ଲୁହାପଥର ବୋଝେଇ ୨ଟ୍ରକ ଜବତ: ୧୫ ହଜାର ଟଙ୍କା, ୩ ମୋବାଇଲ ସହ ୩ ଗିରଫ

ବଡବିଲ, ୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ପୋଲିସ ବୁଧବାର ସକାଳେ ଏହି ଥାନା ଅଞ୍ଚଳ ଦେଇ ଚୋରାଚାଲାଣ ହେଉଥିବା ସାଇଜ ଲୁହାପଥର ବୋଝେଇ ୨ଟି ଟ୍ରକକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ପୋଲିସ ସେମାନଙ୍କ ନିକଟରୁ ନଗଦ ୧୫ ହଜାର ୬ ଶହ ଟଙ୍କା ଓ ୩ ଟି ମୋବାଇଲ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡଖଣ୍ଡ ରାଜ୍ୟ ଦେଓଘାଟ ଅଞ୍ଚଳର ନିୟାଜ ଅନସାରୀ, ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ଜୟଦେବ ମୁଦି ଓ ସମୀର ବାରୁଇ।
ପ୍ରାପ୍ତ ସୂଚନା ଅନୁଯାୟୀ ରୁଗୁଡି ଥାନାଞ୍ଚଳ ୫୨୦ ନମ୍ବର ଜାତୀୟ ରାଜପଥ ଦେଇ ସାଇଜ ଲୁହାପଥର ଚୋରାଚାଲାଣ ହେଉଥିବା ରୁଗୁଡି ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଖବର ଅନୁଯାୟୀ ପୋଲିସ ଏକ ୧୨ ଚକିଆ ଟ୍ରକ ଓ ଏକ ୧୦ ଚକିଆ ଟ୍ରକକୁ ଅଟକାଇ ଗାଡି କାଗଜପତ୍ର ଯାଞ୍ଚ କରିବାରୁ ଟ୍ରକ ଗୁଡିକରେ ନକଲି ନମ୍ବର ପ୍ଲେଟ ଲଗାଇ ସାଇଜ ଲୁହାପଥର ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ଘଟଣାସ୍ଥଳରୁ ପୋଲିସ ମୋଟ ୫୫ ମେଟ୍ରିକ ଟନ ସାଇଜ ଲୁହାପଥର ବୋଝେଇ ଟ୍ରକ ଦ୍ୱୟକୁ ଜବତ କରିବା ସହ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ରୁଗୁଡି ଥାନା ସବଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ଏହି ଚୋରାକାରବାରର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି। ସୂଚନା ଯୋଗ୍ୟ ଯେ, ଖଣିରୁ ଲୁହାପଥର ଚୋରି ରୋକିବା ନିମନ୍ତେ ଖଣିବିଭାଗ ପକ୍ଷରୁ ଜିପିଏସ ସିଷ୍ଟମ ରହିଥିବା ଆଇ-୩-ଏମଏସ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ଜିପିଏସ ନ ଥିବା ଭାରିଯାନ ଗୁଡିକରେ ଲୋଡିଂ ନିମନ୍ତେ ଅନୁମତି ମିଳିବା କଥା ନୁହେଁ ହେଲେ ଅଧିକାଂଶ ଭାରିଯାନ ଗୁଡିକରେ ଜିପିଏସ ମେଶିନ ଲାଗିନଥିଲେ ମଧ୍ୟ ଅତି ସହଜରେ ଲୋଡିଂ ହୋଇପାରୁଛି। ଏଭଳିସ୍ଥଳେ ସରକାରଙ୍କ ଅଯଥା ଆଇ-୩-ଏମଏସ ବ୍ୟବସ୍ଥା ଲାଗୁ ଏକ ପ୍ରହସନ ଭଳି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri