Posted inଜାତୀୟ

ଲେଜର ଲାଇଟ୍‌ରେ ଦୀପାବଳି ପାଳିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୧।୧୦:ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏମିତିକି ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜଧାନୀରେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏଥିପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ କହିଛନ୍ତି। ଏଥିପାଇଁ ଦିଲ୍ଲୀର କନଟ ପ୍ଲେସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୬ ତାରିଖ ଦୀପାବଳିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏଠାରେ ଦୀପାବଳି ପାଳନ କରାଯିବ। ହେଲେ ଏଥିରେ ବାଣ ଫୁଟିବନି କି ମହମବତୀ ଜଳିବନି। କେବଳ ଲେଜର ଲାଇଟ୍‌ ମାଧ୍ୟମରେ ଏହି ଦୀପାବଳି ପାଳନ କରାଯିବ। ଏହାସହ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରକାର ଖାଦ୍ୟର ମଜା ଲୋକେ ଉଠାଇ ପାରିବେ ବୋଲି ସେ କହିଛନ୍ତି। ଏଥିରେ ଭାଗ ନେବାକୁ ସେ ସମସ୍ତଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେ ଫାରୁକ୍‌

ଜମ୍ମୁ,୧୯।୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାମିଲ...

ଗୋଟିଏ ହେଉ ସଭିଙ୍କ ମନ୍ଦିର, ପାଣି-ଶ୍ମଶାନ-ଘୋଡ଼ୀ ଚଢ଼ିବା ନେଇ ବିବାଦ ଠିକ୍‌ ନୁହେଁ: ଭାଗଓ୍ବତ…

ନାଗପୁର,୫।୧୦ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ତାଙ୍କ ଦଶହରା ଅଭିଭାଷଣରେ ସମାଜରେ ଏକତା ପାଇଁ ନିବେଦନ କରିଛନ୍ତି। ବିଶେଷକରି ଦଳିତଙ୍କ ପ୍ରତି ହେଉଥିବା ଅତ୍ୟାଚାର...

ମୋଦିଙ୍କ ସହିତ ଗୁପ୍ତବୈଠକ: ମିଳିମିଶି କାମ କରିବାକୁ ମନା କରିଥିଲେ ଶରଦ ପାଓ୍ବାର !

ନୂଆଦିଲ୍ଲୀ,୩।୧୨: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସଙ୍କଟ ଦେଖାଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଭେଟିଥିଲେ। ଏହି ଗୁପ୍ତବୈଠକରେ କେଉଁ କେଉଁ...

ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା, ଦୈନିକ ସଂକ୍ରମଣ କମିଲା…

ନୂଆଦିଲ୍ଲୀ, ୨୨।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଥିବାବେଳେ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି।...

ସତ୍ୟପାଲଙ୍କୁ ସିବିଆଇ ନୋଟିସ

ନୂଆଦିଲ୍ଲୀ,୨୧ା୪: ପୁଲଓ୍ବାମା ଆକ୍ରମଣ ସମ୍ପର୍କିତ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଏକ ଭିନ୍ନ ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ...

ରଘୁବଂଶଙ୍କୁ ଝୁରୁଛନ୍ତି ଲାଲୁ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରତାପ ସିଂଙ୍କର ରବିବାର ସକାଳେ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଅଲଇଣ୍ଡିଆ ଇନଷ୍ଟଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ସେ...

ରକ୍ତାକ୍ତ ସଂଘର୍ଷ: ୫ ମୃତ, ଅନେକ ଆହତ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଦଟିଆ ଜିଲା ରେ ପଶୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଗୁଳି ବିନିମୟ ହୋଇ...

ଏଟିଏସ୍‌କୁ ସଫଳତା ପୁଣି ଜଣେ ଆତଙ୍କବାଦୀ ଗିରଫ…

ଲକ୍ଷ୍ନୌ, ୧୪।୮ : ଉତ୍ତରପ୍ରଦେଶ ଏଟିଏସକୁ ଏକ ବଡ ସଫଳତା ମିଳିଛି। ସାହାରନପୁରରୁ ଗିରଫ ହୋଇଥିବା ନଦିମଙ୍କ ଆତଙ୍କବାଦୀ ଯୋଗାଯୋଗରେ ଥିବା ଜୈଶ-ଇ-ମହମ୍ମଦ ସହ ଜଡିତ...

Advertisement
Archives

Model This Week