ଲଦାଖ ପ୍ରସଙ୍ଗରେ ଚାଇନାର ବିରୋଧ

ବେଜିଂ/ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ନେଇ ମଙ୍ଗଳବାର ଆପତ୍ତି ଉଠାଇଛି ଚାଇନା। ଏହା ଚାଇନାର କ୍ଷେତ୍ରୀୟ ସାର୍ବଭୌମତ୍ୱକୁ ନୂ୍ୟନ କରୁଥିବାରୁ ସ୍ଥିତାବସ୍ଥା ବଜାୟ ରଖିବାକୁ ବେଜିଂ କହିଛି। ଅନ୍ୟପକ୍ଷରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ପଡ଼ୋଶୀ ଦେଶକୁ ନୂଆଦିଲ୍ଲୀ ପରାମର୍ଶ ଦେଇଛି।
ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍‌ କହିଛନ୍ତି, ଚାଇନା ଭୂଖଣ୍ଡର ପଶ୍ଚିମ ପଟ ସୀମାରେ ଭାରତ ଅଗ୍ରସର ହେବାକୁ ବେଜିଂ ସବୁବେଳେ ବିରୋଧ କରିଆସୁଛି। ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ଭାରତର ଏକପାଖିଆ ନିଷ୍ପତ୍ତି। ଏହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନ ଉତ୍ତେଜନା ହ୍ରାସ କରିବା ପାଇଁ ଉଦ୍ୟମ କରନ୍ତୁ। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଏହାର ନିନ୍ଦା କରିବା ସହ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ନ ଖେଳାଇବାକୁ କହିଛନ୍ତି। ସେହିପରି ଏହି ପ୍ରସଙ୍ଗରେ ଆମେରିକା, ବ୍ରିଟେନ, ୟୁଏଇ ଏବଂ ଶ୍ରୀଲଙ୍କା ସମେତ ଅନେକ ରାଷ୍ଟ୍ର ଭାରତ ସପକ୍ଷରେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri