Posted inଖେଳ

ଲିୟନଙ୍କୁ ୫ ଉଇକେଟ: ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ସିଡନୀ ଟେଷ୍ଟ

ସିଡନୀ,୫।୧(ଏଏଫ୍‌ପି)- ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼ କରିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସର ମାର୍ନସ ଲାବୁସେନଙ୍କ ଶତକ ସହାୟତାରେ ୧୫୦.୧ ଓଭରରେ ୪୫୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ସ୍ପିନର ନାଥନ ଲିୟନଙ୍କର ସଫଳ ମୁକାବିଲା କରି ନ ପାରି ୯୫.୪ ଓଭରରେ ୨୫୧ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୨୦୩ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ରବିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୬ ଓଭରରେ କୌଣସି ଉଇକେଟ ନ ହରାଇ ୪୦ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ଦୁଇ ଦିନ ବାକି ଥିବା ବେଳେ ୧୦ ଉଇକେଟ ହାତରେ ରଖି ଅଷ୍ଟ୍ରେଲିଆ ମୋଟ ଉପରେ ୨୪୩ ରନର ବୃହତ୍‌ ଅଗ୍ରଣୀ ହାସଲ କରି ମ୍ୟାଚ୍‌କୁ ନିଜର ନିୟନ୍ତ୍ରଣକୁ ଆଣିଛି। ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଓପନର ଡେଭିଡ ଓ୍ବାର୍ନର ୨୩ ଓ ଜୋ ବନର୍‌ସ ୧୬ ରନକରି ଅପରାଜିତ ରହିଛନ୍ତି। ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଅଷ୍ଟ୍ରେଲିଆ ୩-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିବ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୬୩/୦ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ୨୬ରୁ ଖେଳ ଆରମ୍ଭ କରି ୪୯ ରନ କରି ଆଉଟ ହୋଇଥିଲେ। ସେହିପରି ଅନ୍ୟତମ ଓପନର ଟମ୍‌ ବ୍ଲଣ୍ଡେଲ ୩୪ ରନରୁ ଖେଳ ଆରମ୍ଭ କରିଥିଲେ ମଧ୍ୟ ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ନ୍ୟୁଜିଲାଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଭଲ ଆରମ୍ଭ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ବଡ଼ ସ୍କୋର ହାସଲ କରି ନ ଥିଲା। ଦଳ ତରଫର ଗ୍ଲେନ୍‌ ଫିଲିପ୍ସ ସର୍ବାଧିକ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିତ ରାଭାଲ ୩୧, ଅଭିଜ୍ଞ ରସ୍‌ ଟେଲର ୨୨, କଲିନ ଡି ଗ୍ରାଣ୍ଡହୋମ ୨୦, ଉଇକେଟକିପର ବିଜେ ଓ୍ବାଟଲିଂ ୯, ମ୍ୟାଟ ହେନେରୀ ୩ ରନ କରି ଆଉଟ ହୋଇଥିବା ବେଳେ ଟୋଡ ଆସେଲେ ୨୫ ରନ କରି ଅପରାଜିତ ରହିଥିଲେ। ଓ୍ବିଲିୟମ ସମରଭିଲେ ଓ ନିଲ ଓ୍ବାଗନର ଖାତା ଖେଳିପାରି ନ ଥିଲେ। ଆଉ ୨୦ ରନ ସଂଗ୍ରହ କରିଥିଲେ ଟେଲର ନ୍ୟୁଜିଲାଣ୍ଡର ସର୍ବାଧିକ ଟେଷ୍ଟ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଥାନ୍ତେ ଓ ଷ୍ଟିଫେନ୍‌ ଫ୍ଲେମିଙ୍ଗ୍‌ (୭,୧୭୨)ଙ୍କୁ ପଛରେ ପକାଇଥାନ୍ତେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଅଭିଜ୍ଞ ସ୍ପିନର ନାଥନ ଲିୟନ ସର୍ବାଧିକ ୫ ଉଇକେଟ ଅକ୍ତିଆର କରିଛନ୍ତି। ଏଥିସହିତ ସେ କ୍ୟାରିୟରର ୩୮୫ ଟେଷ୍ଟ ଉଇକେଟ ହାସଲ କରିଛନ୍ତି। ସେହିପରି ପ୍ୟାଟ୍‌ କୁମିନ୍ସ ୩ ଓ ମିଚେଲ ଷ୍ଟାର୍କ ଗୋଟିଏ ଉଇକେଟ ହାସଲ କରିଥିଲେ।
ପୂର୍ବରୁ ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୯୬ ରନରେ ବିଜୟ ହାସଲ କରିଥିଲା। ସେହିପରି ମେଲବୋର୍ନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ ୨୪୭ ରନରେ ବିଜୟୀ ହୋଇ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୦.୧ ଓଭରରେ ୪୫୪ ଅଲଆଉଟ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ-୯୫.୪ ଓଭରରେ ୨୫୧ ଅଲଆଉଟ
(ଫିଲିପ୍ସ- ୫୨, ଲଥାମ- ୪୯, ବ୍ଲଣ୍ଡେଲ- ୩୪, ରାଭାଲ- ୩୧, ଟେଲର- ୨୨, ଆସଲେ- ୨୫*, ଗ୍ରାଣ୍ଡହୋମ- ୨୦, ଲିୟନ-୫/୬୮, କୁମିନ୍ସ- ୩/୪୪, ଷ୍ଟାର୍କ- ୧/୫୭)।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୧୬ ଓଭରରେ ୪୦/୦
(ଓ୍ବାର୍ନର- ୨୩*, ବନର୍‌ସ-୧୬*)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ବିଜୟକୁ ପୁରିଲା ୧୦ ବର୍ଷ; ଗମ୍ଭୀର କହିଲେ ‘ଆଉ ଖୁସି ହେବାର ସମୟ ନାହିଁ, ସମୟ ଆସିଛି…’

ନୂଆଦିଲ୍ଲୀ,୨।୪: ୨୦୧୧ ବିଶ୍ୱକପ୍‌ରେ ଭାରତର ବିଜୟକୁ ପୁରିଛି ଦଶ ବର୍ଷ। ଏହି ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଥିବା କ୍ରିକେଟରଙ୍କ ମଧ୍ୟରେ ଜଣେ ଥିଲେ ଗୌତମ...

ଅଶ୍ୱିନଙ୍କୁ ଛାଡ଼ିବ କିଙ୍ଗ୍ସ ଏକାଦଶ

ନୂଆଦିଲ୍ଲୀ,୪।୯(ପିଟି): ଆଇପିଏଲର ଆଗାମୀ ସଂସ୍କରଣରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ (କେଏକ୍ସଆଇପି) ଛାଡ଼ିବା ନେଇ ସ୍ପଷ୍ଟ କରିଛି। ସେ ଗତ ଦୁଇ...

କେବେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ କହିବେ ବାଏ ବାଏ; ଅଶ୍ୱିନଙ୍କ କଲେ ଖୁଲାସା

ସାଉଥମ୍ପଟନ,୨୦।୬: ଭାରତର ଭେଟେରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡବ୍ଲୁଟିସି ଫାଇନାଲ ଖେଳୁଛନ୍ତି। ଏହି ସମୟରେ ସେ ନିଜ ସନ୍ୟାସ...

ନିଲମ୍ବନ ପରେ ଗିରଫ ହେବା ଯୋଗୁ ବରବାଦ ହୋଇଯାଇଥିଲା ଏହି ଉଇକେଟକିପରଙ୍କ କ୍ୟାରିୟର, ଦାରିଦ୍ରରେ…

ନୂଆଦିଲ୍ଲୀ,୧୩।୨: ୧୭୯ ବର୍ଷ ପୂର୍ବେ ଆଜିର ଦିନରେ ଜନ୍ମ ନେଇଥିଲେ ନିଜ ସମୟର ସର୍ବଶ୍ରେଷ୍ଠ ଉଇକେଟକିପର ତଥା ଇଂଲଣ୍ଡର ଟେଡ୍‌ ପୁଲି। ତାଙ୍କର କ୍ୟାରିୟର ସହ...

ସେମିରେ ସାତ୍ୱିକ-ଅଶ୍ୱିନୀ

ବ୍ୟାଙ୍କକ୍‌,୨୨।୧: ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମିକ୍ସଡ୍‌ ଡବଲ୍ସ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛି ଭାରତର ସାତ୍ୱିସାଇରାଜ ରାଙ୍କିରେଡ୍ଡୀ ଓ...

ଜାତୀୟ ସବ୍‌ ଜୁନିଅର ଖୋଖୋ: ଓଡ଼ିଶା ବାଳିକା ଦଳ ଚାମ୍ପିୟନ, ବାଳକ ରନର୍ସଅପ୍‌

ଭୁବନେଶ୍ୱର, ୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ୩୦ତମ ଜାତୀୟ ସବ୍‌ ଜୁନିୟର ବାଳିକା ଓ ବାଳକ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ପ୍ରଥମଥର ପାଇଁ ଓଡ଼ିଶା...

ରାମଲୀଳା ମଇଦାନରେ ଧାରଣା ଦେବେ ରେସ୍‌ଲର

ମୁମ୍ବାଇ,୧୭ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୪ ଦିନରେ ପହଞ୍ଚତ୍ଛି।...

ଜାତୀୟ ସବ୍‌-ଜୁନିୟର ବ୍ୟାଡମିଣ୍ଟନ: କ୍ୱାର୍ଟରେ ଆୟୁଷ, ସେମିରେ ତାରା

ଭୁବନେଶ୍ୱର,୨୧।୧୨ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଇଷ୍ଟକୋଷ୍ଟ ରେଲଓ୍ବେ ଇନଡୋର ଷ୍ଟାଡିୟମରେ ଚାଲିଥିବା ୩୩ତମ ଜାତୀୟ ସବ- ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଏସିଆ ଜୁନିୟର ୧୫ ବର୍ଷରୁ...

Advertisement
Archives

Model This Week