ଲିଙ୍ଗରାଜ ମନ୍ଦିରକୁ ଯାଉଛି ପ୍ଲାଷ୍ଟିକ ସାମଗ୍ରୀ : ମନ୍ଦିର ପ୍ରଶାସନର ସଚେତନତା ଅଭାବ

ପୁରୁଣା ଭୁବନେଶ୍ୱର,୨୨ା୭(ଡି.ଏନ.ଏ.) : ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ଲାଷିକ, ପଲିଥିନରେ ଭୋଗ ନେବା କିମ୍ବା ଆନନ୍ଦବଜାରରେ ପ୍ରସାଦ ପାଇଁ ପଲିଥିନ ବ୍ୟବହାର ନ କରିବାକୁ କଡାକଡି କରାଯାଇଛି। ତେବେ ଠାକୁରଙ୍କ ବିଭିନ୍ନ ଯାନିଯାତ୍ରାରେ ସଚେତନତା ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ମନ୍ଦିର ପ୍ରଶାସନ, ଏଏସ୍‌ଆଇ ଅନ୍ୟ ବିଭାଗର ଉଦାସୀନତା ପାଇଁ ଏକାମ୍ରକ୍ଷେତ୍ରର ଅନେକ କୀର୍ତ୍ତିରାଜି ମୌଳିକତା ହରାଉଛି। ଶ୍ରାବଣ ମାସ ପ୍ରଥମ ସୋମବାର ଜଳ ଲାଗି ପାଇଁ ରାଜ୍ୟ ଓ ବାହାରୁ ଆସିଥିବା କାଉଡିଆମାନେ ରବିବାରଠାରୁ ବ୍ୟାରିକେଡରେ ଭିଡ଼ ଲଗାଇଛନ୍ତି। ମନ୍ଦିର ପ୍ରବେଶ ସମୟରେ ଏମାନଙ୍କୁ ଯାଞ୍ଚ କରାଯାଉ ନ ଥିବାରୁ ଅନାୟାସରେ ମନ୍ଦିର ଭିତରକୁ ପ୍ଲାଷ୍ଟିକ ପଦାର୍ଥ ଯାଉଛି। କେହି ଯଦି ଯାଞ୍ଚ କରେ ସେତେବେଳେ ଭକ୍ତ ଜଣକ ଠାକୁରଙ୍କୁ ଆଉ ଦର୍ଶନ କରି ନ ପାରି ମନ୍ଦିର ବାହାରେ କିମ୍ବା ଅନ୍ୟ ମନ୍ଦିରରେ ପାଣି ଢ଼ାଳିଥିବା ନଜିର ରହିଛି। ଅନ୍ୟପକ୍ଷେ ମନ୍ଦିର ସମ୍ମୁଖ, ବିନ୍ଦୁସାଗର ରାସ୍ତା ସବୁଠି ଦୋକାନୀମାନେ ପ୍ଲାଷ୍ଟିକ ଢାଳ ଖୋଲା ବଜାରରେ ବିକ୍ରି କରୁଛନ୍ତି। ଏମାନଙ୍କୁ ଲଗାମ ନାହିଁ। ବାହାର ଭକ୍ତ କିଣିବା ସହଜ ହୋଇଥାଏ। ତେଣୁ କଟକଣା ଅଭାବରୁ ଏହି ସମସ୍ୟା ଉପୁଜୁଛି ବୋଲି ବଲାଙ୍ଗୀରରୁ ଆସିଥିବା ଦରଖାସ୍ତ ସିହ୍ନା କହିଛନ୍ତି। ସେହିଭଳି ସୁନୀଲ ବାଗ ମଧ୍ୟ ଅନୁରୂପ କଥା କହିଛନ୍ତି। ଏଠାରେ ଆମକୁ କେହି ମନା କରୁନାହାନ୍ତି, ଦୋକାନରେ ବିକ୍ରି ଦେଖି ଆମେ ଢାଳ କିଣୁଛୁ। ମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ୪ ରାଜ୍ୟ ସଭା ଆସନ ପାଇଁ ବିଜେଡ଼ି ରବିବାର ପ୍ରାର୍ଥୀ ଘୋଷଣା କରିଛି। ସୁଲତା ଦେଓ, ମାନସ ରଞ୍ଜନ...

ରହସ୍ୟ ଘେରରେ ଦୈତ୍ୟରାଜଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତି ନିକଟ ଏକ ଖାଲ ସ୍ଥାନରୁ ଗୁରୁବାର ନାବାଳକ ଦୈତ୍ୟରାଜ ନାୟକଙ୍କ ମୃତଦେହ ମିଳିବା ଘଟଣାରେ ରହସ୍ୟ ବଢ଼ିବାରେ...

ଅସହଯୋଗରୁ ବ୍ୟାପୁଛି ସଂକ୍ରମଣ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ ନମୁନା ସଂଗ୍ରହ ଓ ପରୀକ୍ଷଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ହେଲେ ଅନେକ କ୍ଷେତ୍ରରେ...

ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ,...

ପୁଣି ଉପରମୁହାଁ କରୋନା: ଆଜି ବି କଟକ ଆଗରେ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଶନିବାର ରାଜ୍ୟରୁ ୧୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୭୧୯ରେ ପହଞ୍ଚିଥିବା ରାଜ୍ୟ...

ଚିହ୍ନଟ ହେବ ନୂଆ ଲଘୁ ଖଣିଜ ପଦାର୍ଥ ଉତ୍ସ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଲୋକସେବା ଭବନରୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର ଲଘୁ ଖଣିଜ ପଦାର୍ଥର ସମୀକ୍ଷା...

ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୨୪୩ କରୋନା ଆକ୍ରାନ୍ତ: ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ

ଭୁବନେଶ୍ୱର,୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧୮ କ୍ୱାରେଣ୍ଟାଇନ୍‌ର ଥିବା ବେଳେ ବାକି ୫୨୫ ଲୋକାଲ...

ସରିଲା ଆଦିବାସୀ ମେଳା:୪ କୋଟି ଟପିଲା ବେପାର

ଭୁବନେଶ୍ୱର, ୩।୫(ବ୍ୟୁରୋ):ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ୧୦ଦିନ ଧରି ଚାଲିଥିବା ଆଦିବାସୀ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ...

Advertisement
Archives

Model This Week