Posted inଜାତୀୟ

ଲ୍ୟାଣ୍ଡର୍‌ ବିକ୍ରମର ପ୍ରଥମ ଡି-ଅର୍ବିଟାଲ ଅପରେଶନ୍‌ ଶେଷ

ଚେନ୍ନାଇ: ସେପ୍ଟେମ୍ବର ୨ ତାରିଖ ୧ଟା ୧୫ ମିନିଟ୍‌ରେ ଅର୍ବିଟର୍‌ରୁ ଭାରତର ପ୍ରଥମ ମୁନ୍‌ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ଲ୍ୟାଣ୍ଡର୍‌ର ପ୍ରଥମ ଡି-ଅର୍ବିଟାଲ ଅପରେଶନ(ଅଧିକ ଉଚ୍ଚତାରେ ଥିବା ଅର୍ବିଟ ବା କକ୍ଷରୁ ତଳକୁ କମ୍‌ଉଚ୍ଚତାର କକ୍ଷକୁ ଅଣାଯିବା ପ୍ରକ୍ରିୟା) ସକାଳ ୮ଟା ୫୦ ମିନିଟରେ ଆରମ୍ଭ କରି ସଫଳତାର ସହ ଶେଷ ମଧ୍ୟ କରିଛି। ଅନବୋର୍ଡ ପ୍ରୋପଲ୍‌ସନ ସିଷ୍ଟମ ବ୍ୟବହାର କରି ଏହି ଅପରେଶନକୁ ଇସ୍ରୋ ୪ ସେକେଣ୍ଡରେ ଶେଷ କରିଛି। ଲ୍ୟାଣ୍ଡର୍‌ର ଅର୍ବିଟ ବା କକ୍ଷ ୧୦୪କିମି x ୧୨୮ କିମି। ଅପରପକ୍ଷରେ ଚନ୍ଦ୍ରଯାନ-୨ର ଅର୍ବିଟର ଏବେ ବି ଚନ୍ଦ୍ର ଚାରିପାଖରେ ତା କକ୍ଷପଥରେ ଘୂରୁଛି। ଅର୍ବିଟର ଓ ଲ୍ୟାଣ୍ଡର ପୂରା ଠିକ୍‌ ଅଛି ବୋଲି ଇସ୍ରୋ ପ୍ରକାଶ କରିଛି। ଦ୍ୱିତୀୟ ଡି-ଅର୍ବିଟାଲ ଅପରେଶନ ସେପ୍ଟେମ୍ବର ୪ ତାରିଖ ରାତି ୪ଟା ୩୦ ମିନିଟ୍‌ରେ କରାଯିବ।ଏହାପରେ ଲ୍ୟାଣ୍ଡର୍‌ ଚନ୍ଦ୍ରର ନିକଟତର ହୋଇ ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୩୦ ମିନିଟରୁ ୨ଟା ୩୦ ମିନିଟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ଶକ୍ତି ପରୀକ୍ଷା ଦେବେ କମଲନାଥ: ଅଧାରାତିରେ ନିର୍ଦ୍ଦେଶ ଜାରି କଲେ ରାଜ୍ୟପାଳ

ଭୋପାଳ,୧୫।୩: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷା ଦେବା ପାଇଁ...

ୟୁପି ବିଧାନସଭା ନିର୍ବାଚନ: ୪୮ ଘଣ୍ଟାରେ ଭାଜପାର ୬ ବିଧାୟକ ଦେଲେ ଇସ୍ତଫା

ଲକ୍ଷ୍ନୌ,୧୩ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି...

ମିଶନ ୨୦୨୨, ଭୂପେନ୍ଦ୍ରଙ୍କ ଟିମ୍‌ରେ ୨୪ ନୂଆ ମନ୍ତ୍ରୀ…

ଅହମଦାବାଦ,୧୬।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ କ୍ୟାବିନେଟ୍‌ ଟିମ୍‌ରେ ୨୪ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଗୁରୁବାର ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ...

ଭବାନୀପୁର ଉପ ନିର୍ବାଚନ ପ୍ରଚାର ବେଳେ ଭାଜପା ମୁଖ୍ୟଙ୍କୁ ସେକିଲେ

କୋଲାକାତା,୨୭।୯: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ଭବାନୀପୁର ଉପ ନିର୍ବାଚନ ଲାଗି ସୋମବାର ଘରରୁ ଘର ପ୍ରଚାରବେଳେ ଭାଜପାର ଜାତୀୟ ଉପ ସଭାପତି ଦୀଲିପ...

ସମସ୍ତଙ୍କୁ ମାଗଣାରେ ଯୋଗାଇ ଦିଆଯାଉ କରୋନା ଟିକା: ନୱାବ ମଲିକ

ମୁମ୍ବାଇ,୫ ।୧୨: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ସମସ୍ତଙ୍କ ନଜର କରୋନା ଟିକା ବା ଭ୍ୟାକ୍ସିନ ଉପରେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ କୁକୁର ବେକରେ ବନ୍ଧାଯିବ କ୍ୟାମେରା

ରାୟପୁର,୨୨।୧୦: ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ କୁକୁର ବେକରେ କ୍ୟାମେରା ବନ୍ଧାଯିବ। ଏହାଦ୍ୱାରା ମାଓବାଦୀଙ୍କ ସମ୍ପର୍କରେ ସୂଚନା ମିଳିପାରିବ। ଏନେଇ ସିଆର୍‌ପିଏଫ୍‌ ପକ୍ଷରୁ ଯୋଜନା...

ପଥର ଭଳି କଠିନ ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌

ରାଜକୋଟ, ୧।୧୦: କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଉଛି। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଆକ୍ରାନ୍ତଙ୍କୁ କଷ୍ଟ ହେବା ସହିତ ଶେଷରେ ମୃତ୍ୟୁ ଘଟୁଛି।...

ମା’ ଆଇଏଏସ୍‌, ବାପା ବିଚାରପତି: ହେଲେ ବିଧାୟିକା ହେବାକୁ ଲଣ୍ଡନରେ କରିଥିବା ଚାକିରି ଛାଡ଼ିଲେ ନୌକ୍ଷମ

ମା’ ଜଣେ ଆଇଏଏସ୍‌ ଅଫିସର। ବାପା ବିଚାରପତି। ହେଲେ ଲଣ୍ଡନରେ କରିଥିବା ଚାକିରିକୁ ଛାଡ଼ି ବିଧାୟିକା ହେବାକୁ ମନ ବଳାଇଛନ୍ତି ଝିଅ। ଏପରି ଏକ ଘଟଣା...

Advertisement
Archives

Model This Week