ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର ହେବ: ଗଜପତି

ରଥଯାତ୍ରା ବନ୍ଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ ବିଶ୍ୱର କୋଣ ଅନୁକୋଣରେ ଥିବା ଜଗନ୍ନାଥପ୍ରେମୀ ଭକ୍ତଙ୍କ ହୃଦୟକୁ ବାଧିଥିବ, ଏହା ନିଶ୍ଚିତ ଦୁଃଖଦାୟକ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ। ଏଥିରେ କୌଣସି ଦ୍ୱିମତ ନାହିଁ। ଖୁବ୍‌ଶୀଘ୍ର ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ବସିବ। ବାହାରେ ଯଦି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିବ ନାହିଁ, ଶ୍ରୀମନ୍ଦିର ଭିତରେ କ’ଣ ନୀତି କରାଯାଇପାରିବ ସେ ସମ୍ପର୍କରେ ପରମପୂଜ୍ୟ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରାଯିବ। ଗୁରୁଜୀଙ୍କ ପରାମର୍ଶ ଏବଂ ସିଦ୍ଧାନ୍ତ ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ତେବେ ଅତୀତରେ କେତେଥର ରଥଯାତ୍ରା ବନ୍ଦ ହୋଇଛି ପ୍ରଶ୍ନରେ ଗଜପତି ମହାରାଜା କହିଥିଲେ, ଯେତେବେଳେ ମୋଗଲ ସୈନ୍ୟମାନଙ୍କ ଆକ୍ରମଣ ହୋଇଛି ସେତେବେଳେ ମହାପ୍ରଭୁଙ୍କୁ ଅନ୍ୟତ୍ର ବିଜେ କରାଯାଇଛି। ମହାପ୍ରଭୁ ଶ୍ରୀମନ୍ଦିରରେ ନ ଥିବା ଯୋଗୁ ରଥଯାତ୍ରା ହୋଇପାରି ନାହିଁ। ବର୍ତ୍ତମାନ ଯେଉଁ କୋଭିଡ଼ ସଂକ୍ରମଣ ଚାଲିଛି ତାହା ମଧ୍ୟ ସେହିଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ଗଜପତି ମହାରାଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ଗସ୍ତର ୩ ସପ୍ତାହ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍‌ପି, ବିଧାୟକ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଏଣିକି ବିଦେଶ ଗସ୍ତ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍‌ପି, ବିଧାୟକ। ସରକାରୀ ଅଫିସର ମଧ୍ୟ ଏଥିରୁ ବାଦ୍‌ ପଡ଼ିବେନି। ଗସ୍ତର...

ଆଶ୍ରମରେ ସନ୍ଥଙ୍କୁ ଗଳାକାଟି ହତ୍ୟା

ଅତାବିରା,୨୨।୨: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ରେଙ୍ଗାଲି କ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ମାତାଡ଼େରା ଶିବବାଳା ଯୋଗେଶ୍ୱରୀ ଦେବୀ ଆଶ୍ରମରେ ଜଣେ...

ପୌର ନିର୍ବାଚନ :୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର,୭।୨(ବ୍ୟୁରୋ): ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ଫେବୃୟାରୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୀତଗୋବିନ୍ଦ ସଦନରେ ପୂର୍ବାହ୍ନ ସାଢେ ୧୧ଟା ବେଳେ...

ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧିକୁ ବୁଧବାର ବଢାଇ ଦିଆଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା...

ଅଟକାଇ ପାରିନି କରୋନା: କାଳିଆ ପାଖରେ ପହଞ୍ଚାଇଲେ ଫୁଲ, ତୁଳସୀ

ପୁରୀ ଅଫିସ,୧୬ା୪: କରୋନା ଟାଣିଛି ଲକ୍ଷ୍ମଣରେଖା। ବାଇଶିପାହାଚ ଡେଇଁପାରୁନି ଭକ୍ତ। ହେଲେ ଅନେକ ଶ୍ରଦ୍ଧାଳୁଙ୍କ ମନ ବୁଝୁନି। କାଳିଆ ସାଆନ୍ତଙ୍କୁ କିଏ ସ୍ବପ୍ନରେ ଦେଖୁଛନ୍ତି ତ...

ନୂଆ ବିପିଏଲ୍‌ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା

କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା।...

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଗୃହରେ ଉପସ୍ଥାପନ କରିବେ। ପଞ୍ଚାୟତ...

‘ବନ୍ଦେ ଉତ୍କଳ ଜନନୀ: ଅତୀତ ଓ ବର୍ତ୍ତମାନ’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର,୨୪।୭: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏକ ଗବେଷଣାତ୍ମକ ପୁସ୍ତକ ପ୍ରକାଶ ପାଇଛି। ଯୁବ ଗବେଷକ ତଥା କର୍ନାଟକ...

Advertisement
Archives

Model This Week