ଲଗାତର ୩ ମାସ ଲାଗି କମିଲା ଶକ୍ତି ଚାହିଦା

ନୂଆଦିଲ୍ଲୀ,୧୧-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଜଟିଳ ହେଉଥିବା ଜଣାପଡିଛି। ଲଗାତର ଭାବେ ୩ ମାସ ଲାଗି ଦେଶର ଶକ୍ତି ଚାହିଦା ହ୍ରାସ ଘଟିିଛି। ଶକ୍ତି ବିତରଣ କରୁଥିବା କମ୍ପାନୀଙ୍କଠାରୁ କ୍ରୟ ଚାହିଦା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଟୋବରରେ ୧୩.୨%କୁ ହ୍ରାସ ଘଟିଥିବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି ଦେଇଥିବା ସୂଚନାରୁ ଏହା ସାମ୍ନାକୁ ଆସିଛି। ଗତ ୨ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ଚଳିତ ବର୍ଷ ଅଗଷ୍ଟରେ ଶକ୍ତି ଚାହିଦା ହ୍ରାସ ଘଟିଛି। କେବଳ ଏହି କ୍ଷେତ୍ର ନୁହେଁ ଅଟୋମୋବାଇଲ ,ରିୟଲ ଇଷ୍ଟେଟ ଏବଂ ଖାଉଟି ସାମଗ୍ରୀ ଭଳି ଅନ୍ୟ କ୍ଷେତ୍ରରେ ଏବେ ମାନ୍ଦାବସ୍ଥା ଦେଖାଯାଇଛି। ଦେଶର ଅଟୋମୋବାଇଲ ହବ୍‌ କୁହାଯାଉଥିବା ତାମିଲନାଡୁ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ସମେତ ବୟନ ଓ ରସାୟନ ଶିଳ୍ପର ପ୍ରମୁଖ ମାନୁଫାକଚରିଂ କେନ୍ଦ୍ର ଭାବେ ପରିଗଣିତ ଗୁଜରାଟରେ ଶକ୍ତି ଚାହିଦା କମ୍‌ ହୋଇଛି। ଶିଳ୍ପ କ୍ଷେତ୍ରର କାର୍ଯ୍ୟକଳାପ କମିବାରୁ ଏଭଳି ସ୍ଥିତି ଉପୁଜିଥିବା ଡେଲଏଟ ଟଚ୍‌ ତୋମାସ୍ତୁର ପାର୍ଟନର ଦେବାଶିଷ ମିଶ୍ର କହିଛନ୍ତି। ସେହିଭଳି ମୌସୁମୀ ଯୋଗୁ ଜଳସେଚନ କ୍ଷେତ୍ରର ଶକ୍ତି ଚାହିଦା କମିଛି। ନିକଟରେ ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ଭାରତର କ୍ରେଡିଟ ରେଟିଂ ଆଉଟଲୁକକୁ ନେଗେଟିଭ ଦଶର୍ର୍ାଇଛି। ଅର୍ଥନୈତିକ ମାନ୍ଦାବସ୍ଥା, ସରକାରଙ୍କ ଋଣ ବୃଦ୍ଧି, ଋଣ ଯୋଗାଣରେ ମାନ୍ଦାବସ୍ଥା ଯୋଗୁ ମୁଡିସ୍‌ ଏଭଳି ରେଟିଂ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୨ଟି ପ୍ଲେନ କ୍ରାଶ, ଉଡୁଥିବା ବେଳେ ହଠାତ୍ ଜଙ୍ଗଲରେ ଖସି ପଡ଼ିଲା

ମସ୍କୋ,୧୬।୬: ଆମେରିକା ପରେ ଏବେ ଏକ ରୁଷିଆର Tu-22M3 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । Tu-22M3 ବିମାନଟି…

‘ରାହୁଲ ଗାନ୍ଧୀ ନିଜେ ଏକ ବଡ଼ ପରିହାସ’: କଂଗ୍ରେସକୁ ଟାର୍ଗେଟ କଲା DMK,ଦଳ ଉପରେ ଲଗାଇଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୬।୬: ଦେଶବ୍ୟାପୀ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ, ବିରୋଧୀ ମେଣ୍ଟ (ଇଣ୍ଡିଆ ବ୍ଲକ) ଭିତରେ ଫାଟ ଏବେ ଖୋଲାଖୋଲି ଭାବରେ ଦେଖାଦେଇଛି। ତାମିଲନାଡୁରେ କ୍ଷମତା ହାସଲ କରୁଥିବା…

ପାଉଁଶ ବୋଝେଇ ହାଇୱାକୁ ପିଟିଲା ବାଇକ୍, ଡ଼ାକ୍ତରଖାନା ନେବା ବେଳେ ଅଧାବାଟରେ ମୃତ୍ୟୁ

ଲାଞ୍ଜିଗଡ,୧୬।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ହାଇୱା ସହିତ ବାଇକ ଧକ୍କା ହୋଇଛି । ଚିକିତ୍ସାଧୀନ…

ଆମେରିକା-ଇରାନ ଶାନ୍ତି ଚୁକ୍ତିରେ ପୁଣି ନୂଆ ପେଞ୍ଚ; ଟ୍ରମ୍ପ ୩୦୦ ବିଲିୟନ ଡଲାର ପ୍ରଦାନ ଦାବିକୁ କହିଲେଣି…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଏହି ଶାନ୍ତି ଚୁକ୍ତିନାମା ଅନୁଯାୟୀ, ଆମେରିକା ଇରାନକୁ ୩୦୦ ବିଲିୟନ ଡଲାର ସହାୟତା…

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

ହ୍ବାଇଟ ହାଉସରେ ଇତିହାସର ସବୁଠାରୁ ମହଙ୍ଗା UFC ଶୋ; ରାଷ୍ଟ୍ରପତି ଟ୍ରମ୍ପ ଅନନ୍ୟ ଶୈଳୀରେ ପାଳନ କଲେ ୮୦ତମ ଜନ୍ମଦିନ, ଖର୍ଚ୍ଚ ଜାଣିଲେ…

ଓ୍ବାଶିଂଟନ,୧୬।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୮୦ତମ ଜନ୍ମଦିନକୁ ପ୍ରକୃତରେ ଅନନ୍ୟ ଏବଂ ସ୍ମରଣୀୟ ଢଙ୍ଗରେ ପାଳନ କରିଥିଲେ। ଏହି ବିଶେଷ ଅବସର ପାଇଁ, ହ୍ବାଇଟ…

ବିଏମ୍‌ସିରେ ବଢୁଛି କୁକୁର କାମୁଡ଼ା, ୨ ମାସରେ….

ଭୁବନେଶ୍ୱର,୧୫।୬ (ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri