ଲଜିଷ୍ଟିକ୍ସ ଲାଗି ସ୍ବତନ୍ତ୍ର ବିଭାଗ ଗଠନ ପ୍ରସ୍ତାବ

ନୂଆଦିଲ୍ଲୀ,୨୯-୫: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହେବାକୁ ଯାଉଥିବା ବେଳେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ବ୍ୟବସାୟ ସୁବିଧା ଏବଂ ମାଲ୍‌ ପରିବହନ(ଲଜିଷ୍ଟିକ୍ସ) ଲାଗି ଏକ ସ୍ବତନ୍ତ୍ର ବିଭାଗ ଗଠନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ବିଭିନ୍ନ ସରକାରୀ ଏଜେନ୍ସି ମଧ୍ୟରେ ସମନ୍ବୟ ରକ୍ଷା କରାଯାଇପାରିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ମାଲ୍‌ ପରିବହନ(ଲଜିଷ୍ଟିକ୍ସ) ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ଭାବେ କୌଣସି ବିଭାଗ ନାହିଁ। ଫଳରେ ସମୁଦ୍ର, ସଡ଼କ ଏବଂ ରେଲଓ୍ବେ ଦ୍ୱାରା ଭିନ୍ନ ଭିନ୍ନ ମାର୍ଗରେ ହେଉଥିବା ଆମଦାନୀ-ରପ୍ତାନି ଉପରେ ନଜର ରଖାଯାଇପାରୁନି। ସେ କହିଛନ୍ତି ଯେ, ବର୍ତ୍ତମାନ ଲଜିଷ୍ଟିକ୍ସ ବିଭାଗ ବାଣିଜ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଛି ଏବଂ ସ୍ବତନ୍ତ୍ର ସଚିବ ସ୍ତରର ଅଧିକାରୀ ଏହାର ମୁଖ୍ୟ ହୋଇଥାନ୍ତି। ସୂଚନାଥାଉ କି, ମାଲ୍‌ ପରିବହନକୁ ସୁନିଶ୍ଚିତ କରିବା, ସମୟ ବଞ୍ଚାଇବାରେ ସହାୟତା କରିବା, ରପ୍ତାନିକାରୀ ଏବଂ ଘରୋଇ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇବାରେ ଲଜିଷ୍ଟିକ୍ସ ସହଯୋଗ କରିଥାଏ। ଚଳିତବର୍ଷ ଜାନୁୟାରୀରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ମଧ୍ୟ ମାଲ୍‌ ପରିବହନ ଲାଗି ଏକ ସ୍ବତନ୍ତ୍ର ବିଭାଗ ଗଠନ ସପକ୍ଷରେ ସୁପାରିସ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ଦ୍ୱିତୀୟ ବୃହତ୍‌ ଅଭିବୃଦ୍ଧିଶୀଳ ରିଟେଲର

ନୂଆଦିଲ୍ଲୀ: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅଭିବୃଦ୍ଧିଶୀଳ ରିଟେଲର ଭାବେ ବିବେଚିତ ହୋଇଛି। ଡେଲଏଟ ପକ୍ଷରୁ ପ୍ରକାଶିତ ଏହି...

ଲକ୍‌ଡାଉନ ଘୁଞ୍ଚିଲେ ଗରିବଙ୍କ ସଙ୍କଟ ବଢ଼ିଯିବ:ଡି. ସୁବାରାଓ

ନୂଆଦିଲ୍ଲୀ,୨୮।୪: କରୋନା ରୋକିବାକୁ ଏବେ ଲକ୍‌ଡାଉନ ଭଳି ପଦକ୍ଷେପ ନିଆଯାଇଛି। ସରକାର ଲକ୍‌ଡାଉନକୁ ମେ ମାସ ୩ ଯାଏ ଘୁଞ୍ଚାଇଛନ୍ତି। ବର୍ତ୍ତମାନ ଗରିବଙ୍କ ଜୀବନ ଜୀବିକା...

ବକ୍ସାଇଟ ଆମଦାନୀ ବିଲ୍‌ ଯୋଗାଣ ଚେନ୍‌ରେ ବିନିଯୋଗ ହେଉ

ନୂଆଦିଲ୍ଲୀ: ଆଲୁମିନିୟମ୍‌ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ବକ୍ସାଇଟ୍‌ ଆମଦାନୀ ଯୋଗୁ ଭାରତ ବୃହତ୍ତ ପରିମାଣର ବିଦେଶୀ ମୁଦ୍ରା କ୍ଷତି ସହୁଛି। ୨୦୨୧ ଆର୍ଥିକ...

ବ୍ରହ୍ମପୁରରେ ଷ୍ଟୋର ଖୋଲିବ ଅରୁନ୍ଧତୀ

ଭୁବନେଶ୍ୱର,୨୧।୯ ରାଜ୍ୟର ଏକ ପ୍ରତିଷ୍ଠିତ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ୪ର୍ଥ ବାର୍ଷିକ ଉସତ୍ବ ନିରାଡମ୍ବର ସହକାରେ ପାଳନ କରାଯାଇଛି। ଏହି ଅବସରରେ ଅରୁନ୍ଧତୀ...

ମୋବାଇଲ୍‌ ଟାରିଫ ବୃଦ୍ଧିର ଆବଶ୍ୟକତା ରହିଛି: ସୁନୀଲ ମିତ୍ତଲ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶ ମଧ୍ୟରେ ଲାଗୁ ହେଉଥିବା ମୋବାଇଲ୍‌ ଟାରିଫ ଯୁକ୍ତିଯୁକ୍ତ ନୁହେଁ ବୋଲି ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ ରବିବାର କହିଛନ୍ତି।...

୬ ମାସରେ ୧୦ ହଜାର ଷ୍ଟାର୍ଟ ଅପ୍‌

ନୂଆଦିଲ୍ଲୀ,୨୯।୧୨:  ଭାରତର ଟେକ୍ନୋଲୋଜି ଏବଂ ନବସୃଜନ କ୍ଷେତ୍ରରେ ଦେଶର କ୍ଷମତାକୁ ଚିହ୍ନଟ କରିବା ପାଇଁ ଗତ ୬ ମାସ ମଧ୍ୟରେ ପ୍ରାୟ ୧୦,୦୦୦ ଷ୍ଟାର୍ଟ ଅପ୍‌ ଆସିଥିଲା...

ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ଲାଗି ୯୦ ହଜାର କୋଟି

ନୂଆଦିଲ୍ଲୀ,୧୪।୫: ସରକାର କ୍ଷତିରେ ଚାଲୁଥିବା ଦେଶର ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଲାଗି ୯୦ ହଜାର କୋଟି ଟଙ୍କାର ନଗଦ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି। ସରକାରଙ୍କ...

ଟ୍ରେନ୍‌ରେ ମିଳିବ ଫ୍ରି ହ୍ୟାଣ୍ଡ ସାନିଟାଇଜର

ଭୁବନେଶ୍ୱର,୧୬।୭: ମୁମ୍ବାଇରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକରେ ଯାତ୍ରୀଙ୍କୁ କରୋନା ଭାଇରସ୍‌ ସହ ଲଢିବାର ଏକ ସାଧନ ଉପଲବ୍ଧ ହେବ। ଏହି ଜୋନରେ ଟ୍ରେନ୍‌ଗୁଡିକରେ ଯାତ୍ରୀଙ୍କ ଲାଗି ଫ୍ରି...

Advertisement
Archives

Model This Week