Posted inଜାତୀୟ

ଲୋକ ସଭା ଉପ ବାଚସ୍ପତି ପାଇଁ ଭାବନାଙ୍କ ନାମ ସୁପାରିଶ କରିପାରେ ଶିବସେନା

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଶିବସେନା ଭାବନା ଗଓ୍ବାଲିଙ୍କ ନାଁ ସୁପାରିଶ କରିପାରେ। ମହାରାଷ୍ଟ୍ରର ୟବତମାଳ-ଓ୍ବାଶିମ୍‌ର ଲୋକ ସଭା ଆସନରୁ ଭାବନା ୫ଥର ଏମ୍‌ପି ରହିସାରିଛନ୍ତି। ଓ୍ବାଶିମ ଲୋକ ସଭା ଆସନରୁ ୨ଥର ଓ ୟବତମାଳ-ଓ୍ବାଶିମ ଲୋକ ସଭା ଆସନରୁ ୩ଥର ସେ ବିଜୟ ହାସଲ କରିଛନ୍ତି। ଏହା ପୂର୍ବରୁ ଏହି ପଦକୁ ନେଇ ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ନିଜର ପ୍ରତିକ୍ରିୟ ରଖିଥିଲେ। ସେ କହିଥିଲେ, ଏହି ପଦ ପାଇଁ ଆମର ଡିମାଣ୍ଡ ନାହିଁ ହେଲେ ଏହା ଆମର ହକ୍‌। ଏହି ପଦ ଶିବସେନାକୁ ହିଁ ମିଳିବା ଉଚିତ୍‌। ଅପରପକ୍ଷରେ ଉପ ବାଚସ୍ପତି ପାଇଁ ଭାଜପା ବିଜୁ ଜନତା ଦଳ (ବିଜେଡି)ର ସଦସ୍ୟଙ୍କୁ ଚୟନ କରିବାକୁ ଚାହୁଁଥିଲା। ହେଲେ ଏହି ପଦକୁ ସ୍ବୀକାର କରିବା ପାଇଁ ବିଜେଡି କୌଣସି ଇଛା ପ୍ରକାଶ କରି ନ ଥିଲା। କାରଣ ସେ ଭାଜପା ଓ କଂଗ୍ରେସ ଠାରୁ ସମାଦୂରତା ରଖିବାକୁ ଚାହୁଁଛି। ସେହିପରି ଓ୍ବାଇଏସ୍‌ଆର କଂଗ୍ରେସକୁ ମଧ୍ୟ ଏହି ପଦ ପାଇଁ ଅଫର ଦିଆଯାଇଥିଲା। ହେଲେ ସେ ଏଥିପାଇଁ ଏକ ସର୍ତ୍ତ ରଖିଥିଲା। ଯେ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନ ଦିଆଯାଇଛି ସେ ପର୍ଯ୍ୟନ୍ତ ଉପ ବାଚସ୍ପତି ପଦ ସ୍ବୀକାର କରିବ ନାହିଁ ବୋଲି ଓ୍ବାଇଏସ୍‌ଆର କଂଗ୍ରେସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତର ୩ ଦିନ ପରେ ମୁମ୍ବାଇରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ମୁମ୍ବାଇ,୧୯।୨: ମହାରାଷ୍ଟ୍ରରେ କିଛି ଦିନ ହେବ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଲଗାତର ଭାବେ ରାଜ୍ୟରେ କରୋନା ଗ୍ରାଫ୍‌ ତଳକୁ ଖସୁଥିବାର ଦେଖିବାକୁ ମିଳିଛି।...

ତାଣ୍ଡବ ରଚିବ ପ୍ରତିବର୍ଷ: ଏହି ଦୁଇ ମାସରେ ହେବ ବେଲଗାମ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ପ୍ରତିବର୍ଷ...

୨.୯ ନିୟୁତ ଡଲାର ପଠାଇଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୭ା୪(ଆଇଏଏନ୍‌ଏସ୍‌) : ମହାମାରୀ କରୋନା ବିରୋଧରେ ଭାରତର ଲଢ଼େଇକୁ ଜୋର୍‌ଦାର କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ୨.୯ ନିୟୁତ ଡଲାର ସହାୟତା...

ଦୀର୍ଘ ୩ ବର୍ଷ ପରେ ଜେଲ୍‌ରୁ ବାହାରିଲେ ଲାଲୁ ଯାଦବ

ରାଞ୍ଚି,୩୦।୪: ଦୀର୍ଘ ଦିନର କୋର୍ଟ ଲଢେଇ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲରୁ ମୁକ୍ତ ହୋଇଛନ୍ତି। ହାଇକୋର୍ଟରୁ ଜାମିନ ପାଇବା ପରେ ଲାଲୁ...

ନୂଆବର୍ଷରେ ବି ଜାରି ରହିବ କଟକଣା: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୧୨: ଗୋଟିଏ ଦିନ ପରେ ନୂଆବର୍ଷ। କରୋନା ମହାମାରୀରେ ନାନା ପ୍ରକାର ହଇରାଣ ହରକତ ହୋଇଥିବା ଲୋକେ ନୂଆବର୍ଷ ପାଳନ ପାଇଁ ମାନସିକସ୍ତରରେ ପ୍ରସ୍ତୁତି ଆରମ୍ଭ...

କର୍ମଚାରୀଙ୍କୁ ୫ ମିନିଟ ଯୋଗ ବ୍ରେକ୍‌…

ନୂଆଦିଲ୍ଲୀ,୪।୯: ଏବେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ୫ ମିନିଟର ଯୋଗ ବ୍ରେକ୍‌ ମିଳିବ। ଏନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ...

ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଝଟକା

ମୁମ୍ବାଇ,୭।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଆରେ କଲୋନୀରେ ଗଛ କଟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୋମବାର ସୁପ୍ରିମକୋର୍ଟ...

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଦିଦି: କହିଲେ ସବୁ ହାରିବା ବ୍ୟକ୍ତି ବିଫଳ ନୁହେଁ

କୋଲକାତା,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭାଜପା ପୁଣି ଥରେ ବାଜିମାତ୍‌ କରିଥିବା ସ୍ପଷ୍ଟ ହେଉଛି। ହେଲେ ପୂର୍ବରୁ ପଶ୍ଚିମବଙ୍ଗରେ ନିଜର ଦବ୍‌ଦବା ଜାହିର...

Advertisement
Archives

Model This Week