Posted inଜାତୀୟ

ଲ୍ୟାପ୍‌ଟପ ବିସ୍ଫୋରଣରୁ କୋଠା ଜଳିଗଲା

ଗାଜିଆବାଦ,୨୭।୧୧: ରଖିଲେ ହରି ମାରିବ କିଏ। ଏହି ଉକ୍ତିଟି ସଫଳ ହୋଇଥିବା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦରେ। ରାଜନଗରର ନୋଏଡ଼ା ସେକ୍ଟର-୬୨ରେ ସଫ୍ଟୱେୟାର ଇଞ୍ଜିନିୟର ରାହୁଲ ସିଂହ ଓ ତାଙ୍କ ସ୍ତ୍ରୀ ରୁହନ୍ତି। ରାହୁଲ ଏକ ନେଟୱର୍କିଂ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ। ସୋମବାର ରାତିରେ ରାହୁଲ ଖଟ ଉପରେ ବସି ଲ୍ୟାପ୍‌ଟପରେ କାମ କରୁଥିଲେ। ଏହାପରେ ଲ୍ୟାପ୍‌ଟପକୁ ସ୍ଲିପ ମୋଡ୍‌ରେ ଛାଡ଼ି ଶୋଇ ପଡ଼ିଥିଲେ। ମଙ୍ଗଳବାର ସକାଳେ ଘରେ ସେ ଏକୁଟିଆ ଥିବା ବେଳେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ହଠାତ୍‌ ଉଠି ଦେଖିବା ବେଳକୁ ଘରସାରା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଏହାର କିଛି ସମୟ ପରେ ଲ୍ୟାପ୍‌ଟପରେ ବିସ୍ଫୋରଣ ଘଟି ଘରସାରା ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ ଘରର ସମସ୍ତ ଜିନିଷ ପୋଡିପାଉଁଶ ହୋଇଯାଇଥିଲା। ତେବେ କିଛି ଉପାୟ ନ ପାଇ ରାହୁଲ ବାଲକୋନିରୁ ଓହ୍ଲାଇ ସିକ୍ୟୁରିଟି ଗାର୍ଡକୁ ଚିତ୍କାର କରି ଡାକିଥିଲେ ଏବଂ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ରାହୁଲଙ୍କୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ କଲେ କୋଟିଏ ଜରିମାନା, ୫ ବର୍ଷ ଜେଲ

ନୂଆଦିଲ୍ଲୀ, ୨୯।୧୦: ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ତର ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

କରୋନା ସଂକ୍ରମଣ: ଭାରତ ଆମେରିକା-ବ୍ରାଜିଲ୍‌କୁ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୯୪୭ରେ ପହଞ୍ଚିଛି। ଏବେ ଭାରତ...

କେନ୍ଦ୍ରୀୟ ମନ୍ତ୍ରୀଙ୍କ ପୁଅ ଓ ପୁତୁରା ପୋଲିସ କର୍ମଚାରୀଙ୍କୁ କଲେ ଗୁଳି

ଭୋପାଳ,୧୮।୬: ମଧ୍ୟପ୍ରଦେଶ ନରସିଂହପୁର ଜିଲା ଗୋଟେଗାଓ୍ବଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ...

ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ...

ଉତ୍ତରପ୍ରଦେଶ ସମେତ ୭ ରାଜ୍ୟରେ ବାର୍ଡ ଫ୍ଲୁ: କାନପୁର ଚିଡ଼ିଆଖାନା ବନ୍ଦ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୦।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି...

ଜୟଲଲିଥାଙ୍କ ଜନ୍ମଦିନରେ ନବଜାତକଙ୍କୁ ସୁନାମୁଦି ଉପହାର

ଚେନ୍ନାଇ,୨୪।୨: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜେ. ଜୟଲଲିଥାଙ୍କ ୭୨ତମ ଜନ୍ମଦିନରେ ମନ୍ତ୍ରୀ ଡି.ଜୟକୁମାର ଆର୍‌ଏସ୍‌ଆର୍‌ଏମ୍‌ ସରକାରୀ ହସ୍ପିଟାଲରେ ଜନ୍ମିତ ନବଜାତକଙ୍କୁ ସୋମବାର ସୁନାମୁଦି ଉପହାର...

ଟୁଇଟ୍‌ କରିବା ପଡିଲା ମହଙ୍ଗା

ବେଙ୍ଗାଲୁରୁ,୨୩।୨: ହିଜାବ ମାମଲାର ଶୁଣାଣି କରୁଥିବା ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ଟୁଇଟ୍‌ ଅଭିଯୋଗରେ କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାରଙ୍କୁ ଗିରଫ...

ରାଜନୈତିକ ଦଳର ଷ୍ଟାର ପ୍ରଚାରକଙ୍କୁ ସଂଯମତା ରକ୍ଷା କରିବାକୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୫ : ବିଧାନସଭା ନିର୍ବାଚନ ପାଇଁ କର୍ନାଟକରେ ପ୍ରଚାର ଚାଲିଛି। ରାଜ୍ୟରେ ଅନେକ ରାଲି କରାଯାଉଛି। ବିଭିନ୍ନ ଦଳର ନେତାମାନେ ମଧ୍ୟ ଭିନ୍ନ ଭିନ୍ନ ବିବୃତ୍ତି...

Advertisement
Archives

Model This Week