Posted inଖେଳ

ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୪୮/୪

ପର୍ଥ, ୧୨।୧୨- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ଗୁରୁବାର ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ମାର୍ନୁସ ଲାବୁସେନଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ପ୍ରଥମ ଇନିଂସରେ ୪ ଉଇକେଟ ହରାଇ ୨୪୮ ରନ ସଂଗ୍ରହ କରିଛି। ପୂରା ୯୦ ଓଭର ଖେଳ ସମ୍ଭବ ହୋଇଥିଲେ ହେଁ ନ୍ୟୁଜିଲାଣ୍ଡ ବୋଲରମାନେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧିରଖିବାରେ ସକ୍ଷମ ହେବାରୁ ସ୍କୋର ୨୫୦ ସ୍ପର୍ଶ କରି ପାରିନାହିଁ। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ଅଷ୍ଟ୍ରେଲିଆ ପ୍ରଥମ ଦିବସରେ ମାତ୍ର ୨.୭୫ ହାରରେ ରନ ସଂଗ୍ରହ କରିଛି। ଲାବୁସେନ ୧୧୦ ରନରେ ଅପରାଜିତ ରହି ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ସାଜିଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଜୋ ବନର୍‌ସଙ୍କୁ ମାତ୍ର ୯ ରନରେ ଆଉଟ କରି ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ କଲିନ ଡି ଗ୍ରାଣ୍ଡହୋମ୍‌। ନିକଟରେ ପାକିସ୍ତାନ ବିପକ୍ଷରେ ତ୍ରିଶତକ ହାସଲ କରିଥିବା ଡେଭିଡ ଓ୍ବାର୍ନର ଏଠାରେ ମଧ୍ୟ ସ୍ବାଭାବିକ ଭଙ୍ଗୀରେ ଖେଳିବା ଆରମ୍ଭ କରିଥିଲେ। ମାତ୍ର ସେ ୪୩ ରନ କରି ନେଲ ଓ୍ବାଗନରଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇ ଯାଇଥିଲେ। ୭୪ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଓ୍ବାର୍ନର ନିଜ ଇନିଂସ ମଧ୍ୟରେ ୪ ଚୌକା ମାରିଥିଲେ। ୭୫ ରନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଉଇକେଟ ହରାଇଥିଲା। ଲାବୁସେନଙ୍କ ସହିତ କ୍ରିଜରେ ଯୋଗଦେଇ ଷ୍ଟିଭ୍‌ ସ୍ମିଥ ଇନିଂସ ସମ୍ଭାଳିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ଅପେକ୍ଷାକୃତ ଧିମା ଖେଳି ନ୍ୟୁଜିଲାଣ୍ଡ ବୋଲରଙ୍କ ପରୀକ୍ଷା ନେଇଥିଲେ। ତୃତୀୟ ଉଇକେଟରେ ୧୩୨ ରନର ଭାଗୀଦାରି ହେବାପରେ ଯୋଡ଼ି ଭାଙ୍ଗିଥିଲା। ସ୍ମିଥ୍‌ଙ୍କୁ ଟିମ୍‌ ସୌଦୀଙ୍କ ହାତରେ କ୍ୟାଚ କରାଇ ନ୍ୟୁଜିଲାଣ୍ଡକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଓ୍ବାଗନର। ୪ ଚୌକା ସହ ୪୩ ରନ କରିଥିବା ସ୍ମିଥ ଏଥିପାଇଁ ୧୬୪ଟି ବଲ୍‌ ଖେଳିଥିଲେ। ଚା’ ବିରତି ପରେ ଶତକ ପୂରଣ କରିଥିଲେ ଲାବୁସେନ। ଏହାଥିଲା ତାଙ୍କ କ୍ୟାରିୟରର ୩ୟ ଟେଷ୍ଟ ଶତକ। ୧୬୬ ବଲ୍‌ ଖେଳି ୧୪ ଚୌକା ଓ ୧ ଛକା ସହାୟତାରେ ତିନିଅଙ୍କ ସ୍ପର୍ଶ କରିଥିଲେ ଏହି ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ୫ମ ବ୍ୟାଟ୍ସମ୍ୟାନଭାବେ କ୍ରିଜକୁ ଆସିଥିବା ମାଥ୍ୟୁ ଓ୍ବାଡେ କିନ୍ତୁ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ସେ ୨୬ ବଲ୍‌ରୁ ମାତ୍ର ୧୨ ରନ କରିଥିବାବେଳେ ସୌଦୀଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ଷ୍ଟମ୍ପ ପ୍ରତ୍ୟାହୃତ ହେବା ବେଳକୁ ଲାବୁସେନ ୧୧୦(୨୦୨ ବଲ) ଓ ଟ୍ରାଭିସ ହେଡ୍‌ ୨୦(୩୪ ବଲ, ୪ ଚୌକା) ରନରେ ଅପରାଜିତ ରହିଥିଲେ। ଅସମାପ୍ତ ୫ମ ଉଇକେଟରେ ଏ ଦୁହେଁ ୨୩ ରନର ଭାଗୀଦାରି ଗଢ଼ି ଦଳପାଇଁ ସମ୍ମାନଜନକ ସ୍କୋରର ସମ୍ଭାବନା ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ବାଗନର ୨ଟି ଏବଂ ସୌଦୀ ଓ ଗ୍ରାଣ୍ଡହୋମ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୪୮/୪(ଲାବୁସେନ-୧୧୦*, ସ୍ମିଥ-୪୩, ଓ୍ବାର୍ନର-୪୩, ହେଡ୍‌-୨୦*, ଓ୍ବାଗନର-୨/୫୨, ସୌଦୀ-୧/୫୩, ଗ୍ରାଣ୍ଡହୋମ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ପାକିସ୍ତାନ କ୍ରିକେଟର୍‌ଙ୍କୁ ବିବାହ କରିଥିଲେ ସାନିଆ ମିର୍ଜା

ଭାରତୀୟ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ୍‌ ମଲିକଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେତେବେଳେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା...

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ୩୬ ଘଣ୍ଟିଆ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ, ୧୮ା୯ (ପ.ଟି.)-ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳିଙ୍କ ଅନୁରୋଧ ରକ୍ଷା କରାଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରୁ...

ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ:ସେମିଫାଇନାଲରେ ଭାରତ

ହିରୋଶୀମା,୧୮।୬(ପିଟି)- ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ୍‌ ଫାଇନାଲ୍ସ ଟୁର୍ନାମେଣ୍ଟରେ ଭାରତୀୟ ଦଳ ବୃହତ୍‌ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗୁର୍‌ଜୀତ କୌରଙ୍କ...

ଇଂଲଣ୍ଡ ଦଳକୁ ଟୋପ୍‌ଲେଙ୍କ ପ୍ରତ୍ୟାବର୍ତ୍ତନ

ସାଉଥାମ୍ପଟନ, ୨୮।୭ (ପି.ଟି.)- ଦୀର୍ଘ ୪ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାମହାତୀ ପେସ୍‌ ବୋଲର ରିଷି ଟୋପ୍‌ଲେ। ଆୟର୍ଲାଣ୍ଡ ବିପକ୍ଷ...

ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ: ଭିଡ଼ିଓ କନଫରେନ୍ସିଂରେ ଉଦ୍‌ଘାଟନ କରିବେ ମୋଦି : ସୋନା ମହାପାତ୍ର, ରାମ ସମ୍ପଥ, ଟେରେନ୍ସ ମୁଖ୍ୟ ଆକର୍ଷଣ

କଟକ ଅଫିସ,୨୨ା୨- ଶନିବାର ଉଦ୍‌ଘାଟିତ ହେବ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେଆଇୟୁଜି)। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ବିଭିନ୍ନ ମ୍ୟାଚ୍‌ ଖେଳାଯିବ। ପ୍ରତିଯୋଗିତାର ସଫଳ ଆୟୋଜନ ନେଇ...

ଯୁବିଙ୍କୁ ମୋଟୁ କହିଲେ ପାକିସ୍ତାନ ବୋହୂ

ନୂଆଦିଲ୍ଲୀ,୧୬।୧୧- ଅବସରପ୍ରାପ୍ତ ଅଲରାଉଣ୍ଡ ଯୁବରାଜ ସିଂ (ଯୁବି)ଙ୍କୁ ପାକିସ୍ତାନ ବୋହୂ ତଥା ଦେଶର ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ମୋଟୁ ବୋଲି କହିଛନ୍ତି।...

ଟ୍ରେନିଂ କ୍ୟାମ୍ପ୍‌ ବେଳେ ଆଥଲେଟ୍‌ଙ୍କ ପାଇଁ କଟକଣା

ନୂଆଦିଲ୍ଲୀ, ୨୦ା୫ (ପି.ଟି.)-ଆଥଲେଟମାନଙ୍କ ଟ୍ରେନିଂ ଲାଗି ସରକାର ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ କୋଭିଡ୍‌-୧୯ ମହାମାରୀ ଯୋଗୁ...

ଏହି ଭାରତୀୟ ଖେଳାଳିଙ୍କୁ ‘ଗୋରା’ କରି ଇଂରେଜମାନେ ନିଜ ଦଳରେ ଖେଳାଇବାକୁ ଚାହୁଁଥିଲେ

ମୁମ୍ବାଇର ଏକ ଧନୀ ପରିବାରରେ ୧୨ ଅକ୍ଟୋବର ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ କ୍ରିକେଟର ବିଜୟ ମର୍ଚ୍ଚାଣ୍ଟ। ପିଲାଦିନେ ତାଙ୍କ ଘରେ ନାଁ ଦେଇଥିଲେ ବିଜୟ...

Coronavirus Update


Archives

Model This Week

Why Dharitri