Posted inଜାତୀୟ

ଲୋକ ସଭା ନିର୍ବାଚନ:ମଇଦାନରେ ୧୬୩ ନିରକ୍ଷର

ନୂଆଦିଲ୍ଲୀ,୧୭।୫(ଆଇଏଏନ୍‌ଏସ୍‌):୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୪୮% ସ୍ନାତକ ହୋଇଥିବାବେଳେ ୧୬୩ ଜଣ ନିରକ୍ଷର। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ ଏବଂ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ପ୍ରାର୍ଥୀମାନଙ୍କ ସତ୍ୟପାଠ ବିଶ୍ଳେଷଣ କରାଯିବା ପରେ ଗୁରୁବାର ଏହି ବିଷୟ ସାମ୍ନାକୁ ଆସିଛି।
ନାମାଙ୍କନପତ୍ର ଦାଖଲ ବେଳେ ମୋଟ ୮,୦୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୭,୯୨୮ ଜଣ ଦେଇଥିବା ସତ୍ୟପାଠକୁ ଏଡିଆର୍‌ ଅନୁଧ୍ୟାନ କରିଛି। ଅବଶିଷ୍ଟ ୧୨୧ ପ୍ରାର୍ଥୀଙ୍କ ସତ୍ୟପାଠ ଅସମ୍ପୂର୍ଣ୍ଣ କିମ୍ବା ଆବଶ୍ୟକ ଦସ୍ତାବିଜ ସଂଲଗ୍ନ ନୁହେଁ। ଏଥିଯୋଗୁ ସେମାନଙ୍କ ସମ୍ପର୍କରେ ନିର୍ବାଚନ କମିଶନ ନିଜ ଓ୍ବେବ୍‌ସାଇଟ୍‌ରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଇପାରି ନାହାନ୍ତି। ୭,୯୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୩,୮୦୮ ଜଣ (୪୮%)ଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ବୋଲି ଏଡିଆର୍‌ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ୩,୪୭୭(୪୪%) ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ପାସ୍‌ ବୋଲି ସ୍ବୀକାର କରିଛନ୍ତି। ସେହିପରି ୨୫୩ ପ୍ରାର୍ଥୀ ସାକ୍ଷର ହୋଇଥିବାବେଳେ ୧୬୩ ଜଣ ନିରକ୍ଷର। ପ୍ରାର୍ଥୀଙ୍କ ବୟସକୁ ଦେଖିଲେ ୪,୯୪୧(୬୨% )ହେଉଛନ୍ତି ୨୫ରୁ ୫୦ ବର୍ଷ ମଧ୍ୟରେ। ୨,୯୩୨(୩୭%) ପ୍ରାର୍ଥୀଙ୍କ ବୟସ ୫୧ରୁ ୮୦ ବର୍ଷ ମଧ୍ୟରେ ବୋଲି ସତ୍ୟପାଠରୁ ଜଣାପଡ଼ିଛି। ମଇଦାନରେ ଏପରି ୧୮ ଜଣ ପ୍ରାର୍ଥୀ ଅଛନ୍ତି, ଯାହାଙ୍କ ବୟସ ୮୦ରୁ ଊର୍ଦ୍ଧ୍ୱ। ୩୫ ପ୍ରାର୍ଥୀ ନିଜ ବୟସ ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରି ନ ଥିବାବେଳେ ନିଜକୁ ୨୫ ବର୍ଷରୁ କମ୍‌ ବୟସର ବୋଲି ୨ ଜଣ ପ୍ରାର୍ଥୀ ଦର୍ଶାଇଛନ୍ତି। ଅପରପକ୍ଷେ ସବୁଠୁ ଧନୀ ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି କଂଗ୍ରେସର। ବିହାର ପାଟଳୀପୁତ୍ର ଲୋକ ସଭା ଆସନରୁ ସ୍ବାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରମେଶ କୁମାର ଶର୍ମାଙ୍କ ସମ୍ପତ୍ତି ୧,୧୦୭ କୋଟି ଟଙ୍କା। ଧନୀ ପ୍ରାର୍ଥୀଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଶ୍ୱେଶ୍ୱର ରେଡ୍ଡୀ (୮୯୫ କୋଟି), ଯିଏକି ତେଲେଙ୍ଗାନାର ଚେଭେଲ୍ଲା ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲନାଥ ଛିନ୍ଦ୍‌ଓ୍ବାଡା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନକୁଲନାଥଙ୍କ ସମ୍ପତ୍ତି ୬୬୦ କୋଟି ହୋଇଥିବାବେଳେ ତାମିଲନାଡୁର କନ୍ୟାକୁମାରୀ ଆସନରେ କଂଗ୍ରେସରୁ ଲଢ଼ୁଥିବା ଏଚ୍‌. ବସନ୍ତକୁମାର ୪୧୭ କୋଟିର ମାଲିକ। ମଧ୍ୟପ୍ରଦେଶର ଗୁନା ଆସନର ପ୍ରାର୍ଥୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମ୍ପତ୍ତିର ପରିମାଣ ୩୭୪ କୋଟିରୁ ଊର୍ଦ୍ଧ୍ୱ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଭାଜପାର ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ହେମାମାଳିନୀ, ଯିଏକି ଉତ୍ତରପ୍ରଦେଶର ମଥୁରା ଆସନରେ ପୁନଃ ଭାଗ୍ୟପରୀକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?