ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ ଅଭିଯାନରେ ସାମିଲ ହୋଇଥିବାରୁ ଶବାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶବାନା କହିଛନ୍ତି ପ୍ରତି ରବିବାର ଯଦି ସମସ୍ତେ ନିଜ ନିଜ ଘର ସଫା କରିବାକୁ ୧୦ ମିନିଟ୍‌ ସମୟ ଦେବେ ଓ ଜମା ହୋଇଥିବା ପାଣିକୁ ପରିଷ୍କାର କରିଦେବେ ତେବେ ଡେଙ୍ଗୁ ଦୂରେଇ ଯିବ ବୋଲି ସେ କହିଛନ୍ତି। ଏହା ଦେଖିବା ପରେ କେଜରିଓ୍ବାଲ କହିଛନ୍ତି ଆପଣଙ୍କର ଏହି ଯୋଗଦାନ ପରେ ଅନେକ ଲୋକ ଏଥିରେ ଯୋଡି ହୋଇ ଯିବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କେଜରିଓ୍ବାଲ ଡେଙ୍ଗୁ ନିରାକରଣ ଉଦ୍ଦେଶ୍ୟରେ ନିଜ ଘର ସଫା କରିବା ସହ ଲୋକମାନଙ୍କୁ ସେମାନଙ୍କ ଘର ଚାରିପଟ ସଫା ରଖିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ: ୩୩ ହଜାର ପାଉଡ଼ର ବଜାରରୁ ଫେରାଇ ନେଲା କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ରହିଛି। ଏଥିରେ ଆଜବେଷ୍ଟସ୍‌ ରହିଥିବା ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡ଼ମିନିଷ୍ଟ୍ରେଶନ୍‌ ଯାଞ୍ଚ୍‌ ରିପୋର୍ଟରେ ଦର୍ଶାଯାଇଛି।...

୨୨୯.୭ କୋଟିରେ ପାର୍ଲାମେଣ୍ଟ ଭବନର ପୁନଃ ବିକାଶ ହେବ

ନୂଆଦିଲ୍ଲୀ,,୨୬ା୧୦: ୨୨୯.୭ କୋଟି ଟଙ୍କା ବ୍ୟୟରେ ପାର୍ଲାମେଣ୍ଟ ଭବନର ନବୀକରଣ ଓ ପୁନଃବିକାଶ କରାଯିବ। ଏଥିଲାଗି ଗୁଜରାଟ ଅହମଦାବାଦର ଏଚ୍‌ସିପି ଡିଜାଇନ୍‌ ପ୍ଲାନିଂ କମ୍ପାନୀକୁ ଶୁକ୍ରବାର...

ବ୍ରିଫ୍‌କେସ୍‌ ବଦଳରେ ବହିଖାତା

ନୂଆଦିଲ୍ଲୀ,୬ା୭(ପି.ଟି.): ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପରମ୍ପରା ଭଙ୍ଗକରି ବ୍ରିଫ୍‌କେସ୍‌ ବଦଳରେ ଗୃହକୁ ଏକ ଲାଲ୍‌ ରଙ୍ଗର ସିଲ୍କ ବ୍ୟାଗ୍‌ରେ ବଜେଟ ଦସ୍ତାବିଜ୍‌...

ନ୍ୟାୟ ନ ମିଳିବାରୁ ୨ ସନ୍ତାନଙ୍କ ସହ ପାଣି ଟାଙ୍କିରେ ଚଢ଼ିଲେ ମହିଳା

ଲକ୍ଷ୍ନୌ, ୯।୯: ଉତ୍ତର ପ୍ରଦେଶର ଭଦୋହୀ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଜମିବାଡ଼ି ମାମଲାରେ ନ୍ୟାୟ ନ ମିଳିବାରୁ ଜଣେ...

ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଦୀପାବଳିରେ ଟ୍ରିପଲ୍‌ ମର୍ଡ଼ର

ପାଟନା,୨୮।୧୦: ବିହାରରେ ଦୀପାବଳିରେ ରକ୍ତ ସମ୍ପର୍କରେ ରକ୍ତର ଛିଟା ଲାଗିଛି। ସ୍ଥାନୀୟ ବେଗୁସରାଇରେ ଟ୍ରିପଲ୍‌ ମର୍ଡ଼ର ଘଟିଛି। ଭାଇଙ୍କ ଗୁଳିରେ ଭାଇ-ଭାଉଜ ଏବଂ ଝିଆରୀଙ୍କ ମୃତ୍ୟୁ...

ସାବଧାନ ଥରେ ହ୍ୟାଲୋ କହିଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଶୂନ !

ରାଞ୍ଚି,୨୫।୧: ବେଳେବେଳେ କେତେକ ଅଚିହ୍ନା ଲୋକ ମୋବାଇଲ ଯୋଗେ ଆପଣଙ୍କ ବ୍ୟାଙ୍କ ଖାତା ସମ୍ପର୍କରେ କିଛି ସୂଚନା ଦେଇଥାନ୍ତି। ତେବେ ଏଭଳି ଫୋନ୍‌ କଲ୍‌ ଠାରୁ...

କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଟୋଲ୍‌ ଆଦାୟ ବନ୍ଦ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି।...

ମାତ୍ର ୩ ବର୍ଷ ବୟସରୁ ସରୋଜ ଆରମ୍ଭ କରିଥିଲେ କ୍ୟାରିୟର, ୩ ଥର ପାଇଥିଲେ ଜାତୀୟ ପୁରସ୍କାର

ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରୋଜଙ୍କ ବିୟୋଗ ବଲିଉଡ୍‌ରେ ଶୋକର ଛାୟା ଖେଲିଯାଇଛି। ସରୋଜ...

Coronavirus Update


Archives

Model This Week

Why Dharitri