ବିଶ୍ୱକୁ ଭାରତର ଏକ ବଡ ଉପହାର। ଟୁଇଟ୍‌ କରି ରାଷ୍ଟ୍ରପତି କୋବିନ୍ଦ ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ସେପ୍ଟେମ୍ବର ୨୭ରେ ୟୁନାଇଟେଡ ନେଶନ୍ସ ଜେନରାଲ ଆସେମ୍ଲି(ୟୁଏନ୍‌ଜିଏ)ରେ ଅଭିଭାଷଣ ଦେବା ସମୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୋଡୋ ଚୁକ୍ତିନାମା ସ୍ବାକ୍ଷର

ନୂଆଦିଲ୍ଲୀ,୨୮ା୧(ପି.ଟି.): ବୋଡୋ ସମସ୍ୟାର ସମାଧାନ ଲାଗି ସରକାର ସୋମବାର ଆସାମର ଦୁଇ ଉଗ୍ରପନ୍ଥୀ ସଂଗଠନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡୋଲ୍ୟାଣ୍ଡ (ଏନ୍‌ଡିଏଫ୍‌ବି) ଏବଂ ଅଲ୍‌...

ଡିଗ୍ରୀ ପାଇବା ପୂର୍ବରୁ ଯୌତୁକ ନ ନେବାକୁ ସ୍ବୀକାରୋକ୍ତି…

କାଲିକଟ୍‌,୨୧।୯: କେରଳର କାଲିକଟ୍‌ ବିଶ୍ୱବିଦ୍ୟାଳୟରେ ଯୋତୁକ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପୂର୍ବରୁ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ...

ରାଗି ଖରାପ ମାଇକ୍‌କୁ ମଞ୍ଚରେ ବଙ୍କା କରିଦେଲେ ମନ୍ତ୍ରୀ, ଭିଡ଼ିଓ ଭାଇରାଲ…

ବକ୍ସର,୧୩।୧୧ : ବକ୍ସରରେ ଶ୍ରୀ ରାମ କର୍ମଭୂମି ନ୍ୟାସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କ ମାଇକ କାମ ନ...

ସରକାର ଗଠନ ପାଇଁ ଭାଜପା ବୁକ୍‌ କଲା ଷ୍ଟାଡିୟମ୍‌

ମୁମ୍ବାଇ,୧।୧୧: ମହାରାଷ୍ଟ୍ରରେ କାହାର ସରକାର ଗଠନ ହେବ ସେନେଇ ସମସ୍ତ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏଭଳିସ୍ଥିତିରେ ବିଧାନସଭା ନିର୍ବାଚନରେ ସବୁଠାରୁ ଅଧିକ ଆସନ...

କୋଏମ୍ବାଟୁର ବିସ୍ଫୋରଣର ତଦନ୍ତ ଏନ୍‌ଆଇଏକୁ ହସ୍ତାନ୍ତର କଲେ କେନ୍ଦ୍ର ସରକାର

କୋଏମ୍ବାଟୁର,୨୭।୧୦: ତାମିଲନାଡୁର କୋଏମ୍ବାଟୁର ମନ୍ଦିର ନିକଟରେ ଗତ ରବିବାର ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର ପାଇଁ କେନ୍ଦ୍ର...

ଏୟାର କଣ୍ଡିସନର ପିପିଇ କିଟ୍‌ ପ୍ରସ୍ତୁତ କଲେ ଏହି ଯୁବକ, ୫-୬ ଘଣ୍ଟା ରହିବ ଥଣ୍ଡା

କରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍‌ ପିନ୍ଧିବା ଏତେ ସହଜ କଥା ନୁହେଁ। ଏହାକୁ ପିନ୍ଧିବା ପରେ ଅତ୍ୟଧିକ ଗରମ ଅନୁଭୂତ ହୋଇଥାଏ। ଅନେକ ଥର...

ଚନ୍ଦ୍ରଯାନରୁ ଚନ୍ଦ୍ରର ପ୍ରଥମ ଫଟୋ

ଚନ୍ଦ୍ରୟାନ-୨ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହେବାର ଦିନକ ପରେ ଅର୍ଥାତ ବୁଧବାର ଏହି ଚିତ୍ର ଉତ୍ତୋଳନ କରି ପ୍ରେରଣ କରିଛି ଲ୍ୟାଣ୍ଡର ବିକ୍ରମ। ଏହି ଫଟୋକୁ...

ରାହୁଲ ଗାନ୍ଧୀଙ୍କୁ ସମନ୍‌

ପାଟ୍‌ନା,୨୮ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପାଟ୍‌ନା ହାଇକୋର୍ଟ ସମନ୍‌ ଜାରି କରି ମେ ୨୦ରେ ହାଜର ହେବାକୁ କହିଛନ୍ତି। ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଭାଜପା...

Advertisement
Archives

Model This Week