ଶକ୍ତିକାନ୍ତଙ୍କ ସ୍ବାକ୍ଷରରେ ଜାରି ହେବ ନୂଆ ୫୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୧୭-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ନୂଆ ୫୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ମହାତ୍ମା ଗାନ୍ଧୀ ସିରିଜରେ ଜାରି ହେବାକୁ ଥିବା ନୂଆ ନୋଟ୍‌ରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସ୍ବାକ୍ଷର ରହିବ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତି ଜାରି କରି କୁହାଯାଇଛି ଯେ, ନୂଆ ନୋଟ୍‌ର ସମ୍ପୂର୍ଣ୍ଣ ଡିଜାଇନ ମହାମତ୍ା ଗାନ୍ଧୀ ସିରିଜ ଭଳି ହେବ। ଏହାବ୍ୟତୀତ ପୂର୍ବରୁ ପ୍ରଚଳନରେ ଥିବା ୫୦ ଟଙ୍କିଆ ମୂଲ୍ୟର ସମସ୍ତ ନୋଟ୍‌ ଆଇନଗତ ଭାବେ ବୈଧ ରହିବ, ଅର୍ଥାତ୍‌ ସମସ୍ତ ପୁରୁଣା ନୋଟ୍‌ ପ୍ରଚଳନରେ ରହିବ। ସୂଚନାଥାଉ କି, ୨୦୧୭ରେ ଆର୍‌ବିଆଇ ନୂଆ ୫୦ ଓ ୨୦୦ ଟଙ୍କିଆ ନୋଟ୍‌ ଜାରି କରିଥିଲା, ଯାହା ଏବେ ମଧ୍ୟ ପ୍ରଚଳନରେ ରହିଛି। ନୂଆ ନୋଟ୍‌ର ରଙ୍ଗ ଫ୍ଲୋରୋସେଣ୍ଟ ବ୍ଲୁ ହେବ ଏବଂ ମଝିରେ ମହାମତ୍ା ଗାନ୍ଧୀଙ୍କ ଫଟୋ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ବିଆଇ, କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ମୁମ୍ବାଇ,୨୭।୫: କୋଭିଡ୍‌-୧୯ ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଋଣ ଉପରେ ମୋରାଟୋରିୟମ ସୁବିଧା ଦିଆଯାଇଛି। ହେଲେ ଏହି ସମୟରେ ବ୍ୟାଙ୍କଗୁଡିକ ଲୋନ୍‌ ଆଉଟଷ୍ଟାଣ୍ଡିଙ୍ଗ ଉପରେ...

ବିତ୍ତୀୟ ନିଅଣ୍ଟ ଜିଡିପିର ୩.୩୯%

ନୂଆଦିଲ୍ଲୀ,୧।୬- କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣକୁ ଜିଡିପିର ୩.୪% ମଧ୍ୟରେ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ତେବେ ଶୁକ୍ରବାର...

ଟୁଇଟର ବିରୋଧରେ ଅଭିଯୋଗ: ବରିଷ୍ଠ କର୍ମଚାରୀଙ୍କୁ କରାଯାଉଛି ଛଟେଇ…

ଓ୍ବାଶିଂଟନ,୧୯।୭ : ଏଲୋନ ମସ୍କଙ୍କ ଦ୍ୱାରା ଟୁଇଟର କିଣାଯିବା ପରଠାରୁ, ତାଙ୍କର ଏବଂ ଏହି ପ୍ଲାଟଫର୍ମର ସମସ୍ୟା କମିବାର ନା ନେଉନାହିଁ। ଟୁଇଟର ବିରୋଧରେ କୋର୍ଟରେ...

ସ୍ପଷ୍ଟ କଲା ଆର୍‌ବିଆଇ ୫ ଦିନିଆ ହେବନି ବ୍ୟାଙ୍କ କାର୍ଯ୍ୟଦିବସ

ମୁମ୍ବାଇ,୨୧ା୪: ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଦିବସ ୫ ଦିନିଆ ହେବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶନିବାର ସ୍ପଷ୍ଟ କରିଛି। ମିଡିଆରେ ପ୍ରକାଶ ପାଇଥିବା...

ଭଲ ରହିବ ଆସନ୍ତା ଆର୍ଥତ୍କ ବର୍ଷ

ନୂଆଦିଲ୍ଲୀ,୧୧।୬: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଅନେକ ନକାରାତ୍ମକ ରିପୋର୍ଟ ସାମ୍ନାକୁ ଆସୁଛି। ୟା’ମଧ୍ୟରେ ଏକ ଭଲ ଖବର ଆସିଥିବା ଜଣାପଡିଛି। ଆସନ୍ତା ଆର୍ଥତ୍କ...

ସିବିଓଆଇର ନେଟ୍‌ ଲାଭ ୧୫୮୨ କୋଟି

ନୂଆଦିଲ୍ଲୀ,୩।୫: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ୨୦୨୩...

‘ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ମେରିଟ୍‌ ସ୍କଲାରଶିପ’

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆର୍‌ଭି ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷର ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବିଶ୍ୱବିଦ୍ୟାଳୟର ୬ଟି ପ୍ରମୁଖ ସ୍କୁଲର...

ୟୁକୋ ବ୍ୟାଙ୍କର ୬୫୩ କୋଟିର ନେଟ୍‌ ଲାଭ

ନୂଆଦିଲ୍ଲୀ,୨୮।୧: ୟୁକୋ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ...

Advertisement
Archives

Model This Week