ଲୁହାପଥର ଗୁଣ୍ଡରେ ହେଉଛି ରାସ୍ତା ମରାମତି : ସରକାର ହରାଉଛନ୍ତି ରାଜସ୍ବ

ଯୋଡ଼ା,୧୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ରାସ୍ତାରେ ଥିବା ଖାଲଢିପକୁ ପୋତିବା ପାଇଁ ଖଣିଜ ପଦାର୍ଥ ବ୍ୟବହାର କରାଯାଉଛି। ଯୋଡ଼ା ଖଣିମଣ୍ଡଳର ଜୁରୁଡ଼ି-ବାମେବାରୀ ରାଜ୍ୟ ରାଜପଥ ନଂ ୨ରେ ବିପୁଳ ପରିମାଣର ଲୁହାପଥରଗୁଣ୍ଡକୁ ଏକ ନିର୍ଦ୍ଦିଷ୍ଟ ଖଣିରୁ ଆଣି ରାସ୍ତା ମରାମତି କାର୍ଯ୍ୟରେ ବ୍ୟବହାର କରାଯାଉଛି। ତେଣେ ଖଣିରୁ ଗୋଟିଏ ଟ୍ରିପ ମାଟି ପରିବହନ କରିବାକୁ ହେଲେ ଖଣିବିଭାଗଠାରୁ ଅନୁମୋଦନ ନିଆଯାଇ ମାଟିର ମାନ ପରୀକ୍ଷା କରାଯାଏ। ଲୌହାଂଶର ପରିମାଣ ଅନୁଯାୟୀ ରାଜସ୍ବ ଜମା କରିବା ପରେ ହିଁ ପରିବହନ ଅନୁମୋଦନ ମିଳିଥାଏ। ହେଲେ ଏହି ରାଜରାସ୍ତା ମରାମତିରେ ବିପୁଳ ପରିମାଣର ଲୁହାପଥରଗୁଣ୍ଡ ପକାଇ ନିର୍ମାଣ କରାଯାଉଛି। ତେବେ ରାସ୍ତା ମରାମତି ଆଳରେ ଖଣିରୁ ଲୁହାପଥର ଚୋରାଚାଲାଣ କରାଯାଉଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଶତକଡ଼ା ୫୪ପ୍ରତିଶତ ଲୌହାଂଶ ଥିବା ଳୁହାପଥରଗୁଣ୍ଡ ବିଦେଶକୁ ରପ୍ତାନି କରାଯାଉଛି। ହେଲେ ରାସ୍ତା ନିର୍ମାଣରେ ଏହି ଉନ୍ନତମାନର ଲୁହାପଥରଗୁଣ୍ଡକୁ ପକାଇ ମରାମତି ହେଉଥିବାରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଛି।
ଗତ କିଛି ବର୍ଷ ପୂର୍ବେ ଏକ ଦୁର୍ଗାମଣ୍ଡପ ନିର୍ମାଣ ପାଇଁ ଏକ ଖଣିରୁ କିଛି ଲୌହମିଶ୍ରିତ ମାଟି ବିନା ଅନୁମୋଦନରେ ପରିବହନ କରାଯାଇଥିଲା। ତତ୍କାଳୀନ ଯୋଡ଼ା ଖଣି ଉପନିର୍ଦ୍ଦେଶକ ସୁଶାନ୍ତ କୁମାର ନାୟକ ଏହା ଉପରେ କଟକଣା ଲଗାଇ ଉକ୍ତ ମାଟିମିଶ୍ରିତ ଲୁହାପଥରଗୁଣ୍ଡକୁ ଜବତ କରିବା ସହିତ ପରିବହନ ହୋଇ ଆସିଥିବା ସମ୍ପୃକ୍ତ ଖଣି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେହିପରି ନିକଟ ଅତୀତରେ କିଛି ବଡ଼ ଲୁହାପଥରଖଣ୍ଡ ପରିବହନ କରାଯାଇ ଲହଣ୍ଡାସ୍ଥିତ ଓଜନ କଣ୍ଟାର ରାସ୍ତା ମରାମତି କାର୍ଯ୍ୟରେ ଲଗାଯାଇଥିଲା। ତତ୍କାଳୀନ ଖଣି ଉପନିର୍ଦ୍ଦେଶକ ଏହାକୁ ମଧ୍ୟ ବନ୍ଦ କରିବା ସହିତ ସଂପୃକ୍ତ ଖଣି ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏତେଗୁଡ଼ିଏ ଘଟଣା ଘଟିବାପରେ ମଧ୍ୟ ପୁନଃ ଏହିପରି ଅନିୟମିତତା ନଜରକୁ ଆସିଛି। ଏ ନେଇ ଯୋଡ଼ାସ୍ଥିତ ଖଣି ଉପନିର୍ଦ୍ଦେଶାଳୟର ଖଣି ଉପନିର୍ଦ୍ଦେଶକ ଏଲ.ଡି.ନାଏକଙ୍କୁ ପଚାରିବାରୁ ରୋଡ଼ ମେଣ୍ଟେନାନ୍ସ ପାଇଁ ତାହା ବ୍ୟବହାର କରାଯାଇଥିବ। ତେବେ ଏ ନେଇ କୌଣସି ଖଣି କମ୍ପାନୀକୁ ପରିବହନ ଅନୁମୋଦନ ଦିଆଯାଇ ନାହିଁ। ଏ ସମ୍ପର୍କରେ ସେ ବୁଝିକି ଜଣାଇବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍‌ ଭ୍ୟାନରେ ଚାଲାଣ ହେଉଛି ଗୋମାଂସ; ଦୁର୍ଘଟଣା ପରେ ପଦାକୁ ଆସିଲା

ଜଳେଶ୍ୱର, ୨୮ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଗୋଚାଲାଣ ଉପରେ ଅଙ୍କୁଶ ଲଗାଯିବା ପରେ ବେପାରୀମାନେ ଏବେ ଗୋମାଂସ ଚାଲାଣ ଭଳି ପନ୍ଥା ଆପଣେଇଛନ୍ତି। କୋଲକାତା...

ସଲ୍ଟ ରୋଡ୍‌ ଅବରୋଧ

ବାଲେଶ୍ୱର ଅଫିସ,୧୮।୧: ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତର ନୂତନ ରେଶନ ସାମଗ୍ରୀ ବଣ୍ଟନ ଅନୁମତି ପାଇଥିବା ଏସଏଚ୍‌ଜିକୁ ବିରୋଧ କରି ସଲ୍ଟ ରୋଡ୍‌...

ପଦାକୁ ଆସୁଛି ବ୍ରାଉନ୍‌ସୁଗାର ଡିଲରଙ୍କ କଳାସମ୍ପତ୍ତି: ରାଜାଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌ ସିଲ

ଭୁବନେଶ୍ୱର/ ବାଲେଶ୍ୱର ଅଫିସ, ୨୪।୯(ବ୍ୟୁରୋ): ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ...

ବିଲରୁ ହଳଦିଆ କଇଁଛ ଉଦ୍ଧାର

ଖଇରା, ୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ବରପଦା ଗ୍ରାମ ନିକଟସ୍ଥ ଧାନବିଲରୁ ଏକ ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରାଯାଇଛି।...

ମୌସୁମୀ ନିଷ୍କ୍ରିୟ, ଚାଷୀ ହତାଶ:୧୬,୮୪୩ ହେକ୍ଟର ଜମି ପଡ଼ିଆ

ରୂପ୍‌ସା, ୧୯।୭-ଚଳିତବର୍ଷ ବର୍ଷା ନିୟମିତ ହେଉ ନ ଥିବାରୁ ଧାନ ଅମଳ ହେବାର ସମ୍ଭାବନା କ୍ଷୀଣ ହୋଇଛି। ବର୍ଷା ଅଭାବରୁ ଚାଷୀ ହାତ ବାନ୍ଧି ବସିଛି।...

ଧରାପଡିଲେ ଚୋରଗ୍ୟାଙ୍ଗ: ୯ ଗିରଫ, ୩୯ ମୋବାଇଲ, ୩ ବାଇକ ଜବତ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଏକ ଚୋରଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୯ଜଣ ଚୋର ଅଛନ୍ତି। ସେମାନଙ୍କଠାରୁ...

ସାନିଟାଇଜ୍‌ ହେଲା ଡାକ୍ତରଖାନା

ବାହାନଗା, ୨୨ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କିଛି ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍‌ କରାଯାଇଛି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ...

ରେଲୱେ କ୍ରାଇମବ୍ରାଞ୍ଚ ଦ୍ୱାରା ଟିକେଟ ଦଲାଲ ଗିରଫ: ୩ ଲକ୍ଷ ୯୨ ହଜାର ୩୭୦ ଟଙ୍କାର ଟିକେଟ ଜବତ

ବାଲେଶ୍ୱର ଅଫିସ, ୧୭।୬-ବାଲେଶ୍ୱର ରେଳଷ୍ଟେଶନ ଟିକେଟ କାଉଣ୍ଟରରୁ ଜଣେ ଦଲାଲ ବାରମ୍ବାର ଟିକେଟ କାଟିବାକୁ ଯା’ଆସ କରୁଥିବା ଦେଖି ବାଲେଶ୍ୱର ଆରପିଏଫ୍‌ ଏବଂ ଖଡଗପୁର ରେଲୱେ...

Advertisement
Archives

Model This Week