ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତାରେ ଲହଡ଼ି ମାରୁଛି ବର୍ଷାଜଳ, ଘରେ ପଶିଲା ନର୍ଦ୍ଦମା ପାଣି

ବ୍ରହ୍ମପୁର ଅଫିସ, ୫।୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି। ଭୋରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୋପାଳପୁର ପାଣିପାଗ କେନ୍ଦ୍ର ଇନ୍‌ଚାର୍ଜ ଉମାଶଙ୍କର ସାହୁଙ୍କ ସୂଚନା ଅନୁଯାୟୀ, ଗୁରୁବାର ସକାଳ ୮.୩୦ ସୁଦ୍ଧା ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ୧୦୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସେ ସୂଚାଇଛନ୍ତି ।

ଅପରପକ୍ଷେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର ମହାନଗର। ସହରର ୨ନଂ ୱାର୍ଡ ଲକ୍ଷ୍ମୀ ନୃସିଂହ ସାହିରେ ପ୍ରାୟ ୨ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚତାର ବର୍ଷାଜଳ ଜମି ରହିବା ସହ ଘର ମଧ୍ୟରେ ନର୍ଦ୍ଦମାମିଶା ବର୍ଷା ଜଳ ପଶିଛି । ସେହିପରି କେସି ଟାଉନ ହାଇସ୍କୁଲ ଭିତରେ ନର୍ଦ୍ଦମା ଜଳ ପଶିବା ଫଳରେ ସ୍କୁଲରେ ପାଠପଢା ବ୍ୟାହତ ହୋଇଛି । ଗଜପତି ନଗର, ଅନନ୍ତ ନଗର ୫ମ ଗଳି, ରେଡ଼ିଓ ଷ୍ଟେସନ ବ୍ୟାଙ୍କ କଲୋନୀ, ଆସ୍କାରୋଡ ପ୍ରମୁଖ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ନର୍ଦ୍ଦମା ମିଶା ବର୍ଷା ଜଳ ଜମିରହିବା ଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି । ତେବେ ଡ୍ରେନେଜ୍‌ ସଫେଇ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସିି) ପକ୍ଷରୁ ସ୍ବତନ୍ତ୍ର ୧୫ ଜଣିଆ ଟିମ୍‌ ଗଠନ କରାଯାଇଛି । ବର୍ଷାଜଳ ନିଷ୍କାସନ ପାଇଁ ୬ ଜଣିଆ ଟିମ୍‌ ସହ ଜେସିବି ଓ ହିଟାଚିକୁ କାର୍ଯ୍ୟରେ ଲଗାଯାଇଥିବା ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରାମ୍ୟାନ ମାନସ ହତ୍ୟାମାମଲା: ପୂର୍ବତନ ପ୍ରଶାସନିକ ଅଧିକାରୀ ଗିରଫ

ଚାନ୍ଦବାଲି,୨୧।୩(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି। ସୋମବାର ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅବସର ପ୍ରାପ୍ତ...

ଟ୍ରେନ୍‌ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ

ଯୋଡ଼ା/କେନ୍ଦୁଝର,୧୯ା୫(ଡି.ଏନ.ଏ/ସ୍ବ.ପ୍ର.): ଟ୍ରେନ ଧକ୍କାରେ ୩ ହାତୀଙ୍କ ଜୀବନ ଯାଇଛି। ଗୁରୁବାର ସନ୍ଧ୍ୟାରେ କେନ୍ଦୁଝର ଜିଲା ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।...

ଅଙ୍ଗନଓ୍ବାଡି ପିଲାଙ୍କୁ ପୋକ ସାଲୁବାଲୁ ଛତୁଆ

କେନ୍ଦ୍ରାପଡ଼ା,୨୦ା୭(ଜଗନ୍ନାଥ ଧଳ)ସମନ୍ବିତ ଶିଶୁ ବିକାଶ ଯୋଜନାରେ ସରକାରଙ୍କ ତରଫରୁ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍ବାସ୍ଥ୍ୟ ଗଠନରେ ସହାୟକ ହେବା ନିମନ୍ତେ ପୁଷ୍ଟିକର...

ଆଇସିୟୁ, ଡାକ୍ତର ନିଯୁକ୍ତି ପାଇଁ ପ୍ରତିଶ୍ରୁତି

ରାଉରକେଲା ଅଫିସ,୧୯।୫: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍‌ ଗୁରୁବାର ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍‌)କୁ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା...

ଶହୀଦ ଡାକ୍ତରଙ୍କୁ ସଲାମ

ନିଜ ଦେଶର ମଙ୍ଗଳ ପାଇଁ ଯେ ଜୀବନ ଦିଏ ତାହାଙ୍କୁ ଶହୀଦ୍‌ କୁହାଯାଏ। ଜଣେ ନିଜର ବିଚାରଧାରା ପାଇଁ କୌଣସି ବିରୋଧୀ କିମ୍ବା ଶତ୍ରୁ ଦ୍ୱାରା...

ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି: ସହରୀ ଭୋଟରଙ୍କ ଉପରେ ନଜର, ନିଯୁକ୍ତ ହେବେ ୱାର୍ଡ ଅଫିସର

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ଥିବା ପ୍ରାୟ ସମସ୍ତ ମହାନଗର ନିଗମ, ପୌରପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ(ଏନ୍‌ଏସି) କାର୍ଯ୍ୟକାଳ ସମାପ୍ତ ହୋଇଛି। କୌଣସି ପୌର ପ୍ରଶାସନରେ ନିର୍ବାଚିତ ପ୍ରତିନିଧି...

ରାଜ୍ୟ ସଭା ନିର୍ବାଚନ: ୩ଟା ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନର ନାମାଙ୍କନ ପତ୍ର ପ୍ରତ୍ୟାହାରର ଶୁକ୍ରବାର ଶେଷ ଦିନ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀ ନାମାଙ୍କନ ପତ୍ର...

ମେଡିକାଲ ଗଳି କ୍ଲିନିକରେ ରହୁନି ସାମାଜିକ ଦୂରତା

ଗଞ୍ଜାମ,୧୪।୩ (ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ପୁଣି ବଢ଼ିଲାଣି। ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା କଡାକଡି ହୋଇଛି। ମାକ୍ସ ପିନ୍ଧିବା, ସାମାଜିକ ଦୂରତା...

Advertisement
Archives

Model This Week