ଲୋକଙ୍କ ସ୍ବାସ୍ଥ୍ୟଠାରୁ ଆର୍ଥତ୍କ ପ୍ରସଙ୍ଗ ବଡ଼ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୬: ଲୋକଙ୍କ ସ୍ବାସ୍ଥ୍ୟଠାରୁ ଆର୍ଥତ୍କ ପ୍ରସଙ୍ଗ ବଡ଼ ନୁହେଁ। ଲକ୍‌ଡାଉନ ସମୟରେ ଘୋଷଣା ହୋଇଥିବା ଲୋନ୍‌ ମୋରାଟୋରିୟମ ମାମଲା ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଗୁରୁବାର ଏହା କହିଛନ୍ତି। ମହାମାରୀ ସମୟରେ ଲୋକଙ୍କ ଋଣ ଉପରେ ସୁଧ ଛାଡ କରିବା ଲାଗି ଆର୍‌ବିଆଇ ସଫାସଫା ମନା କରି ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଋଣ ଉପରେ ସୁଧଛାଡ ହେଲେ ବ୍ୟାଙ୍କଗୁଡିକ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଉତ୍ତରରେ ନ୍ୟାୟାଳୟଙ୍କୁ କହିଛି। ବର୍ତ୍ତମାନ ଅଗଷ୍ଟ ୩୧ ଯାଏ ଲୋକଙ୍କୁ ଲୋନ୍‌ ମୋରାଟୋରିୟମ ପ୍ରଦାନ କରାଯାଇଛି। ମାମଲା ଉପରେ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଞ୍ଜୟ କିଷାନ କୌଲ, ଜଷ୍ଟିସ ଏମ୍‌.ଆର୍‌.ଶାହ ଶୁଣାଣି କରୁଛନ୍ତି। ଏହି ପ୍ରସଙ୍ଗ ଊପରେ ଅର୍ଥ ମନ୍ତ୍ରଣାଳୟର କ’ଣ ପ୍ରସ୍ତୁତି ରହିଛି ସେ ନେଇ ସର୍ବୋଚ୍ଚ ନ୍ୟାୟଳୟ ଜାଣିବାକୁ ଚାହିଁଥିଲେ। ଜୁନ ୧୨ରେ ଏହି ମାମଲା ଉପରେ ପୁଣି ଶୁଣାଣି ହେବ। ଗୋଟିଏ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଅର୍ଥ ମନ୍ତ୍ରଣାଳୟକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଗୁରୁତ୍ୱପୂର୍ଣ୍ଣ ଔଷଧର ମୂଲ୍ୟ ବଢିବ

ନୂଆଦିଲ୍ଲୀ,୧୫-୧୨: ଆଣ୍ଟି ବାୟୋଟିକ, ଆଣ୍ଟି ଆଲର୍ଜିକ, ମ୍ୟାଲେରିଆ ଏବଂ ଭିଟାମିନ ସି ଭଳି ୨୧ ଗୁରୁତ୍ୱପୂର୍ଣ୍ଣ ଔଷଧର ମୂଲ୍ୟ ବଢିବ। ଏହି ଔଷଧର ମୂଲ୍ୟ ୫୦%...

‘ବିମୁଦ୍ରୀକରଣ ପରେ ମ୍ୟୁଚୁଆଲ ଫଣ୍ଡ ନିବେଶ ବଢିଛି’

ଭୁବନେଶ୍ୱର,୧୭-୭(ବ୍ୟୁରୋ): ବିମୁଦ୍ରୀକରଣ ପରେ ଦେଶରେ ମ୍ୟୁଚୁଆଲ ଫଣ୍ଡ ନିବେଶ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସ୍‌ଆଇପି) ଦ୍ୱାରା...

ସିଏଜି ମାଗିଲେ ବ୍ୟାଙ୍କ ଅଡିଟ ରିପୋର୍ଟ

ନୂଆଦିଲ୍ଲୀ,୪।୧: ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜି ଯୋଗାଣ ଧାରା ଜାରି ରଖିଛନ୍ତି। ବ୍ୟାଙ୍କଗୁଡ଼ିକର ପରଫରମାନ୍ସ ଅଡିଟ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦେବାକୁ କମ୍ପଟ୍ରୋଲର ଆଣ୍ଡ ଅଡିଟର...

୧୮% କମିଲା ଇନ୍ଧନ ବ୍ୟବହାର

ନୂଆଦିଲ୍ଲୀ,୧୦।୪: କୋଭିଡ-୧୯ ଲାଗି ସାରା ଦେଶରେ ଇନ୍ଧନ ଚାହିଦା ମାର୍ଚ୍ଚ ମାସରେ ୧୮% ଖସିଛି। ଏହା ଗୋଟିଏ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ ଧରଣର ହ୍ରାସ...

ଅଭିବୃଦ୍ଧି ପୂର୍ବାନୁମାନ ୪.୮%କୁ ଖସାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୨୧-୧: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମ୍‌ଏଫ୍‌) ସୋମବାର ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ଭାରତର ବିକାଶ ହାର ପୂର୍ବାନୁମାନକୁ ୪.୮%କୁ ଖସାଇଛି। ଏହି ଏଜେନ୍ସି ଭାରତ...

ଜମ୍ମୁ-କଶ୍ମୀରକୁ ମିଳିବ ୧ ଲକ୍ଷ କୋଟିର ପ୍ୟାକେଜ

ନୂଆଦିଲ୍ଲୀ,୮-୮: କେନ୍ଦ୍ର ସରକାର ପାର୍ଲାମେଣ୍ଟ ଜରିଆରେ ଅନୁଚ୍ଛେଦ ୩୭୦କୁ ପ୍ରତ୍ୟାହାର କରିନେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିଛନ୍ତି। ତେବେ...

କୋଭିଡ୍‌ ଯୋଗୁ ଫ୍ୟୁଚର ଗ୍ରୁପ୍‌କୁ ୭ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: କରୋନା ମହାମାରୀ ଲକଡାଉନ ଯୋଗୁ ଘରୋଇ ବଜାରରେ ବିଭିନ୍ନ ଷ୍ଟୋର ବନ୍ଦ କରାଯାଇଥିଲା। ଲକଡାଉନର ପ୍ରାୟ ୪ ମାସରେ କଟକଣା ଯୋଗୁ ଫ୍ୟୁଚର ଗ୍ରୁପ...

ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ବିବାହରେ ଖାଦ୍ୟ ପରସୁଥିଲେ ବଲିଉଡ୍‌ର ସୁପରଷ୍ଟାର: ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କର ଏକମାତ୍ର କନ୍ୟା ଈଶା ଅମ୍ବାନୀଙ୍କ ବିବାହ ୧୨ ଡିସେମ୍ବର, ୨୦୧୮ରେ ପିରାମଲ ଇଣ୍ଡଷ୍ଟ୍ରିର ମୁଖ୍ୟ ଆନନ୍ଦ ପିରାମଲଙ୍କ ସହ...

Play 250+ Trending Games
Archives

Model This Week

Why Dharitri