ଲଙ୍କାଗଡରେ ମାଓବାଦୀ ପୋଷ୍ଟର: ପୋଲିସ ଇନ୍‌ଫର୍ମରଙ୍କୁ ଚେତାବନୀ

ବାଲିଗୁଡା,୧୭ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଲଙ୍କାଗଡ଼ ପଞ୍ଚାୟତର ବିଭିନ୍ନ ଗଁାରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ମାଓବାଦୀ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ଲଗାାଯାଇଥିବା ଉଲ୍ଲେଖ ରହିଛି। ଏନେଇ ଅଞ୍ଚଳରେ ଏବେ କୋକୁଆ ଭୟ। ପୋଷ୍ଟର ମାଧ୍ୟମରେ ପୋଲିସ ଇନ୍‌ଫର୍ମରମାନଙ୍କୁ ଚେତାବନୀ ଦିଆଯାଇଛି। ୨୦୧୫ରୁ ଅନିଲ ମାଝୀ ଗଁାଗଁାରେ ସୋଲାର ପ୍ଲେଟ ବାଣ୍ଟିବା ନାମରେ ପୋଲିସ ସହ ସମ୍ପର୍କ ରଖି ମାଓବାଦୀଙ୍କ ଗତିବିଧି ବିଷୟରେ ସୂଚନା ଦେଇ ଆସୁଥିଲେ। ଅନିଲ ଧନେଶ୍ୱର ଓ ଅଜିତ୍‌କୁ ଏହି କାମରେ ସାମିଲ କରିଥିଲେ। ଏହି ୩ ଜଣଙ୍କୁ ଗାଇଡ କରିବାପାଇଁ ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚାୟତ ବରଙ୍ଗିଲି ଗ୍ରାମର ଜୟଚନ୍ଦ୍ର ପାତ୍ର, ବସନ୍ତ ପାତ୍ର ଓ ହେମନ୍ତ ପାତ୍ର ଦାୟିତ୍ୱ ନେଇଥିଲେ। ଅନିଲ, ଧନେଶ୍ୱର ଓ ଅଜିତ ବିଭିନ୍ନ କାମ ବାହାନାରେ ଜଙ୍ଗଲରେ ବୁଲି ଖବର ସଂଗ୍ରହ କରୁଥିଲେ। ୨୦୦୮ ଜୁଲାଇ ୮ରେ ଖବରପାଇ ଆମ ବିଷୟରେ ଅନିଲ ଓ ଧନେଶ୍ୱର ତୁମୁଡିବନ୍ଧ ପୋଲିସକୁ ଦେଇଥିଲେ। ପୋଲିସ ଗୁମୁଡୁମାହା ରାସ୍ତାରେ ଆମ୍ବୁସ ଲଗାଇ ଜଗିଥିଲା। ହେଲେ ବାଲିଗୁଡାରୁ ଏନ୍‌ଆର୍‌ଇଜିଏସ ଟଙ୍କା ଉଠାଇ ଫେରୁଥିବା ୫ଜଣ ନିରିହ ଲୋକଙ୍କୁ ମାଓବାଦୀ ଭାବି ହତ୍ୟା କରାଯାଇଥିଲା। ଘଟଣା ଜାଣିବାପରେ ଆମେ ଧନେଶ୍ବରକୁ ପଚାରିବାରୁ ସେ ସବୁ ବିଷୟ କହିଥିଲା। ଏହାପରେ ଜାନୁଆରୀ ୨୮ରେ ଅନିଲକୁ ଘରୁ ଉଠାଇଆଣି ପଚାରିବାରୁ ସେ ସବୁ ମାନିଥିଲା। ପରେ ପିଏଲଜିଏ ଅନିଲକୁ ମୃତ୍ୟୁଦଣ୍ଡ ଦେଇଥିଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ମାଓବାଦୀ ସଙ୍ଗଠନ ବିରୁଦ୍ଧରେ ଯାଆନ୍ତୁ ନାହିଁ, ଅନିଲ ମାଝୀ ନେଟୱର୍କରେ ଥିବା ସମସ୍ତେ ଆମ ପାଖରେ ଆତ୍ମସମର୍ପଣ କଲେ ଛାଡି ଦିଆଯିବ ନଚେତ୍‌ କଠୋର ଦଣ୍ଡମିଳିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଶେଷରେ ବିପ୍ଲବୀ ଅଭିନନ୍ଦନ ସହ ରାହୁଲ ଏରିଆ କମିଟି, ସିପିଆଇ ମାଓବାଦୀ, କେକେବିଏନ ଡିଭିଜନ ପୋଷ୍ଟରରେ ଲେଖାଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଆଗତ ହେଲା ବଜେଟ: ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ…

ଭୁବନେଶ୍ୱର,୩୦।୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବୁଧବାର କାମଚଳା ବଜେଟ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ୪ମାସ ପାଇଁ କାମଚଳା ବଜେଟ...

ବାହାନଗା ଟ୍ରେନ ଦୁର୍ଘଟଣା: ଷ୍ଟେଶନମାଷ୍ଟରଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା/ବାଲେଶ୍ୱର ଅଫିସ,(ଡି.ଏନ.ଏ.)/ଭୁବନେଶ୍ୱର, ୧୨ା୬ (ବ୍ୟୁରୋ): ଟ୍ରେନ ଦୁର୍ଘଟଣାର ୧୦ଦିନ ପରେ ରବିବାର ବାହାନଗା ଷ୍ଟେଶନମାଷ୍ଟରଙ୍କ ସମେତ ଆସିଷ୍ଟାଣ୍ଟ ଷ୍ଟେଶନମାଷ୍ଟର ଓ ଟେକ୍ନିସିଆନଙ୍କୁ ଉଠାଇ ନେଇଛି ସିବିଆଇ।...

ଭୁଲ୍‌ କରି ପୋଲିସ ନିନ୍ଦିତ

ଭୁବନେଶ୍ୱର, ୨୯ା୭: ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ରୋକିବା ପୋଲିସର କାର୍ଯ୍ୟ। ହେଲେ ଅଧିକାଂଶ କ୍ଷେତ୍ରରେ ପୋଲିସ ଏସବୁ କାର୍ଯ୍ୟ ଠିକ୍‌ ଭାବେ କରୁ...

ଶ୍ରୀମନ୍ଦିରର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ : ଇଣ୍ଟରନେଟ୍‌ରେ ମହାପ୍ରଭୁଙ୍କ କଥା

ପୁରୀ ଅଫିସ,୩ା୭: ମହାପ୍ରଭୁଙ୍କ ସମ୍ପର୍କରେ ଏଣିକି ଟିକିନିକି କଥା ସହଜରେ ଜାଣି ହେବ। ମାଉସ୍‌ କ୍ଲିକ କରିବା ମାତ୍ରେ ବାହାରିବ ସବୁକିଛି ତଥ୍ୟ। ଏଥିପାଇଁ ମଙ୍ଗଳବାର...

୨୨ରୁ ‘ମିଡ୍‌ଟର୍ମ ଏଣ୍ଡ୍‌କନ୍‌ ୨୦୨୧’

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ଡାକ୍ତରୀ ବିଦ୍ୟାରେ ବିପ୍ଳବ ପାଇଁ ପ୍ରଥମଥର ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ସମ୍ମିଳନୀ। ଏଣ୍ଡୋସ୍କୋପି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଚାର...

୨ ଡାକ୍ତର, ଜଣେ ଫାର୍ମାସିଷ୍ଟ କରୋନା ଆକ୍ରାନ୍ତ

ପୁରୁଷୋତ୍ତମପୁର,୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୨ ଡାକ୍ତର ଏବଂ ଜଣେ ଫାର୍ମାସିଷ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତ...

ଅଟୋ, ଟ୍ରକ୍‌ ଚାଳକଙ୍କ ପରିବାରରେ ଭାଳେଣି

ଭୁବନେଶ୍ୱର,୨।୪ (ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ବିଶେଷକରି ନିମ୍ନ ଓ ମଧ୍ୟବିତ୍ତଙ୍କ ପାଇଁ କାଳ ହୋଇଛି। ଗାଡିମୋଟର ଚଳାଚଳ...

ଆଜି ରାଜ୍ୟରୁ ୫୮ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ରାଜ୍ୟରୁ ୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୦୪୨ରେ ପହଞ୍ଚିଥିବା ରାଜ୍ୟ...

Advertisement
Archives

Model This Week