ଶରୀରକୁ ସତେଜ ରଖିବା ପାଇଁ ଗାଧୋଇବାବେଳେ ଆପଣାନ୍ତୁ ଏହି ଉପାୟ…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ କରନ୍ତି ନାହଁି। ଗାଧୋଇବା ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍‌ ଲାଗିବ ବୋଲି ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗାଧୋଇବା ସମୟରେ କମ୍‌ ସାବୁନ ବ୍ୟବହାର କଲେ ଦିନସାରା ଫ୍ରେଶ୍‌ ଲାଗେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଅଧିକ ସାବୁନ ବ୍ୟବହାର ଦ୍ୱାରା ଏଥିରେ ଥିବା କ୍ଲିନିଙ୍ଗ ଏଜେଣ୍ଟ ଯୋଗୁ ଶରୀର ଅଧିକ ଶୁଷ୍କ ହୋଇଯାଏ। ଏହାଦ୍ୱାରା ମସ୍ତିଷ୍କରେ ନକାରାତ୍ମକ ପ୍ରଭାବ ପଡ଼େ। ଫଳରେ ବିଭିନ୍ନ ହରମୋନ୍‌ କ୍ଷରଣରେ ଅସମାନତା ଯୋଗୁ ମନରେ ଫ୍ରେଶ୍‌ ଅନୁଭୁତି ଆସି ପାରେ ନାହିଁ। ସେହିପରି ଗାଧୋଇବା ସମୟରେ ପୁରୁଣା ଟାୱେଲ ବ୍ୟବହାର ନ କଲେ ଭଲ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରରେ ରହିଯାଏ। ଯାହାଦ୍ୱାରା ଗାଧୋଇବା ପରେ ମଧ୍ୟ କିଭଳି ଏକ ଅସହ୍ୟ ବୋଧ ଅନୁଭବ ହୁଏ। ଥଣ୍ଡାଦିନରେ ଗରମ ପାଣିରେ ଗାଧୋଇଲେ ଆରାମ ମିଳିଥାଏ । କିନ୍ତୁ ଏହା ଶରୀରର ମଏଶ୍ଚରକୁ ଶୁଷ୍କ କରିଦିଏ । ଅଧିକ ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ତାପମାତ୍ରା ବିଗିଡ଼ିଯାଏ ଏବଂ ଝାଳ ବାହାରିଥାଏ। ଝାଳ ଯୋଗୁ ଶରୀର ଦୁର୍ଗନ୍ଧ ହୋଇଥାଏ । ତେଣୁ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ ହୁଏ ନାହିଁ। ତ୍ୱଚାକୁ କୋମଳ ରଖିବା ପାଇଁ ଗାଧୋଇବା ପରେ ମଏଶ୍ଚରାଇଜର ଲଗାଇଲେ ସୁଫଳ ମିଳିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ସୂଚିତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

ଦୋକାନରେ ପିଉଥିଲେ ଚା’, ମୁଣ୍ଡରେ ପଡିଲା ଗଛ ଡ଼ାଳ, ତା’ପରେ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଆଡ଼ପଡ଼ା ଗ୍ରାମରେ ରହୁଥିବା…

ଆନ୍ଧ୍ରରେ କରୋନା ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର,୧୩।୭: ଆନ୍ଧ୍ରପ୍ରଦେଶରେ COVID-19ରେ ଆକ୍ରାନ୍ତ ହୋଇ ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଏପରକି ଆନ୍ଧ୍ର ସୀମାନ୍ତ ଜିଲାର CDMOମାନଙ୍କୁ…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

‘ଜେଣ୍ଟଲ ମ୍ୟାନ’ ଲୁକରେ ବୈଭବ ସୂର୍ଯ୍ୟବଂଶୀ, ଯୁବରାଜ ସିଂହଙ୍କୁ ଭେଟିବା ସହ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୩।୭: ୧୫ ବର୍ଷୀୟ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଶେଷ ହେବା ପରେ,…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri