ଲକ୍‌ଡାଉନ ସଙ୍କଟ: ବାଇକ୍‌ରେ ଶାଶୁଘର ଗଲେ କନ୍ୟା

ଲକ୍ଷ୍ନୌ,୬।୫: କରୋନା ମହାସଙ୍କଟ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ବିବାହ, ପାର୍ଟି, ଧାର୍ମିକ ସଭା ଆଦି କାର୍ଯ୍ୟକ୍ରମ ଉପରେ ସରକାର ରୋକୋ ଲଗାଯାଇଛନ୍ତି। କେତେକ ସ୍ଥାନରେ ବରକନ୍ୟା ଭିଡିଓ କନ୍‌ଫରେନ୍ସିଂ ବିବାହ କରୁଥିବା ବେଳେ ଆଉ କେତେକ ବିବାହ ତାରିଖକୁ ସ୍ଥଗିତ କରିଦେଇଥିବା ନଜିର ରହିଛି। ଇତିମଧ୍ୟରେ ମଧ୍ୟପ୍ରଦେଶରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଲକ୍‌ଡାଉନରେ ବିବାହ ପାଇଁ ବର ନିଜେ ବାଇକ୍‌ରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ କନ୍ୟାଙ୍କୁ ଘର ଆଣିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଅଜନର ଥାନା ନିକଟସ୍ଥ ଅଶୋକ ନଗର ଗାଁର ଇନ୍ଦଲ ରେକଓ୍ବାରଙ୍କ ବିବାହ ମଧ୍ୟପ୍ରଦେଶ ଟିକମଗଢ଼ ଜିଲାର ଦେବରହା ଗାଁର ଜଣେ ଯୁବତୀଙ୍କ ସହ ଠିକ୍‌ ହୋଇଥିଲା।

ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କ ବିବାହ ଯୋଗ ନ ଥିବାରୁ ଏହି ଲକ୍‌ଡାଉନ ଭିତରେ ନିରାଡ଼ମ୍ବରରେ ବିବାହ କରିବାକୁ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବର ଇନ୍ଦଲ ବିନା ବ୍ୟାଣ୍ଡବାଜା ଓ ବରଯାତ୍ରୀରେ ନିଜ ୨ଭାଇ ଓ ବାପାଙ୍କ ସହ ବିବାହ କରିବାକୁ ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶକୁ ବାଇକ୍‌ରେ ଯାଇଥିଲେ। ଗୋଟିଏ ଦିନ ପୂର୍ବରୁ ସେମାନେ ଉତ୍ତରପ୍ରଦେଶରୁ ବାଇକ୍‌ରେ ବାହାରିଥିଲେ। ମଧ୍ୟପ୍ରଦେଶର ଦେବରାହା ଗାଁରେ ପହଞ୍ଚି ବିବାହର ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ କରିବା ପରେ ଇନ୍ଦଲ କନ୍ୟାଙ୍କୁ ଧରି ବାଇକ୍‌ରେ ବିଦା ହୋଇଥିଲେ।

ଠିକ୍‌ ସେହି ସମୟରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ବର୍ଡରରେ ଥିବା ଗରୋଲି ଆଉଟପୋଷ୍ଟ ପୋଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଇନ୍ଦଲ ସମସ୍ତ କଥା କହିବା ପରେ ପୋଲିସ ନବବିବାହିତାଙ୍କୁ ଶୁଭକାମନା ଜଣାଇ ଘରକୁ ଯିବାକୁ ଦେଇଥିଲେ। ତେବେ ଲକ୍‌ଡାଉନର ସମସ୍ତ ନିୟମ ମାନିବା ସହ ନିଆରା ଢ଼ଙ୍ଗରେ ବିବାହ କରିଥିବାରୁ ଇନ୍ଦଲଙ୍କୁ ସମସ୍ତ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ଫନ ପ୍ରସ୍ତୁତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ମେ ୨୦ରେ ଅପରାହ୍ନରୁ...

ସଂକ୍ରମଣର ଭୟ ଥିବାରୁ ନିର୍ମାଣ ହେଉଛି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ: ଏବେସୁଦ୍ଧା ୨୪ଟି କାର୍ଯ୍ୟକ୍ଷମ, ୧୧ଟିର ନିର୍ମାଣ ଚାଲିଛି

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ତଥା ଜିଲା ସ୍ତରରେ ୩୫ଟି କୋଭିଡ୍‌ ଡାକ୍ତରଖାନା ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନସୁଦ୍ଧା...

ପଞ୍ଜାବ ସରକାରରେ ସୋମବାର ହେବ ମନ୍ତ୍ରିମଣ୍ଡଳ ବିସ୍ତାର

ଚଣ୍ଡିଗଡ଼,୩ ।୭: ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି)ସରକାର ସୋମବାର ତା’ର ମନ୍ତ୍ରିମଣ୍ଡଳର ବିସ୍ତାର କରିବ ବୋଲି ଅନୁମାନ କରାଯାଉଛି । ଏହି ମନ୍ତ୍ରିମଣ୍ଡଳରେ ଜଣେ ମହିଳା...

୨୦ ଦିନ ବନ୍ଦ ରହିବ ଆମିଷ ଦୋକାନ

ବେଙ୍ଗାଲୁରୁ,୨୮ା୧: କର୍ନାଟକର ବେଙ୍ଗାଲୁରୁରେ ଆମିଷ ଦୋକାନ ବନ୍ଦ ରହିବ। ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।...

ଝାଡ଼ଖଣ୍ଡ କୋଇଲା ଖଣିରେ ଦୁର୍ଘଟଣା: ୧୩ ମୃତ

ରାଞ୍ଚି,୧ ।୨: ଝାଡଖଣ୍ଡର ଧାନବାଦ ଜିଲାରେ କୋଇଲା ଖଣିରେ ମଙ୍ଗଳବାର ଏକ ବଡ ଧରଣର ଅଘଟଣ ଘଟିଛି । ଏଠାରେ କୋଇଲା ଖଣିରେ କାମ କରୁଥିବା...

ମାତ୍ର ୧୪ ବର୍ଷ ବୟସରେ କେବିସିରେ ଜିତିଥିଲେ ୧ କୋଟି ଟଙ୍କା, ଏବେ ଅଛନ୍ତି ଏହି ପଦବୀରେ

ଲୋକପ୍ରିୟ ଟିଭି ଶୋ’ କୌନ୍‌ ବନେଗା କରୋଡପତିରେ ଭାଗ ନେଇ କୋଟି କୋଟି ଟଙ୍କା ଜିତୁଥବା ପ୍ରତିଯୋଗୀ ପରବର୍ତ୍ତୀ ସମୟରେ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ସେମିତି...

ସ୍କୁଟିରେ ମିନି ସ୍କୁଲ

ସାଗର,୨୯।୩: କରୋନା ସଂକ୍ରମଣ ଯୋଗୁ ଦେଶର ବହୁ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରହିଛି। ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା...

ଶେଷ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ,୧୭।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଶୁକ୍ରବାର ପ୍ରଚାର ଶେଷ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ରାଲି ଓ...

Advertisement
Archives

Model This Week