Posted inଜାତୀୟ

ଲୋକେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତରେ ମୁଁ ବହୁତ ଦୁଃଖି: ନିରୁପମ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଯେଉଁ ନୂଆ ମୋଡ ନେଲା ତାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୁପମ। ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାପରେ ଶନିବାର ସେ କହିଛନ୍ତି ମହାରାଷ୍ଟ୍ର ରାଜନୀତିକୁ ନେଇ ସମସ୍ତେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତ ଘଟଣା ହେଲା ଏହା ମୋତେ ବହୁତ ଦୁଃଖ ଦେଇଛି। କଂଗ୍ରେସ ଅଯଥାରେ ଶିବସେନା ସହ ମେଣ୍ଟ କରିବା ପାଇଁ ଯାଇଥିବା ସେ ପ୍ରକାଶ କରିଛନ୍ତି। ଏହା କେବଳ କଂଗ୍ରେସ ପାଇଁ ଅପବାଦ ନୁହେଁ ବରଂ ଏହା କଂଗ୍ରେସର ବଡ ଭୁଲ୍‌। ସେ ଆହୁରି ମଧ୍ୟ କହିଛନ୍ତି, ମଁୁ ଏବେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରୁଛି ସେ କଂଗ୍ରେସ ଓ୍ବାର୍କି କମିଟିକୁ ବିଲୀନ କରି ଦିଅନ୍ତୁ। ସୂଚନାଯୋଗ୍ୟ, ୨ ଦିନ ପୂର୍ବରୁ କଂଗ୍ରେସ ଯେତେବେଳେ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଶିବସେନା ଓ ଏନ୍‌ସିପି ସହ ମେଣ୍ଟ କରିବାକୁ ଯାଉଥିଲା ସେତେବେଳେ ନିରୁପମ କହିଥିଲେ କଂଗ୍ରେସ ବଡ ଭୁଲ୍‌ କରୁଛି। ଯଦି ଏହା ସମ୍ଭବ ହୁଏ ତେବେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାର ଫାଇଦା ଉଠାଇବ। ଆଉ ଏବେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥରଲାଗି ଶପଥ ନେବା ପରେ ଦୁଃଖ ପ୍ରକାଶ କରିଛନ୍ତି ନିରୁପମ।


Enter your email to get our daily news in your inbox.

All Right Reserved By Dharitri.Com

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା: ଜଣେ କର୍ମଚାରୀ ପଜିଟିଭ୍‌

ନୂଆଦିଲ୍ଲୀ,୨୨।୪: କରୋନା ବିରୋଧରେ ଭାରତରେ ଲଢ଼େଇ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଜଣେ କର୍ମଚାରୀଙ୍କ ନମୁନା ପରୀକ୍ଷାରେ ସେ କରୋନା ପଜିଟିଭ୍‌ ଥିବା...

ଜେଏନ୍‌ୟୁରେ ଥମୁନି ବିବାଦ: ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.): ବିକ୍ଷୋଭରତ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଛାତ୍ରୀଛାତ୍ରଙ୍କ ବିରୋଧରେ ମଙ୍ଗଳବାର ପୋଲିସ ମାମଲା ରୁଜୁକରିଛି। ହଷ୍ଟେଲ ଫି ବୃଦ୍ଧିକୁ ନେଇ ଏମାନେ ପ୍ରତିବାଦ ସ୍ବରୂପ...

ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ନିସର୍ଗ: ଜୁନ୍‌ ୩ ସନ୍ଧ୍ୟାରୁ ମହାରାଷ୍ଟ୍ର-ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ,୧।୬: ଅମ୍ଫନ ପରେ ଏବେ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସାମୁଦ୍ରିକ ଝଡ଼ ନିସର୍ଗ ଦାନା ବାନ୍ଧୁଛି। ଧୀରେଧୀରେ ଏହା ଘନିଭୂତ ହେବାରେ ଲାଗିଛି। ଜୁନ୍‌ ୩...

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ...

ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ଉପହାର

ନୂଆଦିଲ୍ଲୀ,୧୭ ।୯: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ବିଶ୍ୱରେ ଯେତେପ୍ରକାର ଉପହାର ମିଳିଛି ତା’ର ନିଲାମି କରାଯିବ ବୋଲି କହିଛି...

୩୬୯ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ,୧୮ା୬: ଅଗ୍ନିପଥ ପ୍ରତିବାଦ ଯୋଗୁ ରେଳ ବିଭାଗ ପକ୍ଷରୁ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି। କେତେକ ରୁଟ୍‌ରେ ଟ୍ରେନ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ ଆଉ କେତେକ...

ସହରୀ ଭାରତୀୟଙ୍କୁ ଘାରିଛି ବେକାରୀ-ଦୁର୍ନୀତି-ଦରଦାମ୍‌ ବୃଦ୍ଧି-ମୁଦ୍ରାସ୍ଫୀତି ଚିନ୍ତା: ସର୍ଭେ ରିପୋର୍ଟ…

ପ୍ୟାରିସ୍‌/ନୂଆଦିଲ୍ଲୀ,୩୦।୧୦ : ସହରରେ ବାସ କରୁଥିବା ଭାରତୀୟମାନେ ବେକାରୀ, ଦୁର୍ନୀତି, ଦରଦାମ୍‌ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଫ୍ରାନ୍ସର ପ୍ୟାରିସରେ ଥିବା ଆଇପିଏସଓଏସ(ଇସସ୍ପୋସ୍‌)ର ମୁଖ୍ୟାଳୟ...

ରାହୁଲଙ୍କୁ କ୍ଷମା ମାଗିବାକୁ ପଡ଼ିବ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୨୧।୩: ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଭାରତରେ ବିବାଦ ଦେଖାଦେଇଛି। ନିଜ ମନ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ଭାଜପା ଦାବି କରୁଛି।...

Advertisement
Archives

Model This Week